Categories: ଫୁରସତ

ଯୌତୁକ ପ୍ରଥାକୁ ବିରୋଧକରି ପର୍ବତ ଚଢୁଛନ୍ତି

ପୁଣେ: ଯୌତୁକ ପ୍ରଥା ଏକ କୁପ୍ରଥା ହୋଇଥିଲେ ମଧ୍ୟ ଲୋକେ ସେଥିରୁ ନିଜକୁ ନିବୃତ୍ତ ରଖିପାରୁନାହାନ୍ତି। ଅନେକ ସମୟରେ ଏହି ପ୍ରଥା ପାଇଁ ଅନେକଙ୍କ ଜୀବନ ମଧ୍ୟ ଯାଉଛି। ହେଲେ ଲୋକେ ଏଥିପ୍ରତି ସଚେତନ ହେଉନାହାନ୍ତି। ମହାରାଷ୍ଟ୍ର ପୁଣେର ଜଣେ ଯୁବତୀ ଏହାକୁ ଏକ ଭିନ୍ନ ଉପାୟରେ ବିରୋଧ କରୁଛନ୍ତି। ରିପୋର୍ଟ ମୁତାବକ, ପୁଣେର ବାସିନ୍ଦା ସ୍ମିତା ଘୁଗେ ଜଣେ ପର୍ବତାରୋହୀ। ସ୍ମିତାଙ୍କ ଏହି ପର୍ବତାରୋହଣର ଆରମ୍ଭ ଯୌତୁକର ବିରୋଧରୁ ହୋଇଥିଲା। ଯେତେବେଳେ ସେ ଅନୁଭବ କଲେ ଯେ, ବରଘର ପକ୍ଷରୁ ଯୌତୁକ ଦାବି ବନ୍ଦ ହେଉନି, ସେତେବେଳେ ୭ ମହାଦ୍ୱୀପର ୭ ଉଚ୍ଚ ପର୍ବତ ଚଢ଼ି ତାଙ୍କର ବିରୋଧର ଯାତ୍ରା ଆରମ୍ଭ କଲେ। ସ୍ମିତା ଏକ ସାକ୍ଷାତ୍‌କାରରେ କହିଛନ୍ତି, ତାଙ୍କ ବିବାହ ପାଇଁ ବରଘର ପକ୍ଷରୁ ୧୮ ଲକ୍ଷ ଟଙ୍କା ଯୌତୁକ ଦାବି ରହିଥିଲା। ହେଲେ ସ୍ମିତା ସେହି ପୁଅ ସହ ବିବାହ କରିବାକୁ ମନା କରିଦେଲେ। ସେ ଯୌତୁକରେ ଏତେ ଟଙ୍କା ଦେବା ବଦଳରେ ନିଜ ଖୁସି ପାଇଁ ଏଭଳି ଯାତ୍ରା କରିବା ଆରମ୍ଭକଲେ। ନିଜର ସମସ୍ତ ପାଠପଢ଼ା ଶେଷ କଲେ। ହେଲେ ତାଙ୍କର କମ୍‌ ଉଚ୍ଚତା ପାଇଁ ଅନେକ ପ୍ରସ୍ତାବ ଭାଙ୍ଗିଯାଉଥିଲା। ଏହି ସମୟରେ ତାଙ୍କ ଶିକ୍ଷକଙ୍କ ଉପଦେଶରେ ସେ ନିଜକୁ ଅଧିକ ଭଲ କରିବାକୁ ଚେଷ୍ଟା କଲେ। ନିଜ ବିବାହ ପାଇଁ ରଖାଯାଇଥିବା ସମସ୍ତ ଗହଣା ବିକ୍ରି କରି ସେହି ଟଙ୍କାରେ ସେ ପର୍ବତ ଚଢ଼ିଲେ। ସେ ରୁଷ୍‌ର ମାଉଣ୍ଟ ଏଲ୍‌ବ୍ରୁସ ଏବଂ ଆଫ୍ରିକାର ଉଚ୍ଚ ପର୍ବତ ତାଞ୍ଜାନିଆର ମାଉଣ୍ଡ କିଲମାଞ୍ଜରୋରେ ମଧ୍ୟ ଚଢ଼ିସାରିଲେଣି। ସ୍ମିତା ଏତେ ଉଚ୍ଚକୁ ଯିବାକୁ ଚାହୁଁଛନ୍ତି, ଯେଉଁଠାକୁ କେହି ଯାଇନାହାନ୍ତି।

Share