ଆଗାମୀ ୩ ମାସ ଏହି ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ! ମିଳିବ ମନଚାହାଁ ସଫଳତା, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଟଙ୍କା ହିିଁ ଟଙ୍କା

ଭୁବନେଶ୍ୱର: ୨୦୨୬ ବର୍ଷ ଶେଷ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ତିନି ମାସ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି ସମୟରେ ଅନେକ ବଡ଼ ପର୍ବପର୍ବାଣୀ ସହ ଗ୍ରହମାନଙ୍କ ଚଳନରେ ମଧ୍ୟ ପରିବର୍ତ୍ତନ ହେବ। ଜ୍ୟୋତିଷୀମାନଙ୍କ ମତାନୁସାରେ, ଅକ୍ଟୋବରରେ ଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ସହ ରାହୁ-କେତୁଙ୍କ ଚଳନରେ ମଧ୍ୟ ପରିବର୍ତ୍ତନ ଦେଖାଯିବ।

ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନ ଓ ବିଭିନ୍ନ ଗ୍ରହଙ୍କ ଯୁତିର ପ୍ରଭାବରେ କିଛି ରାଶିର ଲୋକଙ୍କ ପାଇଁ ଏହି ସମୟ ଶୁଭ ରହିପାରେ। ମନୋକାମନା ପୂରଣ, ନୂଆ ଚାକିରିର ସୁଯୋଗ, ବ୍ୟବସାୟରେ ଲାଭ ଏବଂ ଅଟକି ରହିଥିବା କାମ ସଫଳ ହେବାର ଯୋଗ ରହିଥିବା ଜ୍ୟୋତିଷୀୟ ଆକଳନ କରାଯାଉଛି।

ଅକ୍ଟୋବରରୁ କର୍କଟ ରାଶିର ଲୋକଙ୍କ ଭାଗ୍ୟୋଦୟ ହୋଇପାରେ ବୋଲି ଜ୍ୟୋତିଷୀୟ ଆକଳନ ରହିଛି। ଏହି ସମୟରେ ମନୋକାମନା ପୂରଣ ସହ ମନପସନ୍ଦ ସଫଳତା ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଆପଣଙ୍କ ପକ୍ଷରେ ଯାଇପାରେ।
ନୂଆ କାମ ଆରମ୍ଭ କରିବାକୁ ଯୋଜନା କରୁଥିଲେ ସଫଳତା ମିଳିପାରେ। ପରିବାରରେ ଖୁସିର ମାହୋଲ ରହିବ। ବିଦେଶ ସମ୍ବନ୍ଧୀୟ କାମ କରୁଥିବା ବ୍ୟକ୍ତି ବିଶେଷ ଲାଭ ପାଇପାରନ୍ତି। ଦାମ୍ପତ୍ୟ ଜୀବନରେ ପ୍ରେମ ଓ ସୁଖ ବଢ଼ିପାରେ। କାମ କାରଣରୁ ଦୂରଯାତ୍ରା କରିବାକୁ ପଡ଼ିପାରେ, ଯାହା ଲାଭଦାୟକ ହେବାର ସମ୍ଭାବନା ରହିଛି।

ସିଂହ ରାଶିର ଲୋକଙ୍କ ପାଇଁ ଏହି ସମୟରେ ମାନ-ସମ୍ମାନ ବଢ଼ିବାର ଯୋଗ ରହିଥିବା କୁହାଯାଉଛି। ଘର-ପରିବାରରେ ମଧ୍ୟ ଆପଣଙ୍କ ପ୍ରଭାବ ବଢ଼ିପାରେ। ଘର କିମ୍ବା ଗାଡ଼ି କିଣିବାର ଇଚ୍ଛା ପୂରଣ ହୋଇପାରେ। ବଜାରରେ ଅଟକିଥିବା ଟଙ୍କା ଫେରାଇ ଆଣିବା ପାଇଁ ପ୍ରୟାସ ସଫଳ ହୋଇପାରେ। ଧୈର୍ଯ୍ୟ ଓ ସଠିକ ରଣନୀତି ସହ କାମ କଲେ ସକାରାତ୍ମକ ଫଳ ମିଳିପାରେ। ବ୍ୟବସାୟରେ ଭଲ ଲାଭ ସହ ନୂଆ ଡିଲ ମିଳିବାର ସମ୍ଭାବନା ରହିଛି। ଭୌତିକ ସୁଖ-ସୁବିଧାରେ ବୃଦ୍ଧି ହୋଇପାରେ।

ତୁଳା ରାଶିର ଲୋକଙ୍କ ପାଇଁ ଆଗାମୀ ସମୟରେ ବିଭିନ୍ନ ସମସ୍ୟାରୁ ଆଶ୍ୱସ୍ତି ମିଳିପାରେ। କ୍ୟାରିୟର ଓ ବ୍ୟବସାୟରେ ନୂଆ ସୁଯୋଗ ସହ ଦୂରଯାତ୍ରାର ଯୋଗ ମଧ୍ୟ ରହିପାରେ। କ୍ୟାରିୟର କିମ୍ବା ବ୍ୟବସାୟ ପାଇଁ ଦୂରଯାତ୍ରା କରିବାକୁ ପଡ଼ିପାରେ। ଏହି ସମୟରେ କୌଣସି ପ୍ରିୟ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ। ବିବାହକୁ ନେଇ ପରିବାରରେ ଆଲୋଚନା ହେଲେ ଘର ଲୋକଙ୍କ ସମର୍ଥନ ମିଳିପାରେ। କ୍ୟାରିୟର ସମ୍ପର୍କରେ ଭଲ ମାର୍ଗଦର୍ଶନ ମିଳିପାରେ। ସମ୍ପର୍କରେ ପାରସ୍ପରିକ ବିଶ୍ୱାସ ଓ ଆକର୍ଷଣ ବଢ଼ିପାରେ। ବ୍ୟକ୍ତିଗତ ଓ ପେସାଦାର ଜୀବନରେ କିଛି ଭଲ ପରିବର୍ତ୍ତନ ଦେଖାଯାଇପାରେ।

Dharitri – Odisha’s No.1 Odia Daily

Share
Tags: rashiphala