କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ ଭିନ୍ନ ରାଶିର ଲୋକଙ୍କ ବ୍ୟକ୍ତିତ୍ୱ, ସ୍ବଭାବ ଓ କ୍ୟାରିୟର ମଧ୍ୟ ଭିନ୍ନ ହୋଇଥାଏ।

ଜ୍ୟୋତିଷ ମାନ୍ୟତା ଅନୁସାରେ, କିଛି ରାଶିର ଲୋକ ଆର୍ଥିକ ଦୃଷ୍ଟିରୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ କମ୍‌ ସମୟ ମଧ୍ୟରେ ଭଲ ଧନ ଅର୍ଜନ କରିପାରନ୍ତି। ଏମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିଥାଏ। ସେମାନେ ଯେଉଁ କ୍ଷେତ୍ରରେ କ୍ୟାରିୟର ଗଢ଼ନ୍ତି, ସେଠାରେ ସଫଳତା ପାଇବାର ସମ୍ଭାବନା ଅଧିକ ରହିଥାଏ। ଏହି ରାଶିଗୁଡ଼ିକ ଉପରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ ବୋଲି ଜ୍ୟୋତିଷରେ ବିଶ୍ୱାସ କରାଯାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃଷ ରାଶିର ଲୋକମାନେ କମ ବୟସରେ ହିଁ ଭଲ ଧନ-ସମ୍ପତ୍ତି ଅର୍ଜନ କରିପାରନ୍ତି। ଏମାନେ ଆରାମଦାୟକ ଓ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି। ଏମାନେ ଟଙ୍କା ଖର୍ଚ୍ଚ କରିବା ସହ ଆର୍ଥିକ ପରିଚାଳନା କରିବାରେ ମଧ୍ୟ ଦକ୍ଷ ହୋଇଥାନ୍ତି। ଭ୍ରମଣ କରିବାକୁ ମଧ୍ୟ ଏମାନଙ୍କର ବେଶ ପସନ୍ଦ। ଏମାନଙ୍କ ଆର୍ଥିକ ସ୍ଥିତି ସାଧାରଣତଃ ମଜବୁତ ରହିଥାଏ ଏବଂ ବ୍ୟକ୍ତିତ୍ୱ ମଧ୍ୟ ଆକର୍ଷଣୀୟ ହୋଇଥାଏ।ବୃଷ ରାଶିର ସ୍ବାମୀ ହେଉଛନ୍ତି ଶୁକ୍ର ଗ୍ରହ। ଜ୍ୟୋତିଷ ମାନ୍ୟତା ଅନୁସାରେ ଶୁକ୍ରଙ୍କ କୃପା ଯୋଗୁଁ ଏହି ରାଶିର ଲୋକଙ୍କ ପାଇଁ ଧନ ଅର୍ଜନର ଅନେକ ସୁଯୋଗ ସୃଷ୍ଟି ହୋଇଥାଏ।

ମିଥୁନ ରାଶିର ଲୋକମାନେ ବୁଦ୍ଧିମାନ ଓ ତାର୍କିକ ସୱଭାବର ହୋଇଥାନ୍ତି। ଏମାନଙ୍କ ଚିନ୍ତାଧାରା ତୀକ୍ଷ୍ଣ ହୋଇଥିବାରୁ ନୂଆ ସୁଯୋଗକୁ ଶୀଘ୍ର ଚିହ୍ନଟ କରିପାରନ୍ତି। ଏମାନେ ତର୍କ ମାଧ୍ୟମରେ ନିଜ କଥାକୁ ସ୍ପଷ୍ଟ କରିବାରେ ଦକ୍ଷ। ଏଥିସହ ବ୍ୟବସାୟିକ ବୁଦ୍ଧି ମଧ୍ୟ ଏମାନଙ୍କଠାରେ ଦେଖିବାକୁ ମିଳେ। ନିଜ ବୁଦ୍ଧି ଓ ପରିଶ୍ରମକୁ ଉପଯୋଗ କରି ଭଲ ଧନ ଅର୍ଜନ କରିବାରେ ସକ୍ଷମ ହୋଇଥାନ୍ତି। ଅନେକ କ୍ଷେତ୍ରରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିବା ସହ ସଫଳତା ହାସଲ କରିପାରନ୍ତି। ମିଥୁନ ରାଶିର ସ୍ବାମୀ ବୁଧ ଗ୍ରହ। ଜ୍ୟୋତିଷ ଅନୁସାରେ ବୁଧଙ୍କ ପ୍ରଭାବ ଏମାନଙ୍କୁ ତୀକ୍ଷ୍ଣ ବୁଦ୍ଧି ଓ ଚିନ୍ତାଧାରା ପ୍ରଦାନ କରିଥାଏ।

ମେଷ ରାଶିର ଲୋକମାନେ ସାହସୀ, ନିର୍ଭୀକ ଓ ଉତ୍ସାହୀ ସୱଭାବର ହୋଇଥାନ୍ତି। ଜ୍ୟୋତିଷ ମାନ୍ୟତା ଅନୁସାରେ ଧନ-ସମ୍ପତ୍ତି ଦୃଷ୍ଟିରୁ ମଧ୍ୟ ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କ ପାଖରେ ସମ୍ପତ୍ତିର ଅଭାବ ରହେ ନାହିଁ ବୋଲି ବିଶ୍ୱାସ କରାଯାଏ। ଜୀବନରେ ଯେତେ ବଡ଼ ପରିସ୍ଥିତି ଆସିଲେ ମଧ୍ୟ ଏମାନେ ସହଜରେ ଧୈଯ୍ୟ ହରାଇ ନଥାନ୍ତି। ଏମାନେ ଚଞ୍ଚଳ ଓ କର୍ମଠ ହୋଇଥିବାରୁ ନିଜ କାମକୁ ସମୟରେ ଶେଷ କରିବାକୁ ପସନ୍ଦ କରନ୍ତି। ଆଳସ୍ୟକୁ ଏମାନେ ପସନ୍ଦ କରନ୍ତି ନାହିଁ। ମେଷ ରାଶିର ସ୍ବାମୀ ହେଉଛନ୍ତି ମଙ୍ଗଳ ଗ୍ରହ। ଜ୍ୟୋତିଷ ମାନ୍ୟତା ଅନୁସାରେ ମଙ୍ଗଳଙ୍କ ପ୍ରଭାବ ଯୋଗୁ ଏମାନଙ୍କ ମଧ୍ୟରେ ସାହସ, ଆତ୍ମବିଶ୍ୱାସ ଓ ନେତୃତ୍ୱ ଗୁଣ ଦେଖିବାକୁ ମିଳେ।

 

Dharitri – Odisha’s No.1 Odia Daily

Share
Tags: rashiphala