ଫଟୋରେ ଏହି ଦୁଇ କୁନି ଝିଅ ଆଜି ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ବେଳେବେଳେ ସେମାନଙ୍କ ପିଲାଦିନର ଫଟୋ ଶେୟାର କରିଥାନ୍ତି। ଯାହାକୁ ଚିହ୍ନିବା ପାଇଁ ପ୍ରଶଂସକଙ୍କୁ ବହୁତ କଷ୍ଟ ହୋଇଥାଏ। ଆଜି ସେମିତି ଏକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ପ୍ରଶଂସକମାନେ ଚିହ୍ନିବା ନେଇ ଦ୍ୱନ୍ଦ୍ୱରେ ପଡ଼ିଛି।

ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କୁ ଆଜି ଅର୍ଥାତ୍‌ ବୁଧବାର ୪୨ ବର୍ଷ ହୋଇଛି। ସେଲିବ୍ରିଟିମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କରୀନାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ଚାଲିଛନ୍ତି। କରୀନାଙ୍କ ଭଉଣୀ କରିସ୍ମା କପୁର ତାଙ୍କୁ ଏକ ନିଆରା ଅଭିନନ୍ଦନ ଜଣାଇଛନ୍ତି। କରିସ୍ମା ନିଜ ଇନ୍‌ଷ୍ଟାଗ୍ରାମରେ କରୀନାଙ୍କ ସହ ପିଲାଦିନର ଫଟୋ ଶେୟାର କରିଛନ୍ତି।

ଏହି ଫଟୋଗୁଡ଼ିକରେ କରୀନା ଏବଂ କରିସ୍ମା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫଟୋ ପୋଷ୍ଟ କରି କରିସ୍ମା କରୀନାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବା  ସହିତ ତାଙ୍କୁ ସର୍ବୋତ୍ତମ ଭଉଣୀ ଏବଂ ସର୍ବୋତ୍ତମ ବନ୍ଧୁ ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି। କରିସ୍ମାଙ୍କ ଏହି ପୋଷ୍ଟରେ ୟୁଜରମାନେ ଅଭିନନ୍ଦନ ଜଣାଇଛନ୍ତି। କରିସ୍ମାଙ୍କ ଏହି ପୋଷ୍ଟରେ ନୀତୁ କପୁର, ମନୀଷ ମାଲହୋତ୍ରା, ଅମୃତା ଆରୋରା, କନିକା କପୁରଙ୍କ ସମେତ ଅନେକ ସେଲିବ୍ରିଟି କରୀନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Share