‘ସିନେମାର ସିନେମା ସହ ମିଳନ’..

ମୁମ୍ବାଇ: ଏସ ଏସ ରାଜାମୌଳି ମନୋରଞ୍ଜନ ଦୁନିଆର ଜଣେ ଜଣାଶୁଣା ନିର୍ଦ୍ଦେଶକ । ଏହାର ପ୍ରମାଣ ଅନେକ ଥର ମିଳିଛି । ତାଙ୍କ ନିର୍ଦ୍ଦେଶିତ ମୁଭି ପରଦାରେ କମାଲ କରିଥାଏ । ରାଜମୌଳିଙ୍କ ମୁଭି ଆରଆରଆର ଏବେ ୨୦୨୩ ଓସ୍କାର ଦୌଡରେ ସାମିଲ ହୋଇଛି । ଏହାର ଗୀତ ନାଟୁ ନାଟୁକୁ ଅରିଜନାଲ ସଙ୍ଗ ପାଇଁ ଗୋଲଡେନ ଗ୍ଲୋବ ଆୱାର୍ଡ ମିଳିଛି, ଯାହା ଏକ ସାଧାରଣ କଥା ନୁହେଁ । ଏବେ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଆସିଛନ୍ତି ଚର୍ଚ୍ଚାକୁ । ରାଜାମୌଳି ଷ୍ଟିଭେନ ସ୍ପିଲବର୍ଗଙ୍କ ସହ ସାକ୍ଷାତ୍ କରୁଛନ୍ତି । ଏହାର କିଛି ଝଲକ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଫଟୋ ଶେୟାର କରି ରାଜମୌଳି ଲେଖିଛନ୍ତି, ‘ମୁଁ ଏବେ ଏବେ ଭଗବାନଙ୍କ ସହ ସାକ୍ଷାତ୍ କଲି’ ।
ପ୍ରଥମ ଫଟୋରେ ରାଜାମୌଳି ‘ଲିଙ୍କନ’ର ନିର୍ଦ୍ଦେଶକଙ୍କ ସହ କଥା ହେଉଥିବା ବେଳେ ଗାଲରେ ହାତ ରଖିଛନ୍ତି, ଯେଉଁଥିରେ ସେ ଖୁବ୍ ଉତ୍ସାହିତ ଜଣାପଡୁଛନ୍ତି । ଦ୍ୱିତୀୟ ଫଟୋରେ ରାଜମୌଳି ତାଙ୍କ ଗୋଲଡେନ ଗ୍ଲୋବ ବିଜେତା ସଙ୍ଗିତକାର ଏମଏମ କେରାୱନି ଓ ଷ୍ଟିଭେନ ସ୍ପିଲବର୍ଗଙ୍କ ସହ ଫ୍ରେମ୍ ଶେୟାର କରିଥିବା ଦେଖାଯାଇଛି ।
ଫଟୋଟି ଅନଲାଇନ ପୋଷ୍ଟ ହେବା ପରେ ରାଜମୌଳିକ ପ୍ରଶଂସକ ସିଧା କମେଣ୍ଟ ବକ୍ସକୁ ଚାଲିଯାଇଛନ୍ତି । ଆଉ ଲେଖିଛନ୍ତି, ସିନେମାର ସିନେମା ସହ ମିଳନ । ଆଉ ଜଣେ ଲେଖିଛନ୍ତିି, ଆପଣ ଦୁହେଁ ମହାନ, ଯେଉଁମାନେ ଆମର ପିଲାଦିନକୁ ସ୍ମୃତି କରି ରଖିଲେ । ଅନୁମାନ କରାଯାଉଛି କି ରାଜାମୌଳିଙ୍କ ସାକ୍ଷାତ୍ ସ୍ପିଲବର୍ଗଙ୍କ ସହ ୮୦ତମ ଗୋଲଡେନ ଗ୍ଲୋବ ଆୱାର୍ଡ ସେରିମନିରେ ହୋଇଛି ।

Share