‘ସିନେମାର ସିନେମା ସହ ମିଳନ’..

ମୁମ୍ବାଇ: ଏସ ଏସ ରାଜାମୌଳି ମନୋରଞ୍ଜନ ଦୁନିଆର ଜଣେ ଜଣାଶୁଣା ନିର୍ଦ୍ଦେଶକ । ଏହାର ପ୍ରମାଣ ଅନେକ ଥର ମିଳିଛି । ତାଙ୍କ ନିର୍ଦ୍ଦେଶିତ ମୁଭି ପରଦାରେ କମାଲ କରିଥାଏ । ରାଜମୌଳିଙ୍କ ମୁଭି ଆରଆରଆର ଏବେ ୨୦୨୩ ଓସ୍କାର ଦୌଡରେ ସାମିଲ ହୋଇଛି । ଏହାର ଗୀତ ନାଟୁ ନାଟୁକୁ ଅରିଜନାଲ ସଙ୍ଗ ପାଇଁ ଗୋଲଡେନ ଗ୍ଲୋବ ଆୱାର୍ଡ ମିଳିଛି, ଯାହା ଏକ ସାଧାରଣ କଥା ନୁହେଁ । ଏବେ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଆସିଛନ୍ତି ଚର୍ଚ୍ଚାକୁ । ରାଜାମୌଳି ଷ୍ଟିଭେନ ସ୍ପିଲବର୍ଗଙ୍କ ସହ ସାକ୍ଷାତ୍ କରୁଛନ୍ତି । ଏହାର କିଛି ଝଲକ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଫଟୋ ଶେୟାର କରି ରାଜମୌଳି ଲେଖିଛନ୍ତି, ‘ମୁଁ ଏବେ ଏବେ ଭଗବାନଙ୍କ ସହ ସାକ୍ଷାତ୍ କଲି’ ।
ପ୍ରଥମ ଫଟୋରେ ରାଜାମୌଳି ‘ଲିଙ୍କନ’ର ନିର୍ଦ୍ଦେଶକଙ୍କ ସହ କଥା ହେଉଥିବା ବେଳେ ଗାଲରେ ହାତ ରଖିଛନ୍ତି, ଯେଉଁଥିରେ ସେ ଖୁବ୍ ଉତ୍ସାହିତ ଜଣାପଡୁଛନ୍ତି । ଦ୍ୱିତୀୟ ଫଟୋରେ ରାଜମୌଳି ତାଙ୍କ ଗୋଲଡେନ ଗ୍ଲୋବ ବିଜେତା ସଙ୍ଗିତକାର ଏମଏମ କେରାୱନି ଓ ଷ୍ଟିଭେନ ସ୍ପିଲବର୍ଗଙ୍କ ସହ ଫ୍ରେମ୍ ଶେୟାର କରିଥିବା ଦେଖାଯାଇଛି ।
ଫଟୋଟି ଅନଲାଇନ ପୋଷ୍ଟ ହେବା ପରେ ରାଜମୌଳିକ ପ୍ରଶଂସକ ସିଧା କମେଣ୍ଟ ବକ୍ସକୁ ଚାଲିଯାଇଛନ୍ତି । ଆଉ ଲେଖିଛନ୍ତି, ସିନେମାର ସିନେମା ସହ ମିଳନ । ଆଉ ଜଣେ ଲେଖିଛନ୍ତିି, ଆପଣ ଦୁହେଁ ମହାନ, ଯେଉଁମାନେ ଆମର ପିଲାଦିନକୁ ସ୍ମୃତି କରି ରଖିଲେ । ଅନୁମାନ କରାଯାଉଛି କି ରାଜାମୌଳିଙ୍କ ସାକ୍ଷାତ୍ ସ୍ପିଲବର୍ଗଙ୍କ ସହ ୮୦ତମ ଗୋଲଡେନ ଗ୍ଲୋବ ଆୱାର୍ଡ ସେରିମନିରେ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri