ସୁଖ-ସମୃଦ୍ଧି ଆଣେ ଏସବୁ ଗଛ; ଘରେ ଲଗାଇବା ପରେ ଆପଣାଛାଏଁ ଦୂର ହୁଏ ସମସ୍ୟା

ସମସ୍ତେ ଚାହାନ୍ତି ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ । ଏଥିପାଇଁ ତ ଦିନରାତ୍ରୀ ପରିଶ୍ରମ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ହେଲେ ଯଦି ଜଣେ ସମସ୍ତ ପ୍ରଚେଷ୍ଠା ସତ୍ତ୍ୱେ ଅସୁବିଧାର ସମ୍ମୁଖୀନ ହେଉଥାଏ। ତେବେ ବାସ୍ତୁ ଅନୁଯାୟୀ କିଛି ଉପାୟ କରିବା ଉଚିତ। ବାସ୍ତୁ ଅନୁଯାୟୀ ଘରେ ଅଥବା ଅଫିସରେ କିଛି ଗଛ ଲଗାଇବା ଦ୍ୱାରା ଜୀବନରେ ସୁଖ ଓ ଶାନ୍ତି ଆସିଥାଏ। ସେଭଳି କିଛି ଗୁଡ୍‌ ଲକ୍‌ ଗଛ ବିଷୟରେ ଜାଣନ୍ତୁ।

ଆଲୋଭେରା ଗଛ: ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ମଧ୍ୟ ଏହା ଉପାଦେୟ। ଚାକିରି ମିଳିବା ଅଥବା କର୍ମକ୍ଷେତ୍ରରେ କୌଣସି ସମସ୍ୟା ଉପୁଜୁଥିଲେ ଏହି ଗଛକୁ ଘରେ ଲଗାନ୍ତୁ। ଫଳରେ ଏହି ସମସ୍ୟା ଦୂର ହୋଇଯିବ। ଏହାକୁ ଯେକୌଣସି ସ୍ଥାନରେ ଲଗାଇ ପାରିବେ।

ହଳଦୀ ଗଛ: ହଳଦୀ ଗଛ ସ୍ବାସ୍ଥ୍ୟପାଇଁ ଯେତିକି ଭଲ, ତା’ଠାରୁ ଅଧିକ ଏହାର ଧାର୍ମିକ ମାନ୍ୟତା ରହିଛି। ଏହାକୁ ଲଗାଇଲେ ବ୍ୟକ୍ତିର ବୃହସ୍ପତି ଗ୍ରହ ମଜଭୂତ ହୋଇଥାଏ ଏବଂ ବିବାହକୁ ନେଇ ଉପୁଜୁଥିବା ସମସ୍ୟା ଆପଣାଛାଏ ଦୂର ହୋଇଯାଏ। ଏପରିକି ଘରେ ଥିବା ନକରାତ୍ମକ ଉର୍ଜାକୁ ଏହା ସମାପ୍ତ କରିଥାଏ।

ବାଉଁଶ ଗଛ: ପେଙ୍ଗସୁଇରେ ବାଉଁଶଗଛ ଲଗାଇବାକୁ କୁହାଯାଇଥାଏ। ଏହାକୁ ଲଗାଇଲେ ଦୁର୍ଭାଗ୍ୟ ଦୂର ହୁଏ। ଘରେ ଥିବା ନକରାତ୍ମକ ଶକ୍ତି ଚାଲିଯାଇଥାଏ। ଏହାଛଡ଼ା ଯଶ, କୀର୍ତ୍ତି, ସ୍ବାସ୍ଥ୍ୟ ଏବଂ ସୌଭାଗ୍ୟ ବୃଦ୍ଧି ପାଇଥାଏ।

ତୁଳସୀ ଗଛ: ଔଷଧିୟ ଗୁଣରେ ଭରପୁର ଥାଏ ତୁଳସୀ ଗଛ। ଏଥିସହ ଭାଗ୍ୟ ବଦଳାଇବାର ଶକ୍ତି ମଧ୍ୟ ଏହି ଗଛର ଥାଏ। ଏହାକୁ ଘରର ଯେକୌଣସି ସ୍ଥାନରେ ଲଗାଇପାରିବେ। ଏହାକୁ ଲଗାଇଲେ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଉର୍ଜା ବ୍ୟାପି ଥାଏ। ବାସ୍ତୁ ବିଜ୍ଞାନ ଅନୁସାରେ ଏହାକୁ ଉତ୍ତର ପୂର୍ବ ଏବଂ ଉତ୍ତର ଦିଗରେ ଲଗାଇଲେ ଅଧିକ ଶୁଭ ଫଳ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri