ସଲମାନ-ଐଶ୍ୱର୍ଯ୍ୟାଙ୍କଠାରୁ ରଣବୀର-କଟ୍ରିନା; ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହିଛନ୍ତି ଏସବୁ କଳାକାର

ବମ୍ବେ: କେବେ ପ୍ରେମ ତ କେବେ ବିବାହକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ କଳାକାର। ସେମାନଙ୍କ ମଧ୍ୟରୁ ଅନେକେ ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହି ପାର୍ଟନରଙ୍କୁ ପରଖିଛନ୍ତି। ହେଲେ ପରବର୍ତ୍ତୀ ସମୟରେ ତାଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଆସନ୍ତୁ ଜାଣିବା ସେଭଳି କିଛି ଲୋକପ୍ରିୟ କଳାକାରଙ୍କ ବିଷୟରେ ଯେଉଁମାନେ ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହିସାରିଛନ୍ତି।

ରଣବୀର କପୁର-କଟ୍ରିନା କୈଫ: କଥିତ ପ୍ରେମିକ ସଲମାନଙ୍କଠାରୁ ଅଲଗା ହେବା ପରେ ଏହି ସୁନ୍ଦରୀ ଅଭିନେତ୍ରୀ ରଣବୀରଙ୍କୁ ଡେଟ୍‌ କରିଥିଲେ। ଉଭୟ ବିବାହ ବି କରିଥାନ୍ତେ। ଏଥିପାଇଁ ସେମାନେ ଛଅ ବର୍ଷ ଧରି ଲିଭ୍‌ ଇନ୍‌ରେ ରହି ଜଣେ ଅନ୍ୟଜଣଙ୍କୁ ପରଖିଥିଲେ। ହେଲେ ପରେ ସେମାନଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏବେ ସେମାନେ ନିଜ ନିଜ ଜୀବନରେ ଆଗକୁ ତ୍ବଢ଼ିସାରିଛନ୍ତି।

ଜନ ଆବ୍ରାହମ-ବିପାଶା ବସୁ: ଏହି ଦୁଇ ବଲିଉଡ୍‌ ତାରକାଙ୍କ ବ୍ରେକ୍‌ଅପ୍‌ ସମସ୍ତଙ୍କୁ ଚମକାଇଦେଇଥିଲା। ଉଭୟ ଲିଭ୍‌ ଇନ୍‌ରେ ରହୁଥିଲେ। ପାଖାପାଖି ୯ ବର୍ଷ ଧରି ସେମାନେ ଏକାଠି ରହିଥିଲେ। ଏବେ ସେମାନେ ଅନ୍ୟତ୍ର ବିବାହ କରି ଖୁସିରେ ଅଛନ୍ତି।

ସୁଶାନ୍ତ ସିଂହ ରାଜପୁତ-ଅଙ୍କିତା ଲୋଖଣ୍ଡେ: ଏହି ଲୋକପ୍ରିୟ ଟେଲିଭିଜନ ଯୋଡ଼ି ଲିଭ୍‌ ଇନ୍‌ରେ ରହିଥିଲେ। ପ୍ରଶଂସକ ଉଭୟ ବିବାହ କରିବେ ବୋଲି ଚାହିଁ ବସିଥିବା ବେଳେ ୨୦୧୬ରେ ସେମାନେ ଅଲଗା ହୋଇଯାଇଥିଲେ।

ନେହା କକ୍କଡ-ହିଂମାଶ କୋହଲି- ଲୋକପ୍ରିୟ ବଲିଉଡ ଗାୟିକା ନେହା ହିମାଂଶଙ୍କ ସହ ଲିଭ୍‌ ଇନ୍‌ରେ ଥିଲେ। ହେଲେ ପରେ ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏବେ ନେହା ରୋହନପ୍ରିତଙ୍କୁ ବିବାହ କରି ଆଗକୁ ବଢ଼ିଯାଇଛନ୍ତି।

ଐଶ୍ୱର୍ଯ୍ୟା ରାୟ-ସଲମାନ: ବେଶ ବିବାଦୀତ ଥିଲା ଏହି ଯୋଡ଼ିଙ୍କ ସମ୍ପର୍କ। ଯେତେବେଳେ ଉଭୟ ପ୍ରେମରେ ଥିଲେ, କିଛି ମାସ ଯାଏ ଲିଭ୍‌ଇନ୍‌ରେ ରହିଥିଲେ। ଏବେ ଐଶ ବଚ୍ଚନ ପରିବାରର ବୋହୂ।

Share