ସଲମାନ-ଐଶ୍ୱର୍ଯ୍ୟାଙ୍କଠାରୁ ରଣବୀର-କଟ୍ରିନା; ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହିଛନ୍ତି ଏସବୁ କଳାକାର

ବମ୍ବେ: କେବେ ପ୍ରେମ ତ କେବେ ବିବାହକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ କଳାକାର। ସେମାନଙ୍କ ମଧ୍ୟରୁ ଅନେକେ ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହି ପାର୍ଟନରଙ୍କୁ ପରଖିଛନ୍ତି। ହେଲେ ପରବର୍ତ୍ତୀ ସମୟରେ ତାଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଆସନ୍ତୁ ଜାଣିବା ସେଭଳି କିଛି ଲୋକପ୍ରିୟ କଳାକାରଙ୍କ ବିଷୟରେ ଯେଉଁମାନେ ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହିସାରିଛନ୍ତି।

ରଣବୀର କପୁର-କଟ୍ରିନା କୈଫ: କଥିତ ପ୍ରେମିକ ସଲମାନଙ୍କଠାରୁ ଅଲଗା ହେବା ପରେ ଏହି ସୁନ୍ଦରୀ ଅଭିନେତ୍ରୀ ରଣବୀରଙ୍କୁ ଡେଟ୍‌ କରିଥିଲେ। ଉଭୟ ବିବାହ ବି କରିଥାନ୍ତେ। ଏଥିପାଇଁ ସେମାନେ ଛଅ ବର୍ଷ ଧରି ଲିଭ୍‌ ଇନ୍‌ରେ ରହି ଜଣେ ଅନ୍ୟଜଣଙ୍କୁ ପରଖିଥିଲେ। ହେଲେ ପରେ ସେମାନଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏବେ ସେମାନେ ନିଜ ନିଜ ଜୀବନରେ ଆଗକୁ ତ୍ବଢ଼ିସାରିଛନ୍ତି।

ଜନ ଆବ୍ରାହମ-ବିପାଶା ବସୁ: ଏହି ଦୁଇ ବଲିଉଡ୍‌ ତାରକାଙ୍କ ବ୍ରେକ୍‌ଅପ୍‌ ସମସ୍ତଙ୍କୁ ଚମକାଇଦେଇଥିଲା। ଉଭୟ ଲିଭ୍‌ ଇନ୍‌ରେ ରହୁଥିଲେ। ପାଖାପାଖି ୯ ବର୍ଷ ଧରି ସେମାନେ ଏକାଠି ରହିଥିଲେ। ଏବେ ସେମାନେ ଅନ୍ୟତ୍ର ବିବାହ କରି ଖୁସିରେ ଅଛନ୍ତି।

ସୁଶାନ୍ତ ସିଂହ ରାଜପୁତ-ଅଙ୍କିତା ଲୋଖଣ୍ଡେ: ଏହି ଲୋକପ୍ରିୟ ଟେଲିଭିଜନ ଯୋଡ଼ି ଲିଭ୍‌ ଇନ୍‌ରେ ରହିଥିଲେ। ପ୍ରଶଂସକ ଉଭୟ ବିବାହ କରିବେ ବୋଲି ଚାହିଁ ବସିଥିବା ବେଳେ ୨୦୧୬ରେ ସେମାନେ ଅଲଗା ହୋଇଯାଇଥିଲେ।

ନେହା କକ୍କଡ-ହିଂମାଶ କୋହଲି- ଲୋକପ୍ରିୟ ବଲିଉଡ ଗାୟିକା ନେହା ହିମାଂଶଙ୍କ ସହ ଲିଭ୍‌ ଇନ୍‌ରେ ଥିଲେ। ହେଲେ ପରେ ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏବେ ନେହା ରୋହନପ୍ରିତଙ୍କୁ ବିବାହ କରି ଆଗକୁ ବଢ଼ିଯାଇଛନ୍ତି।

ଐଶ୍ୱର୍ଯ୍ୟା ରାୟ-ସଲମାନ: ବେଶ ବିବାଦୀତ ଥିଲା ଏହି ଯୋଡ଼ିଙ୍କ ସମ୍ପର୍କ। ଯେତେବେଳେ ଉଭୟ ପ୍ରେମରେ ଥିଲେ, କିଛି ମାସ ଯାଏ ଲିଭ୍‌ଇନ୍‌ରେ ରହିଥିଲେ। ଏବେ ଐଶ ବଚ୍ଚନ ପରିବାରର ବୋହୂ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri