ଏମାନଙ୍କୁ ମିଳିବ ପକ୍କା ଘର: ୩୪ ଲକ୍ଷ ଲୋକଙ୍କର ହେଲା ସର୍ଟଲିଷ୍ଟ , ତାଲିକାରେ…

ଭୁବନେଶ୍ୱର,୯।୧: ଗରିବ ଲୋକଙ୍କୁ ପଞ୍ଚାୟତିରାଜ ବିଭାଗର ନୂଆବର୍ଷ ଉପହାର ଦେଇଛନ୍ତି। ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୭ ଲକ୍ଷ ଆବେଦନ ହୋଇଛି । ୩୪ ଲକ୍ଷଙ୍କୁ ସର୍ଟଲିଷ୍ଟ କରାଯାଇ କେନ୍ଦ୍ର ସରକାରଙ୍କୁ ତାଲିକା ଦିଆଯାଇଛି ।

ପୂର୍ବରୁ ପଞ୍ଚାୟତିରାଜ ମନ୍ତ୍ରୀ ଘୋଷଣା କରି କହିଥିଲେ, ଆଉ ରହିବନି ବିଜୁ ପକ୍କା ଘର ସ୍କିମ । ସମସ୍ତଙ୍କୁ ମିଳିବ ଘର । କୌଣସି ଯୋଗ୍ୟ ହିତାଧିକାରୀ ସରକାରୀ ଆବାସରୁ ବଞ୍ଚିତ ହେବେ ନାହିଁ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟତା ମାପଦଣ୍ଡକୁ କୋହଳ ସରକାର କରିଛନ୍ତି। ସର୍ବାଧିକ ମାସିକ ଆୟ ୧୦ ହଜାରରୁ ୧୫ ହଜାରକୁ ବଢ଼ାଇଛନ୍ତି। ସେହିପରି ପୂର୍ବ ମାପଦଣ୍ଡରେ ଅନେକ ପରିବର୍ତ୍ତନ କରିଛନ୍ତି।

ପୂର୍ବରୁ ହିତାଧିକାରୀଙ୍କ ପରିବାରର ସର୍ବାଧିକ ମାସିକ ଆୟ ୧୦ ହଜାର ରଖାଯାଇଥିଲା । ଏହାକୁ ବଢ଼ାଇ ୧୫ ହଜାର କରାଯାଇଛି । ଦୁଇ ଚକିଆ ଯାନ, ଫ୍ରିଜ , ଲ୍ୟାଣ୍ଡ ଫୋନ ଥିଲେ ବି PMAY ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ଦିବ୍ୟାଙ୍ଗ ଓ ଭିନ୍ନ ହୋଇଥିବା ପୁଅଙ୍କୁ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ । ସେହିପରି ବିଧବା ଓ ନିରାଶ୍ରୟ ମହିଳା ଏହି ଯୋଜନାରେ ମଧ୍ୟ ସାମିଲ ହୋଇପାରିବେ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନରୁ ଏସବୁ ଜିନିଷ କିଣେ ଭାରତ, ଯୁଦ୍ଧ ଭିତରେ ବଢିଯିବ ଖଜୁରୀ, ପିସ୍ତା ଓ ଫଳ…

ନୂଆଦିଲ୍ଲୀ,୧।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ନୁହେଁ, ବରଂ ସମଗ୍ର ବିଶ୍ୱ ଅର୍ଥନୀତିରେ ଅନୁଭୂତ ହେଉଛି। ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ…

ଯୁଦ୍ଧ ଭିତରେ ମୋଦିଙ୍କୁ ଚିଠି ଲେଖିଲେ ଜିତୁ ପଟଓ୍ବାରୀ

ଭୋପାଳ,୧।୩: ଆମେରିକା-ଇସ୍ରାଏଲ ଆକ୍ରମଣ ଏବଂ ଇରାନ ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଯୋଗୁ ଦୁବାଇ ଏବଂ ସାରଜାହା ବିମାନବନ୍ଦରରେ ଫସି ରହିଥିବା ମଧ୍ୟପ୍ରଦେଶର ୧୦୦ ରୁ ଅଧିକ ନାଗରିକଙ୍କ…

ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…

ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା…

ଟାୱାର ମାଳମାଳ ହେଲେ ନେଟୱର୍କ ଦୁର୍ବଳ, 5G ଯୁଗରେ ହନ୍ତସନ୍ତ ଲୋକେ

ନନ୍ଦପୁର,୧।୩(ତୁଷାର କାନ୍ତ ମହାନ୍ତି): ମାର୍ଚ୍ଚ ମାସର ପ୍ରଥମଦିନରେ ଦୁର୍ବଳ ନେଟୱର୍କ ସେବା ଜନ ଜୀବନକୁ ପ୍ରଭାବିତ କରିଛି। ଶନିବାର ସକାଳୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର…

ଇସ୍ରାଏଲ ଯୁଦ୍ଧରେ ଖାମେନେଇଙ୍କ ମୃତ୍ୟୁ! କେମିତି ହୋଇଥିଲେ ସୁପ୍ରିମ ଲିଡର? ଜାଣନ୍ତୁ…

ତେହରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଛି। ଜଣେ ଇସ୍ରାଏଲୀ ଅଧିକାରୀଙ୍କ ଉଦ୍ଧୃତି ଦେଇ ରଏଟର୍ସ ଏହା ଦାବି କରିଛି। ଏହି ଘଟଣା…

ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଲେ ଲୁଟେରା ଗ୍ୟାଙ୍ଗ: ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

କେନ୍ଦ୍ରାପଡ଼ା/ଆଳି,୧ା୩(ଜଗନ୍ନାଥ ଧଳ/ବନମାଳୀ ସେନାପତି): ଆଳି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏକ ଲୁଟେରା ଗ୍ୟାଙ୍ଗ ସିରିଜ ଲୁଟ୍‌ କରିବା ସହ ଜଣେ ବ୍ୟବସାୟୀଙ୍କ ଘରେ ଓ ଅଫିସରେ…

ହୋଟେଲ ଖାଦ୍ୟ ନିୟମିତ ଯାଞ୍ଚ ହେଉନାହିଁ : ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ସରକାରୀ ସୁବିଧା ମିଳୁନାହିଁ 

ଭଞ୍ଜନଗର,୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଦିନକୁ ଦିନ ଛତୁ ଫୁଟିଲା ଭଳି ଛୋଟରୁ ବଡ ହୋଟେଲ ଖୋଲୁଛି। କିନ୍ତୁ ଉକ୍ତ ହୋଟେଲଗୁଡ଼ିକର ଖାଦ୍ୟ ନିୟମିତ…

ଖାମେନେଇଙ୍କ ମୃତ୍ୟୁ ପରେ ରାଗରେ ନିଆଁବାଣ ହେଲାଣି ପାକିସ୍ତାନ, ଆମେରିକୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ, ୯ ମୃତ

କରାଚି,୧।୩: ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ହତ୍ୟା ଖବର ପ୍ରସାରିତ ହେବା ପରେ ପାକିସ୍ତାନର କରାଚୀରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆମେରିକୀୟ ଦୂତାବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri