ଯୁବାବସ୍ଥାରେ ଆପଣାନ୍ତୁ ଏହି ୪ ଅଭ୍ୟାସ; ବାର୍ଦ୍ଧକ୍ୟ ବେଳେ ପଡ଼ିବେନି ଏକା

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ମନୁଷ୍ୟ ଜୀବନରେ ସୁଖଦୁଃଖ ହେଉଛି ଖରାଛାଇ ଭଳି। ଏହା ସମସ୍ତଙ୍କ ଜୀବନରେ ଆସିଥାଏ। ଏଥିଲାଗି ମନୁଷ୍ୟକୁ ପ୍ରତିଟି ପରିସ୍ଥିତିରେ ସଂଘର୍ଷ କରି ଆଗକୁ ବଢ଼ିବା ଲାଗି ପ୍ରସ୍ତୁତ ରହିବା ଉଚିତ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନର ଚକ୍ର ବିଷୟରେ କହିଛନ୍ତି ଯେ ସମସ୍ତଙ୍କ ଜୀବନରେ ବାଲ୍ୟକାଳ, ଯୁବାବସ୍ଥା ଏବଂ ବାଦ୍ଧକ୍ୟ ମୁଖ୍ୟ ହୋଇଥାଏ। ଯୁବାବସ୍ଥାକୁ ଯଦି ସଠିକ ଉପଯୋଗ କରାଯାଏ ତେବେ ବାର୍ଦ୍ଧକ୍ୟ ସମୟ ଭଲରେ ବିତିଥାଏ। ଜାଣନ୍ତୁ କ’ଣ କରିବେ:-

ପିଲାମାନଙ୍କୁ ଭଲ ସଂସ୍କାର ଦିଅନ୍ତୁ: ଚାଣକ୍ୟ କୁହନ୍ତି ବାଦ୍ଧକ୍ୟ ସମୟକୁ ସୁନ୍ଦର କରନ୍ତି ପୁତ୍ର। ଯଦି କୌଣସି ବ୍ୟକ୍ତିଙ୍କୁ ଆଜ୍ଞାକାରୀ ପୁତ୍ର ମିଳିଯାଏ ତେବେ ତାଙ୍କ ଲାଗି ଏହା ସବୁଠାରୁ ବଡ଼ ସୁଖ ହୋଇଥାଏ। ଏଥିଲାଗି ପୁତ୍ର ଜନ୍ମ ହେବା ପରେ ତାକୁ ଭଲ ସଂସ୍କାର ଦିଅନ୍ତୁ, ଯାହାଫଳରେ ସେ ବଡ଼ ହୋଇ ସଂସ୍କାରୀ ହେବ। ଯଦି ଏଭଳି ନ କରନ୍ତି ତେବେ ସେ ବଡ଼ ହେଲେ ସମ୍ମାନ କରିବ ନାହିଁ।

ସ୍ବଚ୍ଛ ଚରିତ୍ର: ଚାଣକ୍ୟ କୁହନ୍ତି ବ୍ୟକ୍ତିର ଚରିତ୍ର ଜୀବନକୁ ସମର୍ଥନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।ଯଦି କାହାର ଚରିତ୍ର ଖରାପ ତେବେ ବୃଦ୍ଧାବସ୍ଥାରେ ପୁଅ ସାଙ୍ଗରେ ରହି ନ ଥାଏ। ସେହିଭଳି ଚରିତ୍ର ଭଲ ଥିଲେ ଲୋକେ ବୃଦ୍ଧାବସ୍ଥାରେ ସମ୍ମାନ କରିଥାନ୍ତି। ଏଭଳି ଲୋକ ସମାଜରେ ମଧ୍ୟ ସମ୍ମାନ ପାଇଥାନ୍ତି।

ପଦକୁ ନେଇ ଗର୍ବ କର ନାହିଁ: ଚାଣକ୍ୟ କହିଛନ୍ତି ଯେ ନିଜ ପଦକୁ ନେଇ କେବେ ବି ଗର୍ବ କର ନାହିଁ। ଯେଉଁମାନେ ଯୁବାବସ୍ଥାରେ ଉଚ୍ଚ ପଦବୀ ପାଇବା ପରେ ଅନ୍ୟଙ୍କୁ ତୁଚ୍ଛ ବୋଲି ଭାବିଥାନ୍ତି, ସେମାନଙ୍କୁ ବୃଦ୍ଧ କାଳରେ ସମାଜରେ ସମ୍ମାନ ମିଳେ ନାହିଁ। ଯେତେବେଳେ ଏମାନଙ୍କ ପଦ ଏବଂ ପ୍ରତିଷ୍ଠା ଶେଷ ହୁଏ ସେତେବେଳେ ସେମାନଙ୍କ ସହ କେହି ବି ନ ଥାନ୍ତି।

ସାହାଯ୍ୟକାରୀ ହୁଅ: ଚାଣକ୍ୟ କହିଛନ୍ତି ବୃଦ୍ଧାବସ୍ଥାକୁ ସୁନ୍ଦର କରିବାର ସହଜ ଉପାୟ ହେଉଛି ଅନ୍ୟକୁ ସହାୟତା କରିବା। ଲୋକମାନଙ୍କୁ ସାହାଯ୍ୟ କଲେ, ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ। ଏଣୁ ସାମର୍ଥ୍ୟ ଅନୁଯାୟୀ ଜଣେ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ। ଏହି କାରଣରୁ ତାଙ୍କୁ ସମାଜରେ ସମ୍ମାନ ମିଳିବା ସହ ଭବଷ୍ୟତ ସୁନ୍ଦର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୃହିଣୀଙ୍କ ପାଇଁ….

ଟୁଥ୍‌ପେଷ୍ଟ କେବଳ ଦାନ୍ତ ସଫା କରିବା ସହ ଅନେକ କାମରେ ଆସିଥାଏ। ଆପଣ ପ୍ରତିଦିନର କେତୋଟି କାମରେ ଏହାର ଉପଯୋଗ କରିପାରିବେ। ଜାଣନ୍ତୁ ଏ ସମ୍ପର୍କରେ...

କାଶ, କଫ ଭଲ କରେ ଗୋଲମରିଚ

ଭୋଜନରେ ଗୋଲମରିଚର ବ୍ୟବହାର ଯେ କେବଳ ସ୍ବାଦ ବଢ଼ାଇବା ପାଇଁ ହୁଏ ଭାବିବା ସମ୍ପୂର୍ଣ୍ଣ ଭୁଲ୍‌। ଅନେକ କ୍ଷେତ୍ରରେ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ...

ହାର୍ଟ ବିଟ୍‌ରେ ଚାଲିବ ପେସ୍‌ମେକର

ନ୍ୟୁୟର୍କସ୍ଥିତ ବଫାଲୋ ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଆପ୍ଲାଏଡ୍‌ ସାଇନ୍ସର ବୈଜ୍ଞାନିକମାନେ ଏପରି ଏକ ପେସମେକର (ହାର୍ଟକୁ କ୍ରିୟାଶୀଳ କରିବା ଏବଂ ଏହାର ସ୍ପନ୍ଦନକୁ ସନ୍ତୁଳିତ...

ପୁଅଙ୍କ ଏହି ଗୁଣକୁ ଦେଖି ନିଜର କରିବାକୁ ଚାହାନ୍ତି ଝିଅମାନେ

ପୁଅ ହୁଅନ୍ତୁ ଅବା ଝିଅ ସମସ୍ତଙ୍କର ନିଜର ପସନ୍ଦ ରହିଛି। କାହାକୁ ଯତ୍ନଶୀଳ ସ୍ବଭାବର ସାଥୀ ପସନ୍ଦ ତ ଆଉ କାହାକୁ ମଜାଳିଆ ପ୍ରକୃତିର। ସେହିପରି...

ଘରକରଣା

ଗନ୍ଧ ହେଉଥିବା ପାତ୍ରରେ ଏକ କପ୍‌ ଭିନେଗାର ପକାଇ ତାକୁ ୧୦ ମିନିଟ୍‌ ଫୁଟାନ୍ତୁ। ଯେତେ ଖରାପ ଗନ୍ଧ ହୋଇଥିଲେ ବି ଚାଲିଯିବ। ରୋଷେଇ ଘରେ...

ସୁସ୍ଥ ରହିବାକୁ ହେଲେ ଖାଆନ୍ତୁ ବ୍ଲଡ୍‌ ଗ୍ରୁପ୍‌ ଅନୁସାରେ ଖାଦ୍ୟ: ଜାଣନ୍ତୁ କେଉଁ ବର୍ଗ ପାଇଁ କ’ଣ ରହିଛି ଡାଏଟ୍‌ ପ୍ଲାନ୍‌

ଅନେକ ସମୟରେ ଖାଦ୍ୟପେୟର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ସୁସ୍ଥ ରହିବାକୁ ହେଲେ ଉପଯୁକ୍ତ ଖାଦ୍ୟସେବନ କରିବା ଜରୁରୀ। ତେବେ ଆଜିକାଲିର ବ୍ୟସ୍ତବହୁଳ ସମୟରେ ଲୋକମାନେ...

ଉଚ୍ଚ ରକ୍ତଚାପ ଲାଗି ଉପକାରୀ ମେଥି, ଏଭଳି କରନ୍ତୁ ସେବନ…

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ...

ପନିର ଖିରି

ଆବଶ୍ୟକ ସାମଗ୍ରୀ ଚକଟାଯାଇଥିବା ପନିର – ୧/୨ କପ୍‌,ମିଲ୍କ ମେଡ୍‌ – ୧/୪, କ୍ଷୀର – ୧ଲିଟର, ଚିନି -୨୫୦ ଗ୍ରାମ୍‌, ପେସ୍ତା ବାଦାମ, କିସ୍‌ମିସ୍‌,...

Advertisement
Archives

Model This Week