ଏହି ୪ଟି ଜିନିଷ ସର୍ବଶକ୍ତିମାନ; ଜୀବନର ମହତ୍ୱ ସହ ବଢ଼ାଏ ଶକ୍ତି: ଜାଣିରଖନ୍ତୁ…

ନିଜର ନୀତିଶାସ୍ତ୍ରରେ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ କିଛି ବିଷୟ ଉଲ୍ଲେଖ କରିଛନ୍ତି। ସେଭଳି ଏକ ଶ୍ଳୋକରେ ଚାଣକ୍ୟ ଏଭଳି ୪ଟି ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି ଯାହାର ସ୍ଥାନ ସର୍ବୋପରେ। ଆସନ୍ତୁ ଜାଣିବା..

नात्रोदक समं दानं न तिथि द्वादशी समा।

न गायत्र्या: परो मन्त्रो न मातुदैवतं परम्।।

-ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ମନୁଷ୍ୟ ପାଇଁ ଅନ୍ନ ଦାନ ସବୁଠୁ ବଡ଼ ଦାନ। ଭୋକିଲା ବ୍ୟକ୍ତିଙ୍କୁ ଖାଇବା ଦେବା, ଶୋଷରେ ଥିବା ବ୍ୟକ୍ତିଙ୍କୁ ପାଣି ଦେବା ସବୁଠାରୁ ବଡ଼ ଦାନ। ଏଭଳି କରୁଥିବା ବ୍ୟକ୍ତି ପୁଣ୍ୟାତ୍ମା।

-ହିନ୍ଦୁ ପଞ୍ଚାଙ୍ଗର ୧୨ତମ ତିଥି ଅର୍ଥାତ ଦ୍ୱାଦଶୀକୁ ସବୁଠାରୁ ପବିତ୍ର ବୋଲି ଚାଣକ୍ୟ କହିଛନ୍ତି। ଏହି ଦିନ ଭଗବାନ ବିଷ୍ଣୁଙ୍କର। ଏଣୁ ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରିବା ଏବଂ ଉପବାସ ରଖିବା ଦ୍ୱାରା ପ୍ରଭୁ କୃପା ଲାଭ ହୁଏ ବୋଲି ସେ କହିଛନ୍ତି।

-ଗାୟତ୍ରୀ ମନ୍ତ୍ରକୁ ଚାଣକ୍ୟ ସବୁଠାରୁ ବଡ଼ ମନ୍ତ୍ର କହିଛନ୍ତି। ଏହି ମନ୍ତ୍ରର ଜପ ଦ୍ୱାରା ବ୍ୟକ୍ତିକୁ ଶକ୍ତି, ଆୟୁ, ପ୍ରାଣ ଏବଂ ଧନ ପ୍ରାପ୍ତି ହୋଇଥାଏ। ଅନ୍ୟ ସମସ୍ତ ମନ୍ତ୍ରଠାରୁୁ ଏହା ସର୍ବଶକ୍ତିମାନ ବୋଲି କହିଛନ୍ତି।

-ଏହାଛଡ଼ା ମଣିଷ ପାଇଁ ମା’ ସବୁଠାରୁ ବଡ଼ ବୋଲି ଚାଣକ୍ୟ କହିଛନ୍ତି। ମା’ ପୃଥିବୀଠାରୁ ବଡ଼। ତାଠାରୁ ବଡ଼ ଦେବତା ଏବଂ ଗୁରୁ ନ ଥିବା ସେ କହିଛନ୍ତି।