କେବେ ବି କରନ୍ତୁ ନାହିଁ ଏହି ୪ ଭୁଲ୍‌, ପାଖରୁ ଦୂରେଇ ଯିବେ ଲକ୍ଷ୍ମୀ

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଭାରତର ସବୁଠାରୁ ମହାନ ବିଦ୍ୱାନ, ଅର୍ଥଶାସ୍ତ୍ରୀ ଏବଂ ମାର୍ଗଦର୍ଶକ କୁହାଯାଏ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଧନସମ୍ପତ୍ତିକୁ ନେଇ ଅନେକ କିଛି ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ମନୁଷ୍ୟ ଦ୍ୱାରା ଜାଣତରେ ହେଉ କିମ୍ବା ଅଜଣାତରେ କରାଯାଉଥିବା ଭୁଲ ବିଷୟରେ ରହିଛି, ଯାହାଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ଚାଲିଯାଇଥାନ୍ତି। ଫଳସ୍ବରୂପ ଘରେ ଧନର ଅଭାବ ପରିଲକ୍ଷିତ ହୋଇଥାଏ। ଆସନ୍ତୁ ସେ ବିଷୟରେ ଜାଣିବା:

-ଟଙ୍କାପଇସା ଖର୍ଚ୍ଚ: ଚାଣକ୍ୟ କୁହନ୍ତି ଅଜଥା ଜିନିଷ କିଣାରେ ଟଙ୍କା ଖର୍ଚ୍ଚ କରୁଥିବା ନଚେତ ଦେଖେଇ ହେଉଥିବା ଲୋକଙ୍କ ଉପରେ ଲକ୍ଷ୍ମୀ ଅପ୍ରସନ୍ନ ଥାଆନ୍ତି। ଏଭଳି ଲୋକେ ଆର୍ଥିକ ସଙ୍କଟ ସମୟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଣୁ ମନୁଷ୍ୟକୁ ସର୍ବଦା ଠିକ୍‌ ସ୍ଥାନରେ ଟଙ୍କା ଖର୍ଚ୍ଚ କରିବା ଉଚିତ।

-ରୋଷେଇ ଗ୍ୟାସ ଉପରେ ଅଇଁଠା ବାସନ: ଭୁଲରେ ବି ଗ୍ୟାସ୍‌ ଉପରେ ଅଇଁଠା ବାସନ ରଖିବା ଉଚିତ ନୁହେଁ। ଚୁଲା ଉପରେ କିମ୍ବା ଆଖପାଖରେ ଅଇଁଠା ବାସନ ରଖିବା ଦ୍ୱାରା ମା’ ଲକ୍ଷ୍ମୀ ଖପ୍ପା ହୋଇଯାଇଥାନ୍ତି। ଘରର ସୁଖଶାନ୍ତି ଉପରେ ବି ଏହାର ପ୍ରଭାବ ପଡ଼ିଥାଏ। ମାନସମ୍ମାନ କମ୍‌ ହୋଇଥାଏ। ଘରେ ଦରିଦ୍ରତା ବାସ କରିଥାଏ। ଅର୍ଥାତ ଖରାପ ସମୟ ଆରମ୍ଭ ହୋଇଥାଏ।

-ସନ୍ଧ୍ୟା ସମୟରେ ଝାଡ଼ୁ: ସୂର୍ଯ୍ୟାସ୍ତ ପରେ ଘରେ ଝାଡ଼ୁ ଲଗାଇବା ଦ୍ୱାରା ଲକ୍ଷ୍ମୀ ଖପ୍ପା ହୋଇଯାଆନ୍ତି। ଏଣୁ ସନ୍ଧ୍ୟା ସମୟରେ ଝାଡ଼ୁ-ପୋଛା କେବେ ବି କରିବା ଉଚିତ ନୁହେଁ। ଝାଡ଼ୁ ଲକ୍ଷ୍ମୀଙ୍କ ପ୍ରତିକ କୁହାଯାଏ। ଯଦି କୌଣସି କାରଣରୁ ଝାଡ଼ୁ ଲଗାଇ ପାରି ନାହାନ୍ତି ତେବେ ଅଳିଆକୁ ସାଙ୍ଗେ ସାଙ୍ଗେ ଘରୁ ବାହାର କରନ୍ତୁ ନାହିଁ। ପରଦିନ ସକାଳେ ଏହାକୁ ଫିଙ୍ଗନ୍ତୁ।

-ବ୍ୟବହାର ଅଥବା ଆଚରଣ: ଚାଣକ୍ୟ କୁହନ୍ତି ଯେଉଁ ଲୋକ ବୟସ୍କ, ବିଦ୍ୱାନ, ମହିଳା ଅଥବା ଗରିବଙ୍କୁ ହଇରାଣ କରିଥାଏ, ତାଙ୍କର ଅପମାନ କରିଥାଏ, ମା’ ଲକ୍ଷ୍ମୀଙ୍କ କୃପା ତାଙ୍କ ଉପରେ ହୋଇ ନ ଥାଏ। ଅନ୍ୟ ସହ ଦୁର୍ବବ୍ୟହାର କରିବା ଲୋକଠାରୁ ମା’ ଲକ୍ଷ୍ମୀ ଖପ୍ପା ହୋଇଥାନ୍ତି। ଏହାଛଡ଼ା ଯେଉଁମାନେ ମାତା-ପିତା ତୁଲ୍ୟ କିମ୍ବା ଶିକ୍ଷକଙ୍କ ସହ ଅଭଦ୍ର ଭାଷାରେ କଥା ହୁଅନ୍ତି ସେମାନଙ୍କୁ ମଧ୍ୟ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri