Categories: ଖେଳ

ହୋଟେଲ୍‌ରେ ଧୋନୀ ତ ବୋଟ୍‌ରେ ପାଣ୍ଡ୍ୟା; ପ୍ରେମିକାଙ୍କୁ ପ୍ରପୋଜ କରିବା ଲାଗି ଫିଲ୍ମ ଷ୍ଟାଇଲ୍‌ ଆପଣାଇଥିଲେ ଏସବୁ କ୍ରିକେଟର

ନୂଆଦିଲ୍ଲୀ,୬।୮: ବଲିଉଡ୍‌ ସେଲିବ୍ରିଟିମାନଙ୍କ ଭଳି ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଭାରତୀୟ ଟିମ୍‌ର କ୍ରିକେଟର। ବିଶେଷକରି ସେମାନଙ୍କ ଲଭ୍‌ ଲାଇଫ୍‌ ଖବର ଶିରୋନାମା ପାଲଟିଥାଏ। କିଛି କ୍ରିକେଟର ଖେଳ ପଡ଼ିଆରେ ତ କିଏ ବୋଟ୍‌ ଉପରେ ଜୀବନସାଥିଙ୍କୁ ପ୍ରପୋଜ୍‌ କରିଛନ୍ତି। ଦେଖିବାକୁ ଗଲେ କୌଣସି ଫିଲ୍ମର କାହାଣୀ ଠାରୁ କମ୍‌ ନୁହେଁ ସେମାନଙ୍କର ଲଭ୍‌ଷ୍ଟୋରୀ। ସେଭଳି କିଛି ଲଭ୍‌ଷ୍ଟୋରୀ ବିଷୟରେ ଆସନ୍ତୁ ଜାଣିବା…

ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପ୍ରେମିକାଙ୍କୁ ବୋଟ୍‌ ଉପରେ ପ୍ରପୋଜ କରିଥିଲେ।

ଧୋନୀ: ଭାରତୀୟ ଟିମ୍‌ରେ କ୍ୟାପ୍‌ଟେନ୍‌ କୁଲ ଭାବେ ପରିଚିତ ଧୋନୀ ସାକ୍ଷୀଙ୍କୁ ଭ୍ୟାଲେଣ୍ଟାଇନ୍‌ ଡେ’ରେ ଅଷ୍ଟ୍ରେଲିଆରେ ପ୍ରପୋଜ କରିଥିଲେ। ଏହି ସମୟରେ ସେ କହିଥିଲେ, ମୋ ଜୀବନ କ୍ରିକେଟ କିଟ୍‌ ଭଳି ଛୋଟ।

ରୋହିତ ଶର୍ମା:ଭାରତୀୟ ଦଳର ଓପନର୍‌ ରୋହିତ ଯେଉଁ କ୍ରିକେଟ ପଡ଼ିଆରୁ ଖେଳିବା ଆରମ୍ଭ କରିଥିଲେ, ସେଠାରେ ହିଁ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ। ବୋରିବଲି ସ୍ପୋଟ୍ସ କ୍ଲବରେ ରୀତିକା ସଜଦେହଙ୍କୁ ପ୍ରପୋଜ କରିଥିଲେ ସେ।

ଜାହିର ଖାନ୍‌: ଭାରତୀୟ ଦଳର ଦ୍ରୁତ ବୋଲର ଜାହିର ପ୍ରେମିକା ସାଗରିକାଙ୍କୁ ଆଇପିଏଲ୍‌ର ୧୦ମ ସଂସ୍କରଣ ସମୟରେ ପ୍ରପୋଜ କରିଥିଲେ। ଏପରିକି ସେ ଉକ୍ତ ସିଜନ୍‌ ଚାଲିଥିବା ବେଳେ ନିର୍ବନ୍ଧ କରିନେଇଥିଲେ।

ହରଭଜନ ସିଂହ: ଭାରତୀୟ ଦଳର ଅଭିଜ୍ଞ ସ୍ପିନର ହରଭଜନ ଆଇପିଏଲ୍‌ ସିଜିନ୍‌ ସମୟରେ ଗୀତା ବସ୍ରାଙ୍କୁ ପ୍ରପୋଜ କରିଥିଲେ। ସେ ସମୟରେ ସେ ପ୍ରେମର ମାୟାଜାଲରେ ଫସିବାକୁ ଚାହୁଁ ନ ଥିଲେ। ହେଲେ ପରେ ୮ ବର୍ଷ ଡେଟ୍‌ କରିବା ପରେ ସେମାନେ ବିବାହ କରିନେଇଥିଲେ।

Share