Posted inଜାତୀୟ

ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସର ଏହି ନେତାଙ୍କ ରହିଛି ଅଧିକ ଡିମାଣ୍ଡ, ଲିଷ୍ଟରେ ଶିବସେନାର ଏହି ହେଭିଓ୍ବେଟଙ୍କ ନାଁ

ନୂଆଦିଲ୍ଲୀ,୧୦।୪: ଦିନ କେଇଟା ପରେ ଲୋକ ସଭା ନିର୍ବାଚନ ୨୦୨୪ର ମହା ସଂଗ୍ରାମ ଆରମ୍ଭ ହେବାକୁ ଯାଉଛି। ଏନେଇ ସବୁଦଳ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହାରି ଭିତରେ କଂଗ୍ରେସ ମଧ୍ୟ ନିଜ ପ୍ରଚାର ଅଭିଯାନକୁ ତୀବ୍ର କରିଛି। ସୋନିଆ ଗାନ୍ଧୀଙ୍କ ଠାରୁ ରାହୁଲ ଗାନ୍ଧୀ ଏବଂ ସଚିନ ପାଇଲଟଙ୍କ ଠାରୁ ପ୍ରିୟଙ୍କା ଗାନ୍ଧୀ ପର୍ଯ୍ୟନ୍ତ ହେଭିଓ୍ବେଟ ନେତା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି। ଏହି ସମୟରେ, କଂଗ୍ରେସର ଏପରି ଏକ ତାଲିକା ଭାଇରାଲ ହେଉଛି ଯେଉଁଥିରେ କିଛି ନେତାଙ୍କ ନାମ ରହିଛି ଯେଉଁମାନଙ୍କ ସାରା ଦେଶରେ ପ୍ରଚାର ପାଇଁ ଅଧିକ ଚାହିଦା ରହିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଲିଷ୍ଟରେ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟ ନାଁ ରହିଛି। ସ୍ତ୍ରୀଙ୍କ ଅସୁସ୍ଥତା ହେତୁ ସେ ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସାରା ଦେଶରେ ପ୍ରଚାର ପାଇଁ କେଉଁ କଂଗ୍ରେସ ନେତାଙ୍କ ଅଧିକ ଡିମାଣ୍ଡ ରହିଛି।

ଉତ୍ତର ଭାରତରେ ପ୍ରିୟଙ୍କା ଗାନ୍ଧୀଙ୍କ ସର୍ବାଧିକ ଚାହିଦା ରହିଛି। ଉତ୍ତର ଭାରତ ତଥା ଦକ୍ଷିଣ ଭାରତରେ ମଧ୍ୟ ରାହୁଲ ଗାନ୍ଧୀଙ୍କ ଅଧିକ ଡିମାଣ୍ଡ ରହିଛି। ରାହୁଲ-ପ୍ରିୟଙ୍କାଙ୍କ ଅନୁପସ୍ଥିତିରେ ସଚିନ ପାଇଲଟଙ୍କ ଚାହିଦା ଅଧିକ ରହିଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କେବଳ କର୍ନାଟକ ଓ ଦଳିତ ପ୍ରାଧାନ୍ୟ ଆସନରେ ପ୍ରଚାର ପାଇଁ ଡିମାଣ୍ଡରେ ଅଛନ୍ତି। କୌତୁହଳର ବିଷୟ, ମହାରାଷ୍ଟ୍ରର ଆଞ୍ଚଳିକ ନେତାଙ୍କ ମଧ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ପସନ୍ଦ ରାଜ୍ୟର କୌଣସି କଂଗ୍ରେସ ଭେଟେରାନ କିମ୍ବା ଶରଦ ପାୱାର ନୁହଁନ୍ତି ବରଂ ଉଦ୍ଧବ ଠାକରେଙ୍କ ଚାହିଦା ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri