ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ଚଢ଼ନ୍ତି ବଲିଉଡ୍‌ର ଏସବୁ ଷ୍ଟାର୍‌

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତା ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ଚଢ଼ିଥାନ୍ତି। ଅଭିନେତା ସନି ଦେଓଲଙ୍କ ନିକଟରେ ଅଡି ଏ -୮ ଗାଡ଼ି ଅଛି। ଯାହାକି ସମ୍ପୂର୍ଣ୍ଣ ବୁଲେଟ୍‌ ପ୍ରୁଫ୍‌ ଅଟେ। ସେହିପରି ଅମିର ଖାନ୍‌ଙ୍କ ନିକଟରେ ମଧ୍ୟ ଏକ ବୁଲେଟ୍‌ ପ୍ରୁଫ୍‌ କାର୍‌ ରହିଛି। ତାଙ୍କ ନିକଟରେ ମର୍ସିଡିଜ୍‌ ୫୬୦୦ ଗାର୍ଡ କାର୍‌ ରହିଛି। ହ୍ରିତିକ ରୋଶନ ଏକ ବୁଲେଟ୍‌ ପ୍ରୁଫ୍‌ କାର୍‌ ଚଳାନ୍ତି। ଏହି ତାଲିକାରେ କିଙ୍ଗ୍‌ଖାନ୍‌ ଶାହାରୁଖଙ୍କ ନାଁ ମଧ୍ୟ ରହିଛି। ସେ ବି ମର୍ସିଡିଜ ୫୬୦୦ ଗାର୍ଡ ଗାଡ଼ି ଚଢ଼ନ୍ତି। ଯାହାକି ବୁଲେଟ୍‌ ପ୍ରୁଫ୍‌ ଅଟେ। ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କର ମଧ୍ୟ ଏକ ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ଅଛି। ଯାହାକି ରୋଲ୍‌ସ ରୟଜ୍‌ ଫେଣ୍ଟମ ଅଟେ। ଏହା ସମ୍ପୂର୍ଣ୍ଣ ବୁଲେଟ୍‌ ପ୍ରୁଫ୍‌ ଅଟେ।

Share