ପରଦାରେ ହିରୋ ନୁହେଁ ହିରୋଇନଙ୍କ ସହ ରୋମାନ୍ସ କରିଛନ୍ତି ଏସବୁ ନାୟିକା, ସାଉଁଟିଛନ୍ତି ବାହାବାଃ

ବମ୍ବେ: ପରଦାରେ ସମଲିଙ୍ଗୀ ଚରିତ୍ରରେ ଅଭିନୟ କରି ବାହାବାଃ ସାଉଁଟିଛନ୍ତି ଅନେକ ବଲିଉଡ୍‌ ଅଭିନେତ୍ରୀ। ହିରୋଙ୍କୁ ଛାଡ଼ି ହିରୋଇନ୍‌ଙ୍କ ସହ କରିଛନ୍ତି ରୋମାନ୍ସ। ଏହି ତାଲିକାରେ ରହିଛନ୍ତି ଶବାନା ଆଜମୀଙ୍କଠାରୁ ଆରମ୍ଭ କରି ଭୂମି ପେଡନେକର, ମାଧୁରୀ ଦୀକ୍ଷିତ, ସୋନମ କପୁର, ଅମୃତା ଅରୋରା, ଦିବ୍ୟା ଦତ୍ତା, ସ୍ବରା ଭାସ୍କର, ହୁମା କ୍ୟୁରେସି ପ୍ରମୁଖ।

ଶବାନା ଫିଲ୍ମ ‘ଫାୟାର’ରେ ଲେସ୍‌ବିଆନ୍‌ ଭୂମିକାରେ ନଜର ଆସିଥିଲେ। ଭୂମି ଫିଲ୍ମ ‘ବଧାଇ ଦୋ’ରେ ଲେସବିଆନ୍‌ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ବେଶ ଚର୍ଚ୍ଚାରେ ଥିଲା। ମାଧୁରୀ ‘ମଜା ମା’ରେ ଲେସବିଆନ ଭୂମିକାରେ ନଜର ଆସିଥିଲେ। ତାଙ୍କର ଏହି ଚରିତ୍ର ସମସ୍ତଙ୍କୁ ଚକିତ କରିଥିଲା। ସୋନମ୍‌ ‘ଏକ ଲେଡକି କୋ ଦେଖା ତୋ ଐସା ଲଗା’ ଫିଲ୍ମରେ ଲେସବିଆନ୍‌ ଚରିତ୍ରରେ ନଜର ଆସିଥିଲେ। ଅମୃତା ଫିଲ୍ମ ‘ଗର୍ଲଫ୍ରେଣ୍ଡ’ରେ, ଦିବ୍ୟାଙ୍କ ସହ ସ୍ବରା ‘ଶିର ଖୁର୍ମା’ ଚଳଚ୍ଚିତ୍ରରେ ଲେସ୍‌ବିଆନ୍‌ ଭାବେ ଅଭିନୟ କରିଥିଲେ। ତେବେ ହୁମା ଚଳଚ୍ଚିତ୍ର ‘ଦେଢ଼ ଇସ୍କିଆ’ରେ ଲେସବିଆନ୍‌ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ମାଧୁରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Share