ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ। ହେଲେ, ଦୈନନ୍ଦିନ ଜୀବନରେ ଆମେ ଏହାକୁ ଅବହେଳା କରି ଏହାର ଦାୟିତ୍ୱ ନେବାକୁ ଭୁଲିଯାଉ। ତେବେ ଏଥିରେ କିଛି ସମସ୍ୟା ଦେଖାଗଲେ ଆମେ କିପରି ଜାଣିବା ଓ ଏହାର ନିରାକରଣ ପାଇଁ କରିବା ସେ ବିଷୟରେ କିଛି ଜ୍ଞାନ ରହିବା ଆବଶ୍ୟକ। କିଡ୍ନୀ କାର୍ଯ୍ୟ ବାଧାପ୍ରାପ୍ତ ହେଲେ ହାତଗୋଡ଼ ଫୁଲିଯାଏ। ଶରୀରର ଯୋଡ଼ା ଅଂଶଗୁଡ଼ିକରେ ଦରଜ ଅନୁଭୂତ ହୁଏ। ରକ୍ତଚାପ ଅସନ୍ତୁଳିତ ରହେ। ଦୁର୍ବଳ ଲାଗେ। ବାନ୍ତି ଉଠାଏ। ଶ୍ୱାସକ୍ରିୟାରେ ବାଧା ମଧ୍ୟ ଉପୁଜେ। ତେଣୁ କିଡ୍ନୀକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣର ପାଣି ପିଇବା ଆବଶ୍ୟକ। କିଡ୍ନୀଜନିତ ରୋଗ ଦେଖାଗଲେ ଶରୀରରେ ୟୁରିଆ ତତ୍ତ୍ୱ ବଢ଼ିଯାଏ। ସେଥିପାଇଁ ଏହାକୁ ସନ୍ତୁଳିତ ରଖିବା ପାଇଁ ପ୍ରୋଟିନ୍ଯୁକ୍ତ ଖାଦ୍ୟ ମଧ୍ୟ ଅଧିକ ଖାଆନ୍ତୁ। ଘିଅ, କ୍ଷୀର, ମାଛ, ମାଂସ, ପନିର, ସୋୟାବିନ୍ ଆଦିିରେ ପ୍ରୋଟିନ୍ ଅଧିକ ଥାଏ। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ୍ କରନ୍ତୁ। ଦୈନିକ ୫ଗ୍ରାମ୍ ଲୁଣ ମଧ୍ୟ ଖାଆନ୍ତୁ। ଯଦି ନିଶାଦ୍ରବ୍ୟ ସେବନ କରୁଛନ୍ତି, ତେବେ ଏହାକୁ ତୁରନ୍ତ ଛାଡ଼ନ୍ତୁ, କାରଣ ଏହା ସ୍ବାସ୍ଥ୍ୟ ତଥା କିଡ୍ନୀ ପ୍ରତି ବେଶି କ୍ଷତିକାରକ। ଆଉ ମଧ୍ୟ ଆପଣ ଯଦି କୌଣସି କିଡ୍ନୀଜନିତ ରୋଗର ଶିକାର ହୁଅନ୍ତି, ତେବେ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।