୩ ଥର ବିବାହ କରିଛନ୍ତି ଏସବୁ ଅଭିନେତା

ବିବାହ ବନ୍ଧନରେ ଆବଦ୍ଧ ଏବଂ ବ୍ରେକ୍‌ କରିବା ବଲିଉଡ ଦୁନିଆରେ ବଡ କଥା ନୁହେଁ। ଇଣ୍ଡଷ୍ଟ୍ରିରେ ପ୍ରତିଦିନ ଏପରି ଖବର ଶୁଣିବାକୁ ମିଳେ। କିନ୍ତୁ ବଲିଉଡ୍‌ରେ ଅନେକ ଅଭିନେତା ଅଛନ୍ତି, ଯେଉଁମାନେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନୋଟି ବିବାହ କରିଛନ୍ତି। ଆସନ୍ତୁ ଜାଣିବା ସେହି ଅଭିନେତାଙ୍କ ବିଷୟରେ…
ସଞ୍ଜୟ ଦତ୍ତ
ଅଭିନେତା ସଞ୍ଜୟ ଦତ୍ତ ପ୍ରଥମେ ୧୯୮୭ରେ ରିଚା ଶର୍ମାଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ରିଚାଙ୍କ ପରଲୋକ ଘଟିଥିଲା। ଏହା ପରେ, ୧୯୯୮ରେ ସଞ୍ଜୟ ରିୟା ପିଲ୍ଲାଇଙ୍କୁ ବିବାହ କରିଥିଲେ। ତେବେ ବିବାହର ୭ ବର୍ଷ ପରେ ଦୁହେଁ ପରସ୍ପରଠାରୁ ଛାଡପତ୍ର ନେଇଥିଲେ। ତା’ପରେ ୨୦୦୮ରେ ସଞ୍ଜୟ ମାନ୍ୟତା ଦତ୍ତଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି।

ବଲିଉଡର ପ୍ରସିଦ୍ଧ ନିର୍ମାତା ସିଦ୍ଧାର୍ଥ ରୟ କାପୁର ତାଙ୍କର ପିଲାଦିନର ସାଙ୍ଗଙ୍କୁ ପ୍ରଥମେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଉଭୟଙ୍କର ଛାଡପତ୍ର ହୋଇଥିଲା। ତା’ପରେ ସେ ଜଣେ ଟିଭି ନିର୍ମାତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ବିବାହ ଅଧିକ ଦିନ ତିଷ୍ଠି ରହିଲା ନାହିଁ। ସେ ୨୦୧୨ରେ ବିଦ୍ୟା ବାଲାନଙ୍କୁ ବିବାହ କରିଥିଲେ। ଦୁହେଁ ଏବେ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି।

ଅଭିନେତା କରଣ ସିଂ ଗ୍ରୋଭର ପ୍ରଥମେ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ। ଶ୍ରଦଦ୍ଧଙ୍କଠାରୁ ଛାଡପତ୍ର ପରେ ସେ ଜେନିଫର୍‌ ୱିଙ୍ଗେଟଙ୍କୁ ବିବାହ କରିଥିଲେ। ଦ୍ୱିତୀୟ ଛାଡପତ୍ର ପରେ କରଣ ଅଭିନେତ୍ରୀ ବିପାଶା ବଶୁଙ୍କୁ ବିବାହ କରିଥିଲେ।

 

Share