କରୋନା ସଂକ୍ରମିତ ହେବା ପରେ ରୋଗୀଙ୍କ ପିଛା ଛାଡୁନି ଏହି ୬ ସମସ୍ୟା

କରୋନା ଭାଇରସ ପୁଣି ଦେଶରେ ଆତଙ୍କ ସୃଷ୍ଟି କରିଛି। ଟିକାକରଣ ଆରମ୍ଭ ହେବା ପରେ ବି ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନେ ସୁସ୍ଥ ହେବା ପରେ ମଧ୍ୟ ଏମାନଙ୍କଠାରେ ଜଟିଳ ଲକ୍ଷଣସବୁ ଦେଖିବାକୁ ମିଳୁଛି। ଡାକ୍ତର ଏପରି ସମସ୍ୟାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି।
ଡାକ୍ତର କହିଛନ୍ତି, କରୋନାରେ ସଂକ୍ରମିତ ଲୋକ ଏଥିରୁ ଭଲ ହେବା ପରେ ମଧ୍ୟ ଥକ୍କାପଣ, ଛାତି ଦରଜ ହେବା, ନିଃଶ୍ୱାସ ନେବାରେ କଷ୍ଟ ହେବା ପରି ସମସ୍ୟା ଭୋଗ କରୁଛନ୍ତି। ଏହି ଭାଇରସ ପୂରାମାତ୍ରାରେ ଶରୀରକୁ ଦୁର୍ବଳ କରିଦେଉଛି। ହୃଦ୍‌ସ୍ପନ୍ଦନର ଗତି ଅସାମାନ୍ୟ ହେବା ପରେ ନାନା ସମସ୍ୟାର ସାମ୍ନା କରିବାକୁ ପଡୁଛି। କିଡ୍‌ନୀ ମଧ୍ୟ ଖରାପ ହେଉଛି। ଏପରିକି ଯେଉଁମାନେ କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ପରେ ସେମାନଙ୍କର ଏହି ସମସ୍ୟା ଆହୁରି ବଢ଼ିଯାଉଛି। ଯାହା ଜୀବନ ପ୍ରତି ବିପଦ ପହଞ୍ଚାଉଛି।

କରୋନା ଭାଇରସର ଗମ୍ଭୀର ପରିଣାମକୁ ଦେଖି ଡାକ୍ତର ଲୋକଙ୍କୁ ସତର୍କ ରହିବାକୁ ଏବଂ ଏହି ମାରାତ୍ମକ ଭୂତାଣୁର ସମସ୍ତ ଲକ୍ଷଣ ବିଷୟରେ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି।