Posted inଜାତୀୟ

ଏହି ୫ ଭାଜପା ନେତା ର୍ନିଦ୍ୱନ୍ଦରେ ଜିତିବେ ନିର୍ବାଚନ, ପ୍ରାର୍ଥୀ ଛିଡ଼ା କରିବାକୁ ବିରୋଧୀ କରିପାରିଲାନି ସାହାସ

ନୂଆଦିଲ୍ଲୀ,୨୮।୩: ଦେଶରେ ଆରମ୍ଭ ହୋଇଛି ନିର୍ବାଚନର ବଡ଼ ପର୍ବ। ବିରୋଧୀଙ୍କୁ ଚିତାପଟ କରିବା ପାଇଁ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ପ୍ରାର୍ଥୀମାନେ ଅଣ୍ଟା ଭିଡ଼ି ସାରିଛନ୍ତି। କିନ୍ତୁ ଦେଶରେ ଏପରି ୫ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ବିରୋଧରେ ପ୍ରତିଦ୍ୱନ୍ଦି ଛିଡା କରିବା ପାଇଁ ବିରୋଧୀ ଡ଼ରିଥାନ୍ତି। ଆଉ ଏହି ୫ନେତା ର୍ନିଦ୍ୱନ୍ଦରେ ନିର୍ବାଚନ ଜିତିଥା’ନ୍ତି।

ଏହି ୫ ହେଭିଓ୍ବେଟ ନେତା ହେଉଛନ୍ତି ଭାଜପାର। ଯାହା ବିରୋଧରେ ବିରୋଧୀ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ଚଳିତ ବର୍ଷ ଅରୁଣାଚଳ ପ୍ରଦେଶରେ ଲୋକ ସଭା ନିର୍ବାଚନ ସହ ବିଧାନ ସଭା ନିର୍ବାଚନ ହେବାକୁ ଯାଉଛି। ଏପ୍ରିଲ ୧୯ରେ ଭୋଟରମାନେ ଏମପି ଓ ବିଧାୟକଙ୍କୁ ଚୟନ କରିବେ। କିନ୍ତୁ ରାଜ୍ୟରେ ୫ସିଟ୍‌ରେ ଭୋଟିଂ ପୂର୍ବରୁ ଏହି ୫ନେତା ର୍ନିଦ୍ୱନ୍ଦରେ ନିର୍ବାଚନ ଜିତିବେ।

ବୁଧବାର ନାମଙ୍କାନ ଦାଖଲ କରିବାର ଶେଷ ଦିନ ଥିଲା। କିନ୍ତୁ ଏହି ୫ ବିଧାନ ସଭା ପ୍ରାର୍ଥୀଙ୍କ ବିରୋଧରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାଁନ୍ତି। ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ଅନ୍ୟ ଚାରିଜଣ ଭାଜପା ପ୍ରାର୍ଥୀ ବିଧାୟକ ଭାବରେ ନିର୍ବାଚିତ ହେବା ନିଶ୍ଚିତ।
କହିରଖୁଛୁ କି, ୬୦ ସଦସ୍ୟ ବିଧାନସଭା ଏବଂ ଦୁଇଟି ଲୋକସଭା ନିର୍ବାଚନମଣ୍ଡଳୀ (ଅରୁଣାଚଳ ପଶ୍ଚିମ ଏବଂ ଅରୁଣାଚଳ ପୂର୍ବ) ପାଇଁ ଏପ୍ରିଲ ୧୯ରେ ମତଦାନ ହେବ। ରାଜ୍ୟରେ ୨ଟି ଲୋକ ସଭା ଆସନରେ ୧୫ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବେ।

ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଜୁନ ୨ ରେ ହେବାକୁ ଥିବାବେଳେ ଲୋକ ସଭା ନିର୍ବାଚନର ଫଳାଫଳ ଜୁନ ୪ ରେ ଘୋଷଣା କରାଯିବ। ପେମା ଖାଣ୍ଡୁ ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଛନ୍ତି, ପାଞ୍ଚଟି ବିଧାନ ସଭା ନିର୍ବାଚନମଣ୍ଡଳୀ ପାଇଁ ଏକକ ନାମାଙ୍କନପତ୍ର ଦାଖଲ କରାଯାଇଛି। ଆମେ ଆଶା କରୁଛୁ ଯେ, ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଆଉ କିଛି (ସିଟ) ଯୋଗ କରାଯିବ।

ପେମା ଖାଣ୍ଡୁଙ୍କ ବ୍ୟତୀତ ଚାରିଜଣ ପ୍ରାର୍ଥୀ ଯିଏ ଜିତିବେ ସେମାନେ ହେଉଛନ୍ତି ୧୫ ସାଗଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ରାଟୁ ଟେଚି, ୨୦ ତାଲି ବିଧାନ ସଭା ନିର୍ବାଚନମଣ୍ଡଳୀରୁ ଜିକ୍କେ ଟାକୋ, ୨୩ ତାଲିହା ବିଧାନ ସଭା ନିର୍ବାଚନମଣ୍ଡଳୀରୁ ନୟାଟୋ ଡୁକୁମ ଏବଂ ରୋଙ୍ଗ ବିଧାନ ସଭା ନିର୍ବାଚନମଣ୍ଡଳୀରୁ ମୁଚୁ ମିଥୀ।


Enter your email to get our daily news in your inbox.

All Right Reserved By Dharitri.Com

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

ଏଏପି ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ,୨୭।୪: ଶନିବାର (ଏପ୍ରିଲ ୨୭ରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ...

ନୈନିତାଲ ଜଙ୍ଗଲରେ ଲାଗିଲା ନିଆଁ, ଜନବସତି ପାଇଁ ବିପଦ

ଡେରାଡୁନ,୨୭।୪: ସାରା ବିଶ୍ୱରେ ଉତ୍ତାପ ଦିନକୁ ଦିନ ବଢିବା ସହିତ ସହିତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଯିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ...

ବର୍ଷିଲେ ଦିଲ୍ଲୀ ହାଇକୋର୍ଟ, କେତେ କ୍ଷମତା ପାଇଲେ ଖୁସି ହେବେ କେଜରିଓ୍ବାଲ?

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ତିହାର ଜେଲ୍‌ରେ କାରାଦଣ୍ଡ ଭୋଗୁଛନ୍ତି। ଏନେଇ ଆମ ଆଦମୀ ପାର୍ଟି ବାରମ୍ବାର ଜୋର ଦେଉଥିବାବେଳେ ଶନିବାର ଦିଲ୍ଲୀ...

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri