ଆପଣଙ୍କ ଖୁସିକୁ ବରବାଦ କରିଦେବ ଏହି ୪ ଅଭ୍ୟାସ! ଯେତେ ଶୀଘ୍ର ପାରୁଛନ୍ତି ଛାଡ଼ନ୍ତୁ…

ଜୀବନରେ ଖୁସିରେ ରହିବାକୁ ହେଲେ ନିଜକୁ ସକାରାତ୍ମକ ରଖିବା ଜରୁରୀ। ଅନେକ ଥର ଚାହୁଁ ନ ଥିଲେ ବି ନକାରାତ୍ମକ ଚିନ୍ତାଧାରା ଘେରି ବସେ। ମନରେ ନକାରାତ୍ମକ ଚିନ୍ତାଧାର ଆସିଲେ ଖୁସି ଗାଏବ ହୋଇଯାଏ। ଅନେକ ଥର ଏଭଳି ଚିନ୍ତା ପଛରେ ଅନ୍ୟ ଲୋକ ଦାୟୀ ରହିଥାନ୍ତି, ହେଲେ ଅଧିକାଂଶ ସମୟରେ ଜାଣତରେ ହେଉ ଅବା ଅଜଣାତରେ ଆମେ ଏଭଳି ଅଭ୍ୟାସରେ ପଡ଼ିଯାଉ, ଯାହା ଆମକୁ ନକାରାତ୍ମକ ଚିନ୍ତା ଆଡ଼କୁ ନେଇ ଯାଏ। ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ଆପଣଙ୍କ ଖୁସି କମ୍‌ କରୁଛି:-

କୁସଙ୍ଗ ଛାଡ଼ନ୍ତୁ: ଜୀବନରେ ପ୍ରତିଟି ଜିନିଷର ପ୍ରଭାବ ପନିଥାଏ। ସେଥିରୁ ଗୋଟିଏ ହେଲା ଆପଣ କାହାସହ ବସାଉଠା କରୁଛନ୍ତି। ନିଜକୁ ନକାରାତ୍ମକ ଚିନ୍ତାଠାରୁ ଦୂରରେ ରଖିବା ଲାଗି ନିଜେ କୁସଙ୍ଗରୁ ଦୂରେଇ ରୁହନ୍ତୁ। ଅନ୍ୟର ଚୁଗୁଲି ନଚେତ କଥା କଥାରେ ଭୁଲ ଖୋଜୁଥିବା ଲୋକଙ୍କ ସହ ସମୟ ବିତାନ୍ତୁ ନାହିଁ।

କଥା କଥାରେ ଅଭିଯୋଗ କରିବା ବନ୍ଦ କରନ୍ତୁ:- ଯଦି ଆପଣଙ୍କୁ ପ୍ରତି ଛୋଟ-ଛୋଟ ଜିନିଷରେ ଅଭାବ ନଜର ଆସୁଛି,ଆପଣ କଥା କଥାରେ ଅଭିଯୋଗ କରୁଛନ୍ତି ତେବେ ଆପଣ ଖୁସିଠାରୁ ଦୂରେଇ ଯାଇପାରନ୍ତି। ଏଣୁ ଏଭଳି ଅଭ୍ୟାସ ପରିବର୍ତ୍ତନ କରନ୍ତୁ। ଅଭିଯୋଗ କରିବା ବଦଳରେ ସମସ୍ୟାର ସମାଧାନ ଖୋଜନ୍ତୁ। ଫଳରେ ଆପଣ ଚିନ୍ତା ମୁକ୍ତ ହୋଇ ଖୁସି ଅନୁଭବ କରିବେ।

ଅନ୍ୟ ସହ କରନ୍ତୁ ନାହିଁ ନିଜର ତୁଳନା:- ଅନ୍ୟ ସହ ନିଜର ତୁଳନା କରିବା ଠିକ୍‌ ନୁହେଁ। ସବୁବେଳେ ଆପଣ ଏଭଳି ଅଭ୍ୟାସ ରଖିଥିଲେ ଜୀବନରେ କେବେହେଲେ ଖୁସିରେ ରହିପାରିବେ ନାହିଁ। ଏହା ଅଧିକ ଚିନ୍ତା ବଢ଼ାଇବା ସହ ଆପଣଙ୍କ ମୁହଁରୁ ହସ ଛଡ଼ାଇ ନେଇପାରେ।

ଅତୀତରେ ରହି ନିଜକୁ ବ୍ୟତିବ୍ୟସ୍ତ ନ କରନ୍ତୁ: ଅତୀତର କଥାକୁ ମନେ ପକାଇ ବର୍ତ୍ତମାନକୁ ଖରାପ କରିବା ଠିକ୍‌ ନୁହେଁ। ଖୁସିରେ ରହିବାକୁ ହେଲେ ନିଜକୁ ବର୍ତ୍ତମାନରେ ଖୁସିରେ ରଖନ୍ତୁ। ଅତୀତ କିମ୍ବା ଭବିଷ୍ୟତର ଚିନ୍ତାକୁ ନେଇ ବର୍ତ୍ତମାନକୁ ଖରାପ ନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri