୮ ଗ୍ରାହକଙ୍କ ଲୋନ୍‌ ଅସୁଲି ଟଙ୍କା ଆତ୍ମସାତ୍‌ କରିନେଲେ ଅଫିସର, ଥାନାରେ ପହଞ୍ଚିଲା ମାମଲା

ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଟାଟା କ୍ୟାପିଟାଲ ଲିମିଟେଡ୍‌ ନାମକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖାରେ ଲୋନ ଅଫିସର ଭାବେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲା କୋଦଳା ଥାନା ଚନ୍ଦନପୁର ଗ୍ରାମର ଜିତେନ୍ଦ୍ର କୁମାର ଡାକୁଆ କମ୍ପାନୀର ୮ ଜଣ ଗ୍ରାହକଙ୍କଠାରୁ ୧ ଲକ୍ଷ ୨୧ ହଜାର ଟଙ୍କା ଆଦାୟ କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏନେଇ କମ୍ପାନୀର ଆଞ୍ଚଳିକ ପରିଚାଳକ ସରୋଜ କୁମାର ସାହୁ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୮୧/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗତ ୨୦୨୩ ଫେବୃଆରୀ ୧୩ଠାରୁ କମ୍ପାନୀର ଲୋନ୍‌ ଅଫିସର ଭାବେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ବିଭିନ୍ନ ସମୟରେ ଋଣ ଗ୍ରହୀତାଙ୍କଠାରୁ ଟଙ୍କା ଆଦାୟ କରି ଆତ୍ମସାତ୍‌ କରିଥିବା ନେଇ ଏତଲାରେ ଉଲ୍ଲେଖ ରହିଛି। ଏସ୍‌.ସସ୍ମିତା ରେଡ୍ଡୀ ନାମ୍ନୀ ଜଣେ ଋଣ ଗ୍ରହୀତା ତାଙ୍କ ସମସ୍ତ ଋଣ ଓ ସୁଧ ବାବଦକୁ ଟଙ୍କା ପରିଶୋଧ କରିଥିବା ଦର୍ଶାଇ ପୁଣି ଥରେ ଋଣ ପାଇଁ ଉକ୍ତ ଫାଇନାନ୍ସ କମ୍ପାନୀର ଦିଗପହଣ୍ଡି ଶାଖାରେ ଆବେଦନ କରିବା ପରେ ସେ ପୂର୍ବ ଋଣ ବାବଦକୁ ୧୩୧୦୦ ଟଙ୍କା ବକେୟା ଥିବା ଜଣାପଡ଼ିଥିଲା।
ସେ କମ୍ପାନୀର ଲୋନ୍‌ ଅଫିସର ଜିତେନ୍ଦ୍ରଙ୍କ କହିବା ଅନୁଯାୟୀ, ତାଙ୍କ ବ୍ୟାଙ୍କ ଜମା ଖାତାକୁ ଫୋନ୍‌ ପେ’ ମାଧ୍ୟମରେ ୧୩୧୩୦ ଟଙ୍କା ପୈଠ କରିଥିବା ନେଇ ଶାଖା ପରିଚାଳକ ମଳୟ କୁମାର ସାହୁଙ୍କୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା। ପରେ କମ୍ପାନୀ ପକ୍ଷରୁ ତଦନ୍ତ କରାଯିବା ପରେ ସେ ସମୁଦାୟ ୮ ଜଣ ଋଣ ଗ୍ରହୀତାଙ୍କଠାରୁ ଟଙ୍କା ଆଦାୟ କରି ଆତ୍ମସାତ କରିଥିବା ଜଣାପଡ଼ିଥିବା କମ୍ପାନୀର ଆଞ୍ଚଳିକ ପରିଚାଳକ ପୋଲିସକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ଟିମ ଇଣ୍ଡିଆର ଡ୍ରେସିଂ ରୁମ କ୍ରିକେଟ: ବର୍ଷା ମଧ୍ୟରେ ଖେଳାଳିମାନେ ଏମିତି କଲେ ଟାଇମ ପାସ, ଏବେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୪।୬: ଶନିବାର ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନକୁ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ତଥାପି, ପ୍ରତି ଇନିଂସରେ ମ୍ୟାଚ…

ସହରାଞ୍ଚଳରେ ଭଡାରେ ରହୁଥିବା ଲୋକଙ୍କ ପାଇଁ ଖୁସିଖବର: ନଗର ଉନ୍ନୟନ ମନ୍ତ୍ରୀ କହିଲେ …..

ଭୁବନେଶ୍ୱର,୧୪।୬ ଜୁନ: ରାଜ୍ୟର ସହରାଞ୍ଚଳରେ ବାସସ୍ଥାନ ସମସ୍ୟା ଦୂର କରିବା ଏବଂ ଭଡ଼ାଟିଆଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ରେଣ୍ଟାଲ…

ଫ୍ରାନ୍ସରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ, ‘ଆଜି ଭାରତ ପରିବର୍ତ୍ତନର…’

ନୂଆଦିଲ୍ଲୀ,୧୪।୬:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମିଳିତ ଭାବରେ ଫ୍ରାନ୍ସର ନିସ୍‌ରେ ‘ଇଣ୍ଡିଆ ଇନୋଭେଟ୍ସ’ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଭାରତ,…

ଡାକ୍ତରଖାନା ପାଇଖାନାରେ ନବଜାତ ଶିଶୁକନ୍ୟାର ମୃତଦେହ, କିଏ ସେ ଅଜଣା ମହିଳା ଯିଏ…

ବଞ୍ଚୋ,୧୪ା୬(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ମହିଳା ଓ୍ବାର୍ଡ ପାଇଖାନା ଭିତରୁ ଏକ ସଦ୍ୟ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ଫାଇନାଲ ହେଲା ଡିଲ୍‌? ପରମାଣୁ ଅସ୍ତ୍ର ନିର୍ମାଣ କରିବ ନାହିଁ ଇରାନ; ତେଲ କଟକଣା ବି ପ୍ରତ୍ୟାହାର

ତେହରାନ,୧୪।୬: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ସମ୍ପର୍କରେ ବିଭିନ୍ନ ବିବରଣୀ ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ଇରାନୀ ଅଧିକାରୀ ଏକ ସମ୍ବାଦ ସଂସ୍ଥାକୁ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

ଚରୁଥିବାବେଳେ ବଜ୍ରପାତରେ ଜଳିଗଲେ ୧୨ ଛେଳି, କ୍ଷତିପୂରଣ ଦାବି କରି…

ଭଞ୍ଜନଗର,୧୪ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବାରଦଣ୍ଡା ଗ୍ରାମରେ ବଜ୍ରପାତ ମାରିବାରୁ ରବିବାର ଅପରାହ୍ନରେ ୧୨ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଏଥିରେ ଛେଳି ଚରାଳି…

Mobile Emergency Alert: ଆଉ ହଠାତ ଭାଇବ୍ରେଟ ହେବ ନାହିଁ ଆପଣଙ୍କ ମୋବାଇଲ, ଜାଣନ୍ତୁ କିଏ ବନ୍ଦ କଲା ଏହି ସେବା

ନୂଆଦିଲ୍ଲୀ,୧୪।୬: ସାରା ଦେଶରେ ମୋବାଇଲ ଫୋନକୁ ଜରୁରୀକାଳୀନ ସତର୍କତା ପଠାଉଥିବା ସେଲ ବ୍ରଡକାଷ୍ଟ ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri