Posted inଖେଳ

ଏହି ୪ କ୍ରିକେଟର କ୍ୟାରିୟର ମଧ୍ୟରେ ଜିରୋରେ ହୋଇନାହାନ୍ତି ଆଉଟ୍‌

ନୂଆଦିଲ୍ଲୀ,୧୭ା୫: କ୍ରିକେଟରେ କିଛି ବ୍ୟାଟ୍ସମ୍ୟାନ ଅଛନ୍ତି ଯେଉଁମାନେ ପଡ଼ିଆକୁ ଯାଉଯାଉ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇ ପାଭିଲିଅନ ଫେରିଛନ୍ତି। ମାତ୍ର ଆଉ କିଛି ବ୍ୟାଟ୍ସମ୍ୟାନ ଅଛନ୍ତି, ଯେଉଁମାନେ ତାଙ୍କ କ୍ୟାରିୟର ମଧ୍ୟରେ ଆଦୌ ଜିରୋରେ ଆଉଟ୍‌ ହୋଇନାହାନ୍ତି। ସେମାନଙ୍କ ମଧ୍ୟରୁ ୪ ଖେଳାଳିଙ୍କ ନାମ ରହିଛି।

ୟଶପାଲ ଶର୍ମା:

1983 World Cup Winner Yashpal Sharma Passes Away; Teammates Devastated

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ୟଶପାଲ ଶର୍ମା ଏହି ତାଲିକାରେ ଅଛନ୍ତି। ସେ ୪୨ଟି ଦିନିକିଆ ମ୍ୟାଚ୍‌ ଖେଳି ୮୮୩ ରନ୍‌ କରିଛନ୍ତି। ଏଥିସହିତ ୪ଟି ଅର୍ଦ୍ଧଶତକ କରିଛନ୍ତି। ସେ ଏହି ଦିନିକିଆ ମ୍ୟାଚ୍‌ରେ ସର୍ବୋଚ୍ଚ ୮୯ ରନ୍‌ କରିଛନ୍ତି। ଭାରତର ଏହି କ୍ରିକେଟର ଆଜି ପର୍ଯ୍ୟନ୍ତ ଦିନିକିଆ ମ୍ୟାଚ୍‌ରେ କେବେ ବି ଜିରୋରେ ଆଉଟ୍‌ ହୋଇନାହାନ୍ତି।

ଜ୍ୟାକ୍ସ ରୋଡ୍‌ଲଫ୍‌:

On this day in 2003: Jacques Rudolph begins his Test career with a double century
ସାଉଥ୍‌ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ ଜ୍ୟାକ୍ସ ରୋଡ୍‌ଲଫ୍‌ ୪୫ଟି ଦିନିକିଆ ମ୍ୟାଚ୍‌ରେ ୧୧୭୪ ରନ୍‌ କରିଛନ୍ତି। ଯେଉଁଥିରେ ୭ଟି ଅର୍ଦ୍ଧଶତକ ରହିଛି। ଓ୍ବାନ୍‌ଡେ ମ୍ୟାଚ୍‌ରେ ସେ ସର୍ବାଧିକ ୮୨ ରନ୍‌ କରିଛନ୍ତି। ମାତ୍ର ସେ କେବେ ଜିରୋରେ ଆଉଟ୍‌ ହୋଇନାହାନ୍ତି।

ପିଟର କ୍ରିଷ୍ଟନ:

Here is what Peter Kirsten had to say about Kapil Dev mankading him

ସାଉଥ୍‌ ଆଫ୍ରିକାର ବ୍ୟାଟ୍ସମ୍ୟାନ ପିଟର କ୍ରିଷ୍ଟନ ୩ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିଛନ୍ତି। ମାତ୍ର ଏହି ଖେଳାଳି କେବେ ବି ଶୂନରେ ଆଉଟ୍‌ ହୋଇନାହାନ୍ତି। ପିଟର ୪୦ଟି ଓ୍ବାନ୍‌ ଡେ ମ୍ୟାଚ୍‌ ଖେଳି ୧୨୯୩ ରନ୍‌ ସଂଗ୍ରହ କରିଛନ୍ତି। ୯ଟି ଅର୍ଦ୍ଧଶତକ କରିଛନ୍ତି।

କେପ୍ଲର ବେସେଲ୍ସ:

Kepler's son relishing 'new lease of life'
ଦକ୍ଷିଣ ଆଫ୍ରିକାର ଏହି ବ୍ୟାଟ୍ସମ୍ୟାନ୍‌ ନିଜର ୧୦ ବର୍ଷ କ୍ୟାରିୟର ମଧ୍ୟରେ ୧୦୯ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଏବଂ ୨୬ଟି ଅର୍ଦ୍ଧଶତକ କରି ମୋଟ୍‌ ୩୩୬୭ ରନ୍‌ ସଂଗ୍ରହ କରିଛନ୍ତି। ଏହି ଦିନିକିଆ ମ୍ୟାଚ୍‌ରେ ସେ ସର୍ବାଧିକ ୧୦୭ ରନ୍‌ କରିଛନ୍ତି। ମାତ୍ର ତାଙ୍କ କ୍ୟାରିୟର ମଧ୍ୟରେ ସେ କେବେ ଜିରୋରେ ଆଉଟ୍‌ ହୋଇନାହାନ୍ତି। ୭ ଥର ନଟ୍‌ଆଉଟ୍‌ ବି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri