ଏହି ୩ ଗୁଣ ଆପଣଙ୍କୁ କରିଦେବ ଭାଗ୍ୟବାନ, କେବେ ବି ରହିବନି ଧନର ଅଭାବ

ମହାନ ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ପ୍ରସିଦ୍ଧ ପଣ୍ଡିତମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଦ୍ୱାରା କୁହାଯାଇଥିବା ନୀତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ସେ ତାଙ୍କର ସମସ୍ତ ନୀତି ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଲେଖିଛନ୍ତି। ଚାଣକ୍ୟ ନିଜେ ତାଙ୍କ ପୁସ୍ତକରେ ତାଙ୍କ ଜୀବନ ବିଷୟରେ କହିଛନ୍ତି। କୁହାଯାଏ, ଯିଏ ଆଚାର୍ଯ୍ୟଙ୍କ ନୀତି ଅନୁସରଣ କରେ, ସେହି ବ୍ୟକ୍ତି ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହୁଏ ନାହିଁ ଏବଂ ସର୍ବଦା ସଫଳତା ପାଇଥାଏ। ଚାଣକ୍ୟ ମଧ୍ୟ ତାଙ୍କ ପୁସ୍ତକରେ ଧନୀ ହେବା ବିଷୟରେ ନୀତି ଲେଖିଛନ୍ତି। ସେ କହିଛନ୍ତି, କିଛି ଗୁଣ ଗ୍ରହଣ କରି ତୁମେ ଅଳ୍ପ ସମୟ ମଧ୍ୟରେ ଧନୀ ହୋଇପାରିବ।

ଚାଣକ୍ୟ କହିଛନ୍ତି, କେବଳ ସେହି ବ୍ୟକ୍ତି ଧନୀ ହୁଅନ୍ତି ଯିଏ ଅର୍ଥର ମହତ୍ତ୍ୱ ବୁଝନ୍ତି। ଯଦି ଆପଣ ମଧ୍ୟ ଧନୀ ହେବାକୁ ଚାହାନ୍ତି, ତେବେ ଆପଣଙ୍କୁ ଅର୍ଥର ମହତ୍ତ୍ୱ ବୁଝିବାକୁ ପଡ଼ିବ। ଆପଣଙ୍କ ଟଙ୍କାକୁ ଏକ ସୁରକ୍ଷିତ ସ୍ଥାନରେ ସମୟ ସମୟରେ ବିନିଯୋଗ କରିବା ଉଚିତ। ଦିନେ ନା ଦିନେ ଆପଣ ନିଶ୍ଚିତ ଭାବରେ ଏହାର ଲାଭ ପାଇବେ। ଆପଣ ଯେଉଁଠାରେ ବି ଟଙ୍କା ବିନିଯୋଗ କରନ୍ତି, ସେହି ସ୍ଥାନ ସୁରକ୍ଷିତ ରହିବା ଉଚିତ। ଏହା କରିବା ଦ୍ୱାରା ଧନ ବୃଦ୍ଧି ହୁଏ ଏବଂ ଜୀବନ ଖୁସିରେ ଅତିବାହିତ ହୋଇଥାଏ।

ଚାଣକ୍ୟ କହିଛନ୍ତି, ଯେତେବେଳେ ବି ଜଣେ ବ୍ୟକ୍ତିଙ୍କ ଉପରେ ସଙ୍କଟ ଦେଖାଦେଇଥାଏ, ସେତେବେଳେ ଟଙ୍କା ହେଉଛି ସେହି ବ୍ୟକ୍ତିଙ୍କର ସବୁଠାରୁ ବଡ଼ ବନ୍ଧୁ। ଟଙ୍କା କେବଳ ଜଣେ ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ ବଢ଼ାଇଥାଏ। ତେଣୁ, ମନେରଖନ୍ତୁ ଯେ, ଅନାବଶ୍ୟକ ଭାବରେ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ। କେବଳ ଆବଶ୍ୟକତା ଆଧାରରେ ଟଙ୍କା ଖର୍ଚ୍ଚ କରନ୍ତୁ। ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରନ୍ତୁ।

ଚାଣକ୍ୟ କୁହନ୍ତି, ସମୟ ସମୟରେ ମନ୍ଦିରକୁ ଟଙ୍କା ଦାନ କରିବା ଉଚିତ। ଏହା କରିବା ଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ। ତେଣୁ ଟଙ୍କାର ଅଭାବ ରହିବ ନାହିଁ। କଥାରେ ଅଛି, ମନ୍ଦିରରେ ଟଙ୍କା ଦାନ କଲେ, ଦାରିଦ୍ର୍ୟ କେବେ ଘରେ ଆସେ ନାହିଁ ଭଲେ। ତେଣୁ ଚାଣକ୍ୟଙ୍କ ଏହି ନୀତିବାଣୀକୁ କାର୍ଯ୍ୟରେ ଲଗାଇଲେ ଜଣେ ବ୍ୟକ୍ତି ନିଶ୍ଚିତ ସଫଳତା ଲାଭ କରିପାରିବେ।