ଏହି ୨ ବ୍ୟକ୍ତି ନେଇପାରନ୍ତି ମେଣ୍ଟ ନିଷ୍ପତ୍ତି

ଭୁବନେଶ୍ୱର,୨୦।୩: ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ମଧ୍ୟ ରାଜ୍ୟରେ ବିଜେଡ-ଭାଜପା ମେଣ୍ଟକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ଉଭୟ ଦଳ ମେଣ୍ଟକୁ ନେଇ ସ୍ପଷ୍ଟତା ପ୍ରକାଶ କରୁ ନ ନାହାନ୍ତି। ଫଳରେ ମେଣ୍ଟକୁ ନେଇ ନାନା ପ୍ରକାର କଥା ଆଲୋଚନା ହେଉଛି। ମେଣ୍ଟ ଭବିଷ୍ୟତ ଏବେ ଦିଲ୍ଲୀରେ ଅଟକି ରହିଛି।
୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ଅମିତ ଶାହା ଗଣମାଧ୍ୟମକୁ ଦେଇଥିବା ବିବୃତି ଯଦିଓ ମେଣ୍ଟ ଚର୍ଚ୍ଚାରେ କିଛିଟା ସ୍ପଷ୍ଟତା ଆଣିଛି। କିନ୍ତୁ ଏବେ କେବଳ ଆସନ ବୁଝାମଣାକୁ ନେଇ ଉଭୟ ଦଳ ମଧ୍ୟରେ ଦ୍ୱନ୍ଦ୍ୱ ଥିବା ଚର୍ଚ୍ଚା ହେଉଛି।
ନୂଆଦିଲ୍ଲୀଠାରେ ଏକ ଜାତୀୟ ଗଣମାଧ୍ୟମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପାଣ୍ଡିଆନ କହିଛନ୍ତି, ବୃହତ୍ତର ସ୍ବାର୍ଥ ଉଦ୍ଦେଶ୍ୟରେ ଦେଶର ଦୁଇ ମହାନ୍‌ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଠି ହେବାକୁ ଚାହାନ୍ତି, ଯାହାକି ରାଜନୀତିଠାରୁ ଊର୍ଦ୍ଧ୍ୱରେ ଏବଂ ଏହା ହିଁ ରାଷ୍ଟ୍ରନୀତି।
ସେପଟେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ନ ପକାଇ କହିଛନ୍ତି, ଓଡ଼ିଶାରେ କିଛି ବି ହୋଇପାରେ। ମେଣ୍ଟ ହେଲେ ଏକାଠି ଲଢିବୁ ଆଉ ମେଣ୍ଟ ନ ହେଲେ ଏକାକୀ ଲଢିବୁ। କିନ୍ତୁ ଭାଜପାର ସ୍ଥିତି ବଦଳିବ ଏବଂ ଶକ୍ତି ମଧ୍ୟ ବୃଦ୍ଧି ପାଇବ। ଉଭୟ ବିଧାନସଭା ଓ ଲୋକ ସଭାରେ ଭାଜପା ବହୁତ ଭଲ ପ୍ରଦର୍ଶନ କରିବ। ଏକାକୀ ଲଢିଲେ ବି ଆମେ ସରକାର ଗଠନ କରିବା ପାଇଁ ଲଢିବୁ।
ଉଭୟଙ୍କ ମନ୍ତବ୍ୟରୁ ଯାହା ଜଣାପଡୁଛି, ଏବେ ବି ରାଜ୍ୟରେ ମେଣ୍ଟ ହେବାର ସମ୍ଭାବନା ରହିଛି। କିନ୍ତୁ ଆସନ ବୁଝାମଣା ଯୋଗୁ ବୋଧହୁଏ ଏହା ବିଳମ୍ବ ହେଉଛି। ତେବେ ଶେଷ ନିଷ୍ପତ୍ତି ଏବେ ଭାଜପା ଅଧ୍ୟକ୍ଷ ଜେପି ନଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରହିଛି ବୋଲି କୁହାଯାଉଛି। କାରଣ ପୂର୍ବରୁ ଶାହା ମଧ୍ୟ କହିସାରିଛନ୍ତି ଯେ, ଭାଜପା-ବିଜେଡି ମେଣ୍ଟ ନେଇ ଜେପି ନଡା ଏବଂ ପ୍ରଧାନମନ୍ତ୍ରୀ ହିଁ ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ସ୍ବଦେଶୀ ଟିଟାନସ୍‌, ଡିପ୍‌ଥେରିଆ ଟିକାର ହେଲା ଶୁଭାରମ୍ଭ, ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୨୧ା୨: ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଟିଟାନସ୍‌ ଏବଂ ବୟସ୍କଙ୍କ ପାଇଁ ଡିପ୍‌ଥେରିଆ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଶନିବାର ହିମାଚଳପ୍ରଦେଶର କସୌଲିସ୍ଥିତ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ…

ବାଲ୍ୟ ବିବାହ ରୋକିଲା ପ୍ରଶାସନ, ସୂଚନା ଦେଇଥିବା ଲୋକଙ୍କ ଘର ଆଗରେ ହଟ୍ଟଗୋଳ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ତାଳପଡା ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ ବିବାହ ହେଉଥିବା ନେଇ ସୂଚନା ପାଇ ପ୍ରଶାସନ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ଜେଲ ଗଲେ କୋଟିପତି ଫରେଷ୍ଟର: ଆୟରୁ ୪୭୦ ଶତକଡ଼ା ଅଧିକ ସମ୍ପତ୍ତି କରିଥିଲେ ଠୁଳ, ୪ କୋଟିର ମାଲିକ

ଭବାନୀପାଟଣା,୨୧।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରା ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡିଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri