ଏହି ୨ ଅକ୍ଷର ନାମଧାରୀ ମହିଳା ସର୍ବଦା ରହିଥାନ୍ତି ଚିନ୍ତାରେ

ରାଶି ଏବଂ ନାମର ପ୍ରଥମ ଅକ୍ଷରରୁ ଝିଅ ତଥା ମହିଳାଙ୍କ ସ୍ବଭାବ ବିଷୟରେ ଜଣାପଡ଼ିଥାଏ। ତେବେ ଏହି ୨ ଅକ୍ଷର ନାମଧାରୀ ମହିଳାମାନେ ସବୁବେଳେ ଚିନ୍ତାରେ ରହିଥାନ୍ତି। ଏହି ୨ ଅକ୍ଷର ହେଲା ‘ପି ’ ଏବଂ ‘କେ’।
‘ପି’ ନାମଧାରୀ ମହିଳା: ‘ପି’ ନାମଧାରୀ ମହିଳାମାନେ ସର୍ବଦା ଚିନ୍ତାରେ ରହିଥାନ୍ତି। ସ୍ବାମୀ ତାଙ୍କୁ ବହୁତ ଭଲପାଆନ୍ତୁ ଏବଂ ଅନ୍ୟ କାହା ସହ କଥା ନ ହୁଅନ୍ତୁ ବୋଲି ଏମାନେ ଚାହିଁଥାନ୍ତି। ଏହି ମହିଳାମାନେ ସ୍ବାମୀଙ୍କୁ ବହୁତ ଭଲ ପାଇଥାନ୍ତି। ମାତ୍ର ଛୋଟଛୋଟ କଥାକୁ ଏମାନେ ବହୁତ ବଡ଼ ମନେକରିଥାନ୍ତି। ଏହି କାରଣରୁ ଝଗଡ଼ା ମଧ୍ୟ ହୋଇଥାଏ। ଯେଉଁଥିପାଇଁ ସେମାନଙ୍କ ଜୀବନରେ ଦୁଃଖ ଭରିଯାଇଥାଏ। ଫଳରେ ଏମାନେ ସର୍ବଦା ଚିନ୍ତାରେ ରହିଥାନ୍ତି।
‘କେ’ ଅକ୍ଷର ନାମ ଥିବା ମହିଳା: ଏହି ମହିଳାମାନେ ବହୁତ ସହନଶୀଳା। କୌଣସି ବି ମୂଲ୍ୟରେ ଏମାନେ ସ୍ବାମୀକୁ ହରାଇବାକୁ ଚାହାନ୍ତି ନାହିଁ। ତେଣୁ ଏମାନେ ସ୍ବାମୀଙ୍କ ପାଇଁ ବହୁତ ଯତ୍ନବାନ ହୋଇଥାନ୍ତି। ଏହି ମହିଳାମାନେ ନିଜ ପରିବାର ଏବଂ ସ୍ବାମୀଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ଦିନସାରା ସେମାନଙ୍କର ଯତ୍ନ ନେଇଥାନ୍ତି। ସ୍ବାମୀ ସେମାନଙ୍କୁ କିଛି ନ ଲୁଚାନ୍ତୁ ବୋଲି ଏମାନେ ଚାହିଁଥାନ୍ତି। ଏମାନେ ପ୍ରତି ମୁହୂର୍ତ୍ତରେ ସ୍ବାମୀଙ୍କ ଉପରେ ନଜର ରଖିଥାନ୍ତି। ଏହି କାରଣ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ଆସିଯାଇଥାଏ। ଫଳରେ ମହିଳାମାନେ ସବୁବେଳେ ବିରକ୍ତ ହୋଇଥାନ୍ତି।