ବଡ଼ଓଷାରେ ବସିବନି ଭଣ୍ଡାର

ଭୁବନ, ୯ା୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନର ପ୍ରାଚୀନ ବୁଦ୍ଧେଶ୍ୱର ଶୈବପୀଠରେ ଚଳିତବର୍ଷ ପ୍ରସିଦ୍ଧ ବଡ଼ଓଷା ପାଳନ ହେବନାହିଁ। କରୋନା ସଂକ୍ରମଣ ଏଡ଼ାଇବାକୁ ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ପଞ୍ଚକ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ବନ୍ଦ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବାରଣ ଥିବାବେଳେ ଭଣ୍ଡାର ମଧ୍ୟ ବସାଇପାରିବେ ନାହିଁ। ବିଶ୍ୱର ମଙ୍ଗଳ କାମନା କରି ମହାଦେବଙ୍କ ନିକଟରେ କେବଳ ଗୋଟିଏ ଭଣ୍ଡାର ଭୋଗ ଲାଗିହେବ ବୋଲି ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଏଭଳି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମାନସିକଧାରୀ।
ବୁଦ୍ଧେଶ୍ୱର ଶୈବପୀଠ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ପରେ ଏଠାରେ ଅଧିକାଂଶ ପର୍ବପର୍ବାଣି ଆଡମ୍ବର ସହକାରେ ପାଳନ ହୋଇ ଆସୁଛି। ମହାଶିବରାତ୍ରି ପରେ ବଡ଼ଓଷା ଏଠାକାର ପ୍ରମୁଖ ପର୍ବ। ଏଥିରେ ଯୋଗଦେବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ବିଶେଷକରି ୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭଣ୍ଡାର ଲାଗି କରିଥାନ୍ତି। ଦିନକର ଏହି କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ଉଠାଦୋକାନୀଙ୍କ ସମାଗମ ହେଉଥିବାବେଳେ ମନ୍ଦିର ପରିଚାଳନା କମିଟି ଭଲ ରାଜସ୍ବ ଆଦାୟ କରିଥାଏ। ହେଲେ ଚଳିତବର୍ଷ କରୋନା କଟକଣା ସବୁକିଛି ବିଗାଡ଼ି ଦେଇଛି। ଗତ ଅକ୍ଟୋବର ୧୯ରେ ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନଙ୍କ ଆବାହକତ୍ୱରେ ଜିଲାର ସମସ୍ତ ମଠ, ମନ୍ଦିର, ମସ୍‌ଜିଦର କର୍ମକର୍ତ୍ତାଙ୍କୁ ନେଇ ବୈଠକ ବସିଥିଲା। ସମସ୍ତଙ୍କ ମତାମତକୁ ଆଧାରରେ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରାକୁ ବନ୍ଦ କରାଯିବା ପାଇଁ ସ୍ଥିର କରାଯାଇଛି। ଏ ନେଇ ବିଭିନ୍ନ ମନ୍ଦିର ବୋର୍ଡକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତେଣୁ ପୀଠରେ ପ୍ରଥମ ଥର ପଞ୍ଚକ ବ୍ରତ, ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିବାରୁ ଭକ୍ତ ବଞ୍ଚତ୍ତ ହେବେ ବୋଲି ସ୍ପଷ୍ଟ ହୋଇଛି। ବଡ଼ଓଷାରେ ଠାକୁରଙ୍କ ବେଶନୀତି ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରଦ୍ଧାଳୁଙ୍କୁ ମନ୍ଦିର ବାରଣ
ଜିଲାରେ ବଢ଼ୁଥିବା ସଂକ୍ରମଣ କାରଣରୁ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା ନୀତି ନିରାଡମ୍ବରରେ ସମ୍ପନ୍ନ ହେବ। ଶ୍ରଦ୍ଧାଳୁଙ୍କୁ ମନ୍ଦିର ବାରଣ କରାଯାଇଛି। ପୀଠରେ ସାଧାରଣ ଲୋକ ଭଣ୍ଡାର ବସାଇ ପାରିବେନାହିଁ। ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ

କାର୍ଯ୍ୟକ୍ରମ ସଙ୍କୁଚିତ କରାଯାଇଛି
ଦେବଦେବୀପୀଠ ପାଇଁ ଲାଗୁ କରାଯାଇଥିବା କୋଭିଡ୍‌ ନିୟମକୁ ଅଗ୍ରାଧିକାର ଦେଇ କାର୍ଯ୍ୟକ୍ରମ ସଙ୍କୁଚିତ କରାଯାଇଛି। କଟକଣା କୋହଳ କରାଯିବା ପରେ ନୀତିକାନ୍ତି ସମ୍ପନ୍ନ ହୋଇପାରିବ। ବଡ଼ଓଷାରେ ଠାକୁରଙ୍କ ଯଥାନୀତି କରାଯିବ। ଶ୍ରଦ୍ଧାଳୁଙ୍କ ଭଣ୍ଡାର ଭୋଗ ବସିବ ନାହିଁ।
-ନନ୍ଦକିଶୋର ସାହୁ, ମନ୍ଦିର କମିଟି ସଭାପତି

ଭକ୍ତ ନିରାଶ ହେବେ
ଦେବୋତ୍ତର ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଉଛି ା ପୀଠର ସମସ୍ତ ଉତ୍ସବ ବନ୍ଦ ରହିଛି। ବଡ଼ଓଷାରେ ଭଣ୍ଡାର ଲଗାଇବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା। କରୋନା ଯୋଗୁ ଚଳିତବର୍ଷ ଭକ୍ତ ନିରାଶ ହେବ। ମନ୍ଦିର ରାଜସ୍ବ କମିଗଲେ ସମସ୍ୟା ଆହୁରି ଜଟିଳ ହେବ।
-ଶ୍ରୀଧର କୁମାର ବେହେରା, ମନ୍ଦିର କମିଟି ସମ୍ପାଦକ

କଟକଣା ଭିତରେ ଅନୁମତି ମିଳୁ
ଦୀର୍ଘବର୍ଷ ଧରି ବଡ଼ଓଷା କରିଆସୁଥିଲି। ଏହିଦିନ ସମସ୍ତଙ୍କ ପାଇଁ ଆନନ୍ଦର ଦିନ ହେଉଥିଲା। ଚଳିତବର୍ଷ କରୋନା ପାଇଁ ଦେବୋତ୍ତର ବିଭାଗ କଟକଣା ଜାରି କରିଛି। ସରକାରୀ କାର୍ଯ୍ୟକ୍ରମ ଭଳି ସାମାଜିକ ଦୂରତ୍ୱ ରଖି ଭଣ୍ଡାର ବସାଇବାକୁ ଅନୁମତି ଦିଆଯାଇଥିଲେ ଭଲ ହୁଅନ୍ତା।
-ବିଶ୍ୱଜିତା ସାହୁ, ଶ୍ରଦ୍ଧାଳୁ


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri