Posted inଜାତୀୟ

ସରକାରୀ ବିଦ୍ୟାଳୟରେ ରହିବ ପ୍ଲେ ସ୍କୁଲ

ନୂଆଦିଲ୍ଲୀ, ୫ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶିକ୍ଷା ଯୋଜନା ୨.୦ ଲାଗୁ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। ୧ ଏପ୍ରିଲ ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ୨ ଲକ୍ଷ ୯୪ ହଜାର ୨୮୩ କୋଟି ଟଙ୍କାର ଏହି ଯୋଜନାରେ କେନ୍ଦ୍ରର ଅଂଶ ୧ ଲକ୍ଷ ୮୫ ହଜାର ୩୯୮ କୋଟି ରହିବ। ପ୍ରି ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ।
ସରକାରୀ ସ୍କୁଲରେ ପ୍ଲେ ସ୍କୁଲ ଆରମ୍ଭ କରାଯିବା ସହ ବିବିଧ ଭାଷା ଓ ଦକ୍ଷତାବୃଦ୍ଧି ଭିତ୍ତିକ ପାଠ୍ୟକ୍ରମ ରହିବ। ଧନ୍ଦାମୂଳକ ଶିକ୍ଷା ଓ କ୍ରୀଡ଼ାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ସରକାରୀ ସ୍କୁଲରେ ପ୍ରି-ପ୍ରାଇମେରୀ ପିଲାଙ୍କୁ ମୁଣ୍ଡପିଛା ୫ ଶହ ଟଙ୍କା ବ୍ୟୟରେ ପାଠ୍ୟୋପକରଣ ଯୋଗାଣ, ପ୍ରତି ଶିକ୍ଷକଙ୍କ ପାଇଁ ୧୫୦ ଟଙ୍କାର ଟିଚର ମାନୁଆଲ ଯୋଗାଯିବ। ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଯାତାୟାତ ପାଇଁ ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। ସ୍କୁଲ ବାହାରେ ଥିବା ୬ରୁ ୧୯ ବର୍ଷୀୟ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଛାତ୍ରୀନିବାସଗୁଡ଼ିକ ପାଇଁ ଆର୍ଥିକ ବ୍ୟବସ୍ଥା, ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା ପ୍ରଶିକ୍ଷଣ ବାବଦରେ ଛାତ୍ରୀଙ୍କ ବାବଦ ଖର୍ଚ୍ଚ ୩ରୁ ୫ ହଜାରକୁ ବୃଦ୍ଧି କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri