Posted inଖେଳ

ଖେଳାଳିଙ୍କ ପାଇଁ ଅର୍ଥର ଅଭାବ ରହିବ ନାହିଁ: ରିଜିଜୁ

ନୂଆଦିଲ୍ଲୀ,୪।୨(ପି.ଟି.): ଆବଶ୍ୟକ ପଡିଲେ ୨୦୨୧-୨୨ ବର୍ଷ ପାଇଁ କ୍ରୀଡ଼ା କ୍ଷେତ୍ରରେ ମିଳିବାକୁ ଥିବା ବଜେଟ୍‌ ଆବଣ୍ଟନରେ ସଂଶୋଧନ କରାଯାଇ ପାରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଖେଳାଳିଙ୍କ ପାଇଁ ଅର୍ଥର ଅଭାବ ରହିବ ନାହିଁ ଓ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ସବୁ ଖେଳାଳିଙ୍କର ଆବଶ୍ୟକତା ପୂରଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୋମବାର କେନ୍ଦ୍ର ସରକାର ବଜେଟରେ କ୍ରୀଡ଼ା ପାଇଁ ୨୫୯୬.୧୪ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଗତବର୍ଷ ତୁଳନାରେ ଏହା ୨୩୦.୭୮ କୋଟି ଟଙ୍କା କମ୍‌ ରହିଛି। କୋଭିଡ୍‌-୧୯ ପାଇଁ ସାରା ବିଶ୍ୱରେ କ୍ରୀଡ଼ା ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।
ଯଦି ଆବଶ୍ୟକ ହୁଏ କ୍ରୀଡ଼ା ପାଇଁ ଅଧିକ ଅର୍ଥ ଆବଣ୍ଟନ କରାଯିବ ବୋଲି ରିଜିଜୁ ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମସ୍ଥିତ ଫିଟ୍‌ ଇଣ୍ଡିଆ ଅଫିସ୍‌ରେ କହିଛନ୍ତି। ଗତ ଆର୍ଥିକ ବର୍ଷରେ ସରକାର କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ଆବଣ୍ଟନ କରିଥିଲେ। ତେବେ ମହାମାରୀ ପାଇଁ ଏଥିରେ ସଂଶୋଧନ ଅଣାଯାଇଥିଲା ଓ ଏହି ପରିମାଣକୁ ୧୮୦୦.୧୫ କୋଟି ଟଙ୍କା ରଖାଯାଇଥିଲା। ଏଥର କିନ୍ତୁ ଏହି ସଂଶୋଧିତ ବଜେଟଠାରୁ ଆହୁରି ୭୯୫.୯୯ କୋଟି ଟଙ୍କା ଅଧିକ ପ୍ରଦାନ କରାଯାଇଛି। କ୍ରୀଡ଼ା ମନ୍ତ୍ରଣାୟ କ୍ରୀଡ଼ାବିତ ଓ ନ୍ୟାଶନାଲ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌)ଗୁଡିକର ଯତ୍ନ ନେବ। ତେଣୁ ଆଥଲେଟ୍‌ ଓ ଏନ୍‌ଏସ୍‌ଏଫ୍‌ଗୁଡିକର ଦାବି ପୂରଣ କରିବାକୁ ଆମେ ରହିଛୁ। ବିଦେଶରେ ଆଥ୍‌ଲେଟମାନଙ୍କ ଟ୍ରେନିଂ ଓ ବିଦେଶୀ କୋଚ୍‌ ନିଯୁକ୍ତି ନେଇ କୌଣସି ବୁଝାମଣା କରାଯିବ ନାହିଁ ବୋଲି ରିଜିଜୁ କହିଛନ୍ତି।
କ୍ରୀଡ଼ା ସଚିବ ରବି ମିତ୍ତଲ ମଧ୍ୟ ସମାନ କଥା କହିଛନ୍ତି। ୨୦୨୦-୨୧ର ପ୍ରାରମ୍ଭିକ ବଜେଟକୁ ଆମେ ବିଚାର କରୁନାହୁଁ। କାରଣ ଏହା କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ହୋଇଥିଲା। ୨୦୨୧-୨୨ ଓ ୨୦୧୯-୨୦୨୦ ବଜେଟକୁ ତୁଳନା କଲେ ଏଥର ୧୯.୧୩ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri