ଆଜି ହେବନି ଓଜେଇଇ କାଉନସେଲିଂ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ପକ୍ଷରୁ କାଉନସେଲିଂ ପ୍ରକ୍ରିୟା ବିଳମ୍ବ ହେବ। ଜାତୀୟ ସ୍ତରରେ ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ ପ୍ରକାଶ ନ ପାଇବା ଓ ଅନ୍ୟ କିଛି ପ୍ରମୁଖ ପ୍ରବେଶିକା ପରୀକ୍ଷା ବାକି ରହିଥିବାରୁ କାଉନସେଲିଂ ପ୍ରକ୍ରିୟା ବିଳମ୍ବରେ ଆରମ୍ଭ କରିବା ପାଇଁ ଓଜେଇଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ପୂର୍ବରୁ ଅଗଷ୍ଟ ୧୦ ତାରିଖ ଅର୍ଥାତ୍‌ ବୁଧବାରଠାରୁ କାଉନସେଲିଂ ଆରମ୍ଭ କରିବା ପାଇଁ ଓଜେଇଇ ଘୋଷଣା କରିଥିଲା। ହେଲେ ଏବେ ଏହି ପ୍ରକ୍ରିୟା ବିଳମ୍ବ ହେବ ବୋଲି ଦର୍ଶାଯାଇଛି। ତେବେ ସେପ୍ଟେମ୍ବରରେ କାଉନସେଲିଂ ଆରମ୍ଭ ହେବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।