ରାସ୍ତାକଡ଼ରେ ଅଚଳ ଗାଡ଼ି, ଘର ଆଗରେ ଭଙ୍ଗା ଫର୍ନିଚର ରହିବନି

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ରାଜଧାନୀ ରାସ୍ତାକଡ଼ରେ ଆଉ ରହିବନି ଅଚଳ ଗାଡ଼ି। ଗାଡ଼ି ମାଲିକମାନେ ମନଇଚ୍ଛା ଅଚଳ ଗାଡ଼ିକୁ ଥୋଇ ପାରିବେ ନାହିଁ। ସେହିଭଳି ଲୋକଙ୍କ ଘର ଆଗରେ ଭଙ୍ଗା ଗାଡି ଓ ଫର୍ନିଚର ଗଦା ହୋଇପାରିବନି। ଏନେଇ ବିଏମ୍‌ସି ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯିବା ସହ ରାସ୍ତାକଡରେ ଅଚଳ ହୋଇ ପଡ଼ି ରହିଥିବା କେତେକ ଗାଡ଼ି ଓ ଘର ଆଗରେ ଥିବା ଭଙ୍ଗା ସାମଗ୍ରୀ ଉପରେ ନୋଟିସ ଲଗାଇଛି। ନୋଟିସ ଲଗାଇବାର ୭ଦିନ ମଧ୍ୟରେ ମାଲିକ ନିଜ ଅବ୍ୟବହୃତ ଗାଡ଼ି ବା ସାମଗ୍ରୀକୁ ସେଠାରୁ ହଟାଇବେ। ନ ମାନିଲେ ବିଏମ୍‌ସି ସେଗୁଡ଼ିକୁ ଉଠାଇ ନେଇ ଡିସ୍‌ପୋଜାଲ କରିଦେବ ବୋଲି ଟୁଇଟ୍‌ କରି ସୂଚନା ଦେଇଛି।
ଅନେକ ସମୟରେ ଏହି ଭଙ୍ଗା ଗାଡ଼ି ଅସାମାଜିକଙ୍କ ଅପରାଧୀଙ୍କ ଆଡ଼ାସ୍ଥଳୀ ସାଜୁଛି। ଏହା ସହରକୁ ଅସୁନ୍ଦର କରିବା ସହ ମଶାଙ୍କ ଦାଉ ବି ବିଢ଼ୁଛି। ରାସ୍ତା କଡରେ ବିଭିନ୍ନ ଜାଗାରେ ଏମିତି ଗାଡିଗୁଡିକ ଖତ ହୋଇ ପଡିଥିବାରୁ ସେଗୁଡିକ ଜାଗା ମାଡି ରଖୁଛି। ଫଳରେ ଡ୍ରେନ ସଫା ହୋଇ ପାରୁନାହିଁ କି ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ବି ଯାଇପାରୁନି। ତେଣୁ ସହରର ସ୍ବଚ୍ଛତା ଓ ସୁବିଧାକୁ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଯାଇ ବିଏମ୍‌ସି ଭୁବନେଶ୍ୱର ଭୋଇ ନଗରର ଦୁଇଟି ସ୍ଥାନରେ କାର ଓ ଟ୍ରାକ୍ଟରରେ ନୋଟିସ ଲଗାଇଥିଲା। ରାତିରେ ଲାଗିଥିବା ନୋଟିସକୁ ସକାଳ ବେଳକୁ କେହି ଚିରି ଦେଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ବିଏମ୍‌ସିର ଏହି ନାଲି ଆଖିକୁ ଖାତିର କରି ନାହାନ୍ତି ଗାଡ଼ି ମାଲିକ। ବିଏମ୍‌ସି ଏମିତି କରେ ପୁଣି ଭୁଲିଯାଏ ବୋଲି କେତେଜଣ ମାଲିକ କହିଛନ୍ତି। ଏଭଳି ସ୍ଥିତିରେ ସହରକୁ ସଫା ଓ ସୁନ୍ଦର କରିବାର ଏହି ପ୍ରୟାସ ସଫଳ ହେବ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅପରପକ୍ଷେ ସହରର ସୌନ୍ଦର୍ଯ୍ୟକରଣକୁ ଦୃଷ୍ଟିରେ ରଖି ବିଏମ୍‌ସି ଲୋକଙ୍କ ଘର ଆଗରେ ଗଦା ହୋଇଥିବା ଭଙ୍ଗା ଗାଡି ଓ ଫର୍ନିଚରକୁ ଉଠାଇବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ସହରରେ ଗଦା ହୋଇଥିବା ଏହି ଅନାବଶ୍ୟକ ଜିନିଷକୁ ଖୋଜି ସେଥିରେ ନୋଟିସ ଲଗାଉଛି। ଏଭଳି ଅନାବଶ୍ୟକ ଗାଡି, ଘର ଆସବାବପତ୍ର ରହୁଥିବା ସ୍ଥାନରେ ଅଳିଆ ଜମା ହେବା ସହ ଲୋକଙ୍କ ପାଇଁ ତାହା ଡଷ୍ଟବିନ୍‌ ପାଲଟିଯାଉଛି। ଫଳରେ ସ୍ଥାନଟି ପୂତିଗନ୍ଧମୟ ବା ଅପରିଷ୍କାର ହୋଇରହୁଛି। ଏହାକୁ ରୋକିବା ପାଇଁ ଏଭଳି ପ୍ରୟାସ କରାଯାଉଥିବା ମେୟର ସୁଲୋଚନା ଦାସ କହିଛନ୍ତି। ସେ କହିଛନ୍ତି, ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ପ୍ରୟାସ ଜାରି ରହୁଥିବାବେଳେ କେତେଜଣ ଅମାନିଆ ନିଜ ସୁବିଧା ପାଇଁ ଗାଡ଼ିକୁ ଘର ସମ୍ମୁଖରେ ପକାଇ ରଖିଛନ୍ତି। ଏହାଦ୍ୱାରା ଜାଗାଟି ସଫା କରିହେଉନାହିଁ। ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ପାଲଟିଛି। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ୭ଦିନ ମଧ୍ୟରେ ଗାଡ଼ି ନ ହଟାଇଲେ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri