Categories: ଜାତୀୟ

ରୋହିତଙ୍କ ବିରୋଧରେ ହେବନି କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୭: ଘରୋଇ ଟିଭି ଚ୍ୟାନେଲ ଆଙ୍କର ରୋହିତ ରଞ୍ଜନଙ୍କ ବିରୋଧରେ କୌଣସି ରାଜ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନ ନେବାକୁ ଶୁକ୍ରବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଜଷ୍ଟିସ୍‌ ଇନ୍ଦ୍ରାଣୀ ବାନାର୍ଜୀ, ଜେ.କେ ମାହେଶ୍ୱରୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି। ଜୁଲାଇ ୧ରେ କଂଗ୍ରେସ ଦଳ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ଚ୍ୟାନେଲରେ ପ୍ରସାରିତ ଭିଡିଓ ସଂକ୍ରାନ୍ତରେ କୌଣସି ରାଜ୍ୟ ପ୍ରଶାସନ ରୋହିତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ଏ ସଂକ୍ରାନ୍ତରେ ତାଙ୍କୁ ଗିରଫ ନ କରାଯିବା ପାଇଁ ଖଣ୍ଡପୀଠ ଶୁଣାଣିବେଳେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ମିଛ ଭିଡିଓ ପ୍ରଘଟ କରିବା ନେଇ ରୋହିତଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ମାମଲା ନେଇ ରୋହିତ କ୍ଷମା ମାଗିବା ସହ ପ୍ରସାରିତ ଭିଡିଓକୁ ଡିଲିଟ୍‌ କରିଦିଆଯାଇଛି।

Share