ପ୍ରମୁଖ ଦଳ ମଧ୍ୟରେ ହେବ ଲଢ଼େଇ

ଖୋର୍ଦ୍ଧା ଅଫିସ,୨୪।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ପରେ ରବିବାର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଖୋର୍ଦ୍ଧା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲା ପରିଷଦ ଜୋନରେ ଦଳୀୟ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ୯୨ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେଥିରୁ ୧୨ଟି ନାକଚ ହୋଇଥିବାବେଳେ ୮୦ଜଣଙ୍କର ପ୍ରାର୍ଥିପତ୍ର କାଏମ ରହିଛି।
ଜୋନ୍‌ ୧ରୁ ପ୍ରଫୁଲ୍ଲ କୁମାର ଦଳାଇ ବିଜେଡି, ପ୍ରବୀରା ପ୍ରିୟଦର୍ଶିନୀ ଭଞ୍ଜଦେଓ ଭାଜପା, ସରିଫ ମହମ୍ମଦକଂଗ୍ରେସ, ଧନେଶ୍ୱର ପାଇକରାୟ ଓ ସରୋଜ କୁମାର ବଳିଆରସିଂ ସ୍ବାଧିନ ପ୍ରାର୍ଥୀ ରହିଛନ୍ତି। ୨ରୁ କୈଶରା ବେଗମ୍‌ ବିଜେଡି, ତନିମା ସେଠୀ ଭାଜପା, ମମତା ମଞ୍ଜରୀ ବାହୁବଳେନ୍ଦ୍ର କଂଗ୍ରେସ, ଧରିତ୍ରୀ ପାଇକରାୟ ସ୍ବାଧିନ ପ୍ରାର୍ଥୀ ରହିଛନ୍ତି। ୩ରୁ ପୁଷ୍ପଲତା କାଣ୍ଡି ବିଏସ୍‌ପି, ରୂପଶ୍ରୀ ରାଣୀ ଗୁମାନସିଂ ବିଜେଡି, ଶକୁନ୍ତଳା ଜଗଦ୍ଦେବ ଭାଜପା, ସୁରମା ଦେବୀ ସିପିଆଇ(ଏମ୍‌), ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ କଂଗ୍ରେସ ପ୍ରାର୍ଥୀ ରହିଛନ୍ତି। ୪ରୁ ଅଞ୍ଜଳି ବିଶ୍ୱାଳ କଂଗ୍ରେସ, ମମତା ପାଇକରାୟ ବିଜେଡି, ସବିତାରାଣୀ ବରାଳ ସିପିଆଇ(ଏମ୍‌), ସୁକାନ୍ତି ଦେଈ ଭାଜପାରୁ ପ୍ରାର୍ଥୀ ରହିଛନ୍ତି। ୫ରୁ ନମିତା ବେହେରା ଭାଜପା, ରୀନା ବେହେରା ବିଜେଡି, ସୁକି ଦେଈ କଂଗ୍ରେସ ପ୍ରାର୍ଥୀ ରହିଛନ୍ତି। ୬ରୁ ମଧୁସ୍ମିତା ପ୍ରଧାନ କଂଗ୍ରେସ, ମମତା ପରିଡ଼ା ଭାଜପା, ସବିତା ସୁନ୍ଦରାୟ ବିଜେଡି ପ୍ରାର୍ଥୀ ରହିଛନ୍ତି। ୯ରୁ ଆଶିଷ କୁମାର ବରିସଲ ଭାଜପା, ଚନ୍ଦ୍ରକାନ୍ତ ମହାରଥୀ କଂଗ୍ରେସ, ମିତାଞ୍ଜଳୀ ବଳିଆରସିଂ ବିଜେଡିରୁ ପ୍ରାର୍ଥୀ ରହିଛନ୍ତି। ୧୦ରୁ ପ୍ରଶାନ୍ତ କୁମାର ଶ୍ରୀଚନ୍ଦନ କଂଗ୍ରେସ, ବିଜୟ କୁମାର ଜେନା ବିଜେଡି, ସନ୍ତୋଷ ନାୟକ ସୁପ୍ରିମ ଜିରୋ ପାର୍ଟି ଅଫ୍‌ ଭାରତ, ହେମନ୍ତ କୁମାର ବେହେରା ଭାଜପା ଏବଂ ଲକ୍ଷ୍ମଣ ବେହେରା ସିପିଆଇ(ଏମ୍‌)ରୁ ପ୍ରାର୍ଥୀ ରହିଛନ୍ତି। ୧୧ରୁ ଅନୁସୂୟା ବେହେରା ବିଜେଡି, କବିତା ବେହେରା ସୁପ୍ରିମ୍‌ ଜିରୋ ପାର୍ଟି ଅଫ ଭାରତ, ଗୀତାଞ୍ଜଳି ସାହୁ ଭାଜପା ଏବଂ ରେଣୁବାଳା ବେହେରା କଂଗ୍ରେସ ପ୍ରାର୍ଥୀ ରହିଛନ୍ତି। ୧୨ରୁ ଆଲୋକ ରଞ୍ଜନ ଛୋଟରାୟ ଭାଜପା, ପୂର୍ଣ୍ଣଚନ୍ଦ୍ର ଜେନା କଂଗ୍ରେସ, ବିଜୟ କୁମାର ପାଲଟାସିଂ ବିଜେଡି, ସେକ୍‌ ନାଜିର ବିଏସ୍‌ପିରୁ ପ୍ରାର୍ଥୀ ରହିଛନ୍ତି। ୧୩ରୁ ଟିକି ଶବର ଭାଜପା, ସତ୍ୟବତୀ ଜାନୀ କଂଗ୍ରେସ, ସସ୍ମିତା ପ୍ରଧାନ ବିଜେଡିରୁ ରହିଛନ୍ତି। ୧୪ରୁ ରଶ୍ମିତା ମହାପାତ୍ର କଂଗ୍ରେସ, ରୋଜିତା ପ୍ରଧାନ ଭାଜପା, ଲିଲିବାଳା ଭୋଳ ବିଜେଡି ପ୍ରାର୍ଥୀ ରହିଛନ୍ତି। ୧୫ରୁ ଅକ୍ଷୟ କୁମାର ମହାପାତ୍ର କଂଗ୍ରେସ, ଗୋପିନାଥ ମହାରଣା ବିଜେଡି, ବାମନ ଚରଣ ଦାସ ଭାଜପା, ମନୋଜ କୁମାର ଜେନା ସ୍ବାଧିନ ପ୍ରାର୍ଥୀ ରହିଛନ୍ତି। ୨୨ରୁ ପୁରୁଷୋତ୍ତମ ବାରିକ ସ୍ବାଧୀନ , ପ୍ରକାଶ ସାହୁ ବିଜେଡି, ମଦନ ମୋହନ ସାହୁ କଂଗ୍ରେସ ଏବଂ ସରୋଜ ମହାପାତ୍ର ଭାଜପା ପ୍ରାର୍ଥୀ ରହିଛନ୍ତି। ୨୩ରୁ ଅନାଦି ସାହୁ ବିଜେଡି, ଅବିନାଶ ପ୍ରଧାନ ଏସ୍‌ୟୁସିଆଇ, ଅହମ୍ମଦ ଖାନ କଂଗ୍ରେସ, ଜିତେନ୍ଦ୍ର କୁମାର ସାହୁ ଭାଜପା, କମଳକାନ୍ତ ମହାପାତ୍ର, ପ୍ରଦୀପ୍ତ ମଙ୍ଗରାଜ, ପ୍ରଭାତ ସୁବୁଦ୍ଧି ଓ ସର୍ବେଶ୍ୱର ଜେନା ସ୍ବାଧିନ ପ୍ରାର୍ଥୀ ରହିଛନ୍ତି। ୨୪ରୁ ଚାରୁଲତା ବେହେରା ବିଏସ୍‌ପି, ତନୁଜା ପାଟ୍ଟଶାଣୀ ବିଜେଡି, ରୀତା ପାଇକରାୟ କଂଗ୍ରେସ, ଶ୍ୱେତସ୍ବିନୀ ରଣବିଜୁଳି ଭାଜପା, ବିନୋଦିନୀ ସାମନ୍ତରାୟ ଓ ଭବାନୀ ଚମ୍ପତି ସ୍ବାଧିନ ପ୍ରାର୍ଥୀ ରହିଛନ୍ତି। ୨୫ରୁ ଗୀତା ପରିଡ଼ା କଂଗ୍ରେସ, ସୁନନ୍ଦିତା ସାହୁ ବିଜେଡି, ସୁନିତାରାଣୀ ଦାସ ଭାଜପାରୁ ପ୍ରାର୍ଥୀ ରହିଛନ୍ତି। ୨୬ରୁ ଚିରଞ୍ଜିବୀ ସୁନ୍ଦରା କଂଗ୍ରେସ, ଧନେଶ୍ୱର ସାହୁ ସ୍ବାଧିନ, ମିଥୁନ ପାଇକରାୟ ଭାଜପା, ରାଧାଶ୍ୟାମ ବଳିଆରସିଂ କମ୍ୟୁନିଷ୍ଟ, ସୁବାସ ଚନ୍ଦ୍ର ରାୟଗୁରୁ ବିଜେଡି, ସୁଶାନ୍ତ ମିଶ୍ର ଏଏପିର ପ୍ରାର୍ଥୀ ରହିଛନ୍ତି। ଜୋନ ୨୭ରେ ଅକ୍ରୁର ପ୍ରଧାନ କମ୍ୟୁନିଷ୍ଟ, ପ୍ରତିମାରାଣୀ ସାହୁ ଭାଜପା, ପ୍ରଦୀପ୍ତ କିଶୋର ଛୋଟରାୟ ବିଜେଡି ଏବଂ ଶଙ୍କର୍ଷଣ ରାଉତ କଂଗ୍ରେସର ପ୍ରାର୍ଥୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?