Categories: ଖେଳ

ଆଇପିଏଲ୍‌ରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୯।୮: ଆଇପିଏଲର ୧୪ତମ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପ୍ରସିଦ୍ଧ ଟି -୨୦ ଲିଗର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ପୁଣି ଆରମ୍ଭ ହେଉଛି । ଏହାପୂର୍ବରୁ ମେ ମାସରେ ଏହାର ପ୍ରଥମ ପର୍ଯ୍ୟାୟ ହୋଇଥିଲା, ଯାହା କରୋନା ମହାମାରୀ ହେତୁ ଶେଷ ହୋଇପାରି ନ ଥିଲା ଏବଂ ଏହାକୁ ସ୍ଥଗିତ ରଖିବାକୁ ପଡିଥିଲା। ଭାରତରେ ଆୟୋଜିତ ଇଭେଣ୍ଟର ପ୍ରଥମ ପର୍ଯ୍ୟାୟରେ ଅନେକ ଖେଳାଳି କରୋନା ସଂକ୍ରମିତ ହୋଇଥିଲେ। ଏହି କାରଣରୁ ବିସିସିଆଇ କୌଣସି ପ୍ରକାରର ବିପଦ ନେବାକୁ ଚାହୁଁନାହିଁ ଏବଂ ସୁରକ୍ଷା ନିୟମରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି।
ୟୁଏଇରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ଟ୍ରେସିଂ ବ୍ୟାଣ୍ଡ ବ୍ୟବହାର କରାଯିବ ନାହିଁ। ଏହା ପରିବର୍ତ୍ତେ, ବବଲ ଇଣ୍ଟିଗ୍ରିଟି ଅଫିସରମାନେ ଆବଶ୍ୟକ ଯୋଗାଯୋଗ ଅନୁସନ୍ଧାନ କରିବେ। ବ୍ଲୁଟୁଥ ଚାଳିତ ଟେସିଂ ବ୍ୟାଣ୍ଡ ବେଳେବେଳେ ସଠିକ ତଥ୍ୟ ପ୍ରଦାନ କରେ ନାହିଁ ଏବଂ ଖେଳାଳିଙ୍କ ଅବସ୍ଥାନ ସୂଚନା ବାହାର କରିବାରେ ମଧ୍ୟ ସମସ୍ୟା ଦେଖାଦେଇଥାଏ।ଏହି କାରଣରୁ ଏଥର ନିଷ୍ପତ୍ତି ନିଆଯାଇଛି ଯେ ସମସ୍ତ ଫ୍ରାଞ୍ଚାଇଜ ବବଲ ଇଣ୍ଟିଗ୍ରିଟି ଅଫିସରଙ୍କ ସହିତ ଆସିବେ ଯେଉଁମାନେ ଖେଲାଳିଙ୍କ ଗତିବିଧି ଉପରେ ସମସ୍ତ ତଦାରଖ କରିବେ । ପ୍ରତ୍ୟେକ ଦଳ ଏହିପରି ଚାରିଜଣ ଅଧିକାରୀଙ୍କ ସହିତ ରହିବେ।
ଆଇପିଏଲ ସୁରୁଖୁରୁରେ ଚାଲିବା ପାଇଁ ବିସିସିଆଇ ୪୬ ପୃଷ୍ଠାର ସ୍ବାସ୍ଥ୍ୟ ଗାଇଡଲାଇନ୍‌ ମଧ୍ୟ ଜାରି କରିଛି। ଆଇପିଏଲ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତି ଏହାକୁ କଠୋର ଭାବରେ ଅନୁସରଣ କରିବାକୁ ପଡିବ। ଏହା ମଧ୍ୟ କହିଛି ଯେ ବାୟୋ ବବଲକୁ ଯିବା ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ୬ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡିବ। ବୋର୍ଡ ନିଷ୍ପତ୍ତି ନେଇଛି ଯେ ଲିଗ ସମୟରେ ସମୁଦାୟ ୧୪ଟି ବାୟୋବବଲ ହେବ, ସେଥିମଧ୍ୟରୁ ଆଠଟି ଫ୍ରାଞ୍ଚାଇଜ ଦ୍ୱାରା ବ୍ୟବହୃତ ହେବ।

Share