ଆସିବ ଆଉ ଏକ ଆର୍ଥତ୍କ ପ୍ୟାକେଜ

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅଣ୍ଟା ସଳଖି ଛିଡ଼ା ହୋଇନାହିଁ। ସରକାର ପୂର୍ବରୁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ଘୋଷଣା କରିଥିଲେ। ଏହା ପରେ ପାର୍ବଣରେ ବଜାରର ଉତ୍ସାହ ବଢ଼ାଇବା ଲାଗି ସରକାରୀ କର୍ମଚାରୀଙ୍କ ଲାଗି ପ୍ରାୟ ୭୩ ହଜାର କୋଟି ଟଙ୍କାର ଆଉ ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହାବାଦ୍‌ ଆଉ ଏକ ଆର୍ଥିକ ପ୍ୟାକେଜ କେନ୍ଦ୍ର ସରକାର ଆଣିବେ ବୋଲି ଜଣାପଡିଛି। ଏ ନେଇ କେନ୍ଦ୍ର ସରକାର କାର୍ଯ୍ୟପନ୍ଥା ହାତକୁ ନେଉଥିବା ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ରବିବାର ଆଭାସ ଦେଇଛନ୍ତି। ଏହି ପ୍ୟାକେଜ କେବେ ସୁଦ୍ଧା ଆସିବ ସେ ନେଇ ପାଣ୍ଡେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।
ସେ କହିଛନ୍ତି, ସରକାର ବଜାର ସ୍ଥିତି ଉପରେ ଧ୍ୟାନ ରଖିଛନ୍ତି। ଅର୍ଥ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରର ସ୍ଥିତିକୁ ନିରନ୍ତର ଭିତ୍ତିରେ ତର୍ଜମା କରାଯାଉଛି। ଆବଶ୍ୟକତା ଅନୁସାରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଦେଶର ବିଭିନ୍ନ ଶିଳ୍ପ ସଂଘ, ବାଣିଜି୍ୟକ ଆସୋସିଏଶନ, ମନ୍ତ୍ରଣାଳୟ ଏବଂ ଅଂଶୀଦାରଙ୍କଠାରୁ ମତାମତ ନିଆଯାଉଛି। ସେହି ଅନୁସାରେ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ଅର୍ଥ ବ୍ୟବସ୍ଥା ପୁଣି ଥରେ ଟ୍ରାକ୍‌କୁ ଫେରୁଥିବା ସେ ମତ ପ୍ରକାଶ କରିଛନ୍ତି।
ଆର୍ଥତ୍କ କାର୍ଯ୍ୟକଳାପରେ ଉନ୍ନତି ଆସୁଥିବାରୁ ଜିଏସ୍‌ଟି ସଂଗ୍ରହ କୋଭିଡ୍‌ ୍‌ପୂର୍ବବର୍ତ୍ତୀ ସ୍ତରକୁ ଫେରିଛି। ଏହାବାଦ୍‌ ଇ-ଓ୍ବେ ବିଲ୍‌ ଜେନେରେଶନରେ ଉନ୍ନତି, ବିଭିନ୍ନ ବର୍ଗଙ୍କୁ ସହାୟତା, ଜନଧନ ଆକାଉଣ୍ଟରେ ଡିବିଟି ଯୋଗେ ଅର୍ଥ ଯୋଗାଣ, ପିଏମ୍‌ କିଷାନ ଯୋଜନାରେ କୃଷକଙ୍କୁ ସହାୟତା, ଇପିଏଫ୍‌ ଯୋଗଦାନ, ଏମ୍‌ଏସ୍‌ଏମ୍‌ଇକୁ ନଗଦ ଯୋଗାଣ, ଟିକସ ରିଫଣ୍ଡ, ଏମ୍‌ଏସ୍‌ଏମ୍‌ଇ ଋଣ ମୋରାଟୋରିୟମ ଭଳି ବିଭିନ୍ନ ସୁବିଧା ଦ୍ୱାରା ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ସରକାର ଚେଷ୍ଟା ଜାରି ରଖିଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri