ଆସିବ ଆଉ ଏକ ଆର୍ଥତ୍କ ପ୍ୟାକେଜ

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅଣ୍ଟା ସଳଖି ଛିଡ଼ା ହୋଇନାହିଁ। ସରକାର ପୂର୍ବରୁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ଘୋଷଣା କରିଥିଲେ। ଏହା ପରେ ପାର୍ବଣରେ ବଜାରର ଉତ୍ସାହ ବଢ଼ାଇବା ଲାଗି ସରକାରୀ କର୍ମଚାରୀଙ୍କ ଲାଗି ପ୍ରାୟ ୭୩ ହଜାର କୋଟି ଟଙ୍କାର ଆଉ ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହାବାଦ୍‌ ଆଉ ଏକ ଆର୍ଥିକ ପ୍ୟାକେଜ କେନ୍ଦ୍ର ସରକାର ଆଣିବେ ବୋଲି ଜଣାପଡିଛି। ଏ ନେଇ କେନ୍ଦ୍ର ସରକାର କାର୍ଯ୍ୟପନ୍ଥା ହାତକୁ ନେଉଥିବା ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ରବିବାର ଆଭାସ ଦେଇଛନ୍ତି। ଏହି ପ୍ୟାକେଜ କେବେ ସୁଦ୍ଧା ଆସିବ ସେ ନେଇ ପାଣ୍ଡେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।
ସେ କହିଛନ୍ତି, ସରକାର ବଜାର ସ୍ଥିତି ଉପରେ ଧ୍ୟାନ ରଖିଛନ୍ତି। ଅର୍ଥ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରର ସ୍ଥିତିକୁ ନିରନ୍ତର ଭିତ୍ତିରେ ତର୍ଜମା କରାଯାଉଛି। ଆବଶ୍ୟକତା ଅନୁସାରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଦେଶର ବିଭିନ୍ନ ଶିଳ୍ପ ସଂଘ, ବାଣିଜି୍ୟକ ଆସୋସିଏଶନ, ମନ୍ତ୍ରଣାଳୟ ଏବଂ ଅଂଶୀଦାରଙ୍କଠାରୁ ମତାମତ ନିଆଯାଉଛି। ସେହି ଅନୁସାରେ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ଅର୍ଥ ବ୍ୟବସ୍ଥା ପୁଣି ଥରେ ଟ୍ରାକ୍‌କୁ ଫେରୁଥିବା ସେ ମତ ପ୍ରକାଶ କରିଛନ୍ତି।
ଆର୍ଥତ୍କ କାର୍ଯ୍ୟକଳାପରେ ଉନ୍ନତି ଆସୁଥିବାରୁ ଜିଏସ୍‌ଟି ସଂଗ୍ରହ କୋଭିଡ୍‌ ୍‌ପୂର୍ବବର୍ତ୍ତୀ ସ୍ତରକୁ ଫେରିଛି। ଏହାବାଦ୍‌ ଇ-ଓ୍ବେ ବିଲ୍‌ ଜେନେରେଶନରେ ଉନ୍ନତି, ବିଭିନ୍ନ ବର୍ଗଙ୍କୁ ସହାୟତା, ଜନଧନ ଆକାଉଣ୍ଟରେ ଡିବିଟି ଯୋଗେ ଅର୍ଥ ଯୋଗାଣ, ପିଏମ୍‌ କିଷାନ ଯୋଜନାରେ କୃଷକଙ୍କୁ ସହାୟତା, ଇପିଏଫ୍‌ ଯୋଗଦାନ, ଏମ୍‌ଏସ୍‌ଏମ୍‌ଇକୁ ନଗଦ ଯୋଗାଣ, ଟିକସ ରିଫଣ୍ଡ, ଏମ୍‌ଏସ୍‌ଏମ୍‌ଇ ଋଣ ମୋରାଟୋରିୟମ ଭଳି ବିଭିନ୍ନ ସୁବିଧା ଦ୍ୱାରା ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ସରକାର ଚେଷ୍ଟା ଜାରି ରଖିଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri