ପୁରୀରେ ହେବ ଅତ୍ୟାଧୁନିକ ମାଛ ମାର୍କେଟ

ପୁରୀ ଅଫିସ,୨୮।୮: ପୁରୀରେ ହେବ ଅତ୍ୟାଧୁନିକ ମାଛ ମାର୍କେଟ। ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଏହି ପ୍ରକଳ୍ପକୁ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ରୂପ ଦିଆଯିବ। ପୁରୀ ସହରର ସମସ୍ତ ମାଛ ବ୍ୟବସାୟୀଙ୍କୁ ଗୋଟିଏ ଛାତ ତଳେ ରଖିବା ଲକ୍ଷ୍ୟ ନେଇ ମତ୍ସ୍ୟ ବିଭାଗ ଏମିତି ଏକ ଯୋଜନା ପ୍ରସ୍ତୁତ କରିଛି। ଏ ନେଇ ପ୍ରକ୍ରିୟା ଜୋର୍‌ଦାର ଚାଲିଥିବାବେଳେ ଏଥିଲାଗି ଜମି ମଧ୍ୟ ଚିହ୍ନଟ ସରିଛି। ଏହି ଅତ୍ୟାଧୁନିକ ମାଛ ମାର୍କେଟ ବାସ୍ତବତାର ରୂପ ନେବା ପରେ ଆମିଷପ୍ରେମୀମାନେ ସ୍ବାସ୍ଥ୍ୟକର ପରିବେଶରେ ସେମାନଙ୍କ ମନ ପସନ୍ଦର ମାଛ ଆଉ କଙ୍କଡ଼ା ପାଇପାରିବେ। ଏପରି କି ଏଠାରେ ସତେଜ ଓ ଜୀଅନ୍ତା ମାଛ ବି ଉପଲବ୍ଧ ହେବ।
ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିଲାଗି ବଡ଼ ବଡ଼ ପ୍ରକଳ୍ପର ନକ୍ସା ଅଙ୍କାଯାଇ ଶିଳାନ୍ୟାସ କରାଯାଇଛି। ଆଧ୍ୟାତ୍ମିକ ସହର ପୁରୀ ମଠ, ମନ୍ଦିରକୁ ନେଇ ବେଶ୍‌ ସମୃଦ୍ଧ। ଯେଉଁଥିପାଇଁ ପ୍ରତ୍ୟହ ଦେଶ ବିଦେଶରୁ ଭକ୍ତ, ପର୍ଯ୍ୟଟକ ଏଠାକୁ ଛୁଟି ଆସନ୍ତି। ମହାପ୍ରଭୁଙ୍କ ପ୍ରତି ମନରେ ଅତୁଟ ଭକ୍ତି ଓ ବିଶ୍ୱାସ ନେଇ ଅନେକ ଶ୍ରଦ୍ଧାଳୁ ଆସୁଥିବାବେଳେ ଏଠାକାର ବିଭିନ୍ନ ସ୍ଥାନରେ ଆମିଷ ଦ୍ରବ୍ୟ ବିକ୍ରି ହେଉଥିବା ଦେଖି ନାକ ଟେକନ୍ତି। ଅନେକ ସହରବାସୀ ବି ଏଣେତେଣ ମାଛ, କଙ୍କଡ଼ା ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି। ତେବେ ପୁରୀ ବିକାଶକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ମାଛ ମାର୍କେଟ ନିର୍ମାଣ ଲାଗି ଯୋଜନା ହୋଇଛି। ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଚିତ୍ର ଯଦିଓ ବାହାରକୁ ଆସିନାହିଁ, ତଥାପି ମିଳିଥିବା ସୂଚନା ପ୍ରକାରେ ୨୦୨୦-୨୧ ଆର୍ଥିକ ବର୍ଷରେ ମତ୍ସ୍ୟ ବିଭାଗ ଭିତ୍ତିଭୂମି ପାଣ୍ଠିରୁ ପୁରୀରେ ଏକ ସ୍ବାସ୍ଥ୍ୟକର ଅତ୍ୟାଧୁୁନିକ ମାଛ ମାର୍କେଟ ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି। ଏହାର ପ୍ରାକ୍‌ ଆକଳନ ୬କୋଟି ଟଙ୍କା ରହିଥିବାବେଳେ ଏଥିଲାଗି ତାଳବଣିଆରେ ୨.୫ ଏକର ଜମି ଚିହ୍ନଟ ସରିଛି। ଏହାର ନିର୍ମାଣ ଶେଷ ହେଲେ ପ୍ରଥମେ ୧୦୦ରୁ ଊର୍ଦ୍ଧ୍ୱ ମାଛ ବିକାଳୀଙ୍କୁ ଏଠାରେ ମାଛ, କଙ୍କଡ଼ା ବିକିବାକୁ ସୁଯୋଗ ଦିଆଯିବ। ଚାହିଦାକୁ ଦେଖି ପରବର୍ତ୍ତୀ ସମୟରେ ଏହାକୁ ୨/୩ ମହଲା ବିଶିଷ୍ଟ କରାଯାଇ ଅଧିକ ବ୍ୟବସାୟୀଙ୍କୁ ସ୍ଥାନ ଦିଆଯିବା ଲାଗି ଚିନ୍ତା କରାଯାଇଛି। ଗୋଟିଏ ଛାତ ତଳେ ସବୁ ପ୍ରକାର ମାଛ, କଙ୍କଡ଼ା ଏପରି କି ଜୀଅନ୍ତା ମାଛ ବି ଗ୍ରାହକ ପାଇପାରିବେ। ସବୁଠୁ ବଡ଼ କଥା ହେଉଛି ସ୍ବାସ୍ଥ୍ୟକର ପରିବେଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଅର୍ଥାତ୍‌ମାଛ ମାର୍କେଟର ପାଣି, କାତି ଏବଂ ଅନ୍ୟାନ୍ୟ ବର୍ଜ୍ୟ ଯେପରି ନ ଜମି ପରିବେଶ ପୂତିଗନ୍ଧମୟ ନ ହେବ ସେଥିପାଇଁ ବ୍ୟବସ୍ଥା କରାଯିବ। ମାଛ ମାର୍କେଟରୁ ନିଷ୍କାସିତ ପାଣିକୁ ବିଶୋଧନ କରାଯାଇ ଡ୍ରେନେଜ ସାହାଯ୍ୟରେ ବାହାରକୁ ଛଡ଼ାଯିବ। ସେହିପରି ବର୍ଜ୍ୟବସ୍ତୁକୁ ନିୟମିତ ବ୍ୟବଧାନରେ ସଫା କରାଯାଇ ଗାଡ଼ିିରେ ନେଇ ଦୂରରେ ନିର୍ଦ୍ଦିିଷ୍ଟ ସ୍ଥାନରେ ଡମ୍ପିଂ କରାଯିବ। ଏତଦ୍‌ବ୍ୟତୀତ ପରବର୍ତ୍ତୀ ସମୟରେ ଏହି ମାଛ ମାର୍କେଟ ନିକଟରେ ଏକ ପରିବା ହାଟ ମଧ୍ୟ କରାଯିବ। ଫଳରେ ଯେ କେହି ଏହି ଗୋଟିଏ ଜାଗାରୁ ଆମିଷ ଓ ନିରାମିଷ ସାମଗ୍ରୀ (ବିଭିନ୍ନ ପନିପରିବା) ପାଇପାରିବେ।
ଏହି ପ୍ରକଳ୍ପ ସଂକ୍ରାନ୍ତରେ ଜିଲା ମତ୍ସ୍ୟ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କୁ ପଚାରିବାରେ କହିଛନ୍ତି, ହଁ ଏମିତି ଏକ ଯୋଜନା କରାଯାଇଛି। ଏଥିପାଇଁ ଜମି ଚିହ୍ନଟ ସରିଥିବାବେଳେ ପ୍ରକ୍ରିୟା ଜାରି ରହିଛି। ସହରର ଏଣେତେଣେ ମାଛ ବିକ୍ରି ନ କରି ଗୋଟିଏ ଜାଗାରେ ବ୍ୟବସାୟୀ ବସିବେ। ମୁଖ୍ୟତଃ ସ୍ବାସ୍ଥ୍ୟକର ପରିବେଶରେ ମାଛ ବିକ୍ରି କରାଯିବ। ତେବେ ଏ ନେଇ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

ଖଡ଼ି ଛୁଇଁଲେ ଛାତ୍ରୀଛାତ୍ର: ତୁମୁଡିବନ୍ଧରେ ବ୍ଲକସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ବିଦ୍ୟା ବନ୍ତ ବିଦ୍ୟାର୍ଥୀ’ ସଚେତନତା ରଥ…

ତୁମୁଡିବନ୍ଧ, ୪ା୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ‘ପ୍ରବେଶ ଉତ୍ସବ’ ବା ‘ଖଡ଼ି ଛୁଆଁ’…

ଥୁଆମୁଳ ରାମପୁର ବିଦ୍ୟାଳୟରେ ଶିଶୁ ବାଟିକା ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ,ଶିକ୍ଷା ପ୍ରତି…

ଥୁଆମୁଳ ରାମପୁର, ୪ା୪ (ଦୁର୍ଗା କୀର୍ତ୍ତି): ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ସରକାରଙ୍କ ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟ ସ୍ତରରେ…

‘ଶିକ୍ଷା ସଚେତନତା ରଥ’ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri