ସ୍ଥାନ ପାଇବ ଓଡ଼ିଆ ଯୁବକଙ୍କ କଳାକୃତି

ରାଜକନିକା,୨୮ା୬(ଡି.ଏନ୍‌.ଏ.): ଡେରାଡୁନ୍‌ ମଶୌରୀର ନ୍ୟାଶନାଲ ଡିଫେନ୍ସ ଏକାଡେମୀରେ ଭାରତୀୟ ଯବାନଙ୍କ ବୀରତ୍ୱର ଝଲକ ସ୍ବରୂପ ମୂର୍ତ୍ତି ସ୍ଥାନ ପାଇବ। ଏହି ମୂର୍ତ୍ତି ନିର୍ମାଣ କରୁଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ନହୁଣି ପଞ୍ଚାୟତସ୍ଥିତ ନୂଆଗାଁରେ ତ୍ରିଲୋଚନ ବେହେରା (୩୭)। ଏ ନେଇ ଗାଁ ଓ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି। ଜଣେ ପେସାଦର କାରିଗର ଭାବେ ୧୮ବର୍ଷ ଧରି ସେ ବିଭିନ୍ନ ସ୍ଥାନରେ ମୂର୍ତ୍ତି ଗଢ଼ି ଚାଲିଛନ୍ତି।
ସୂଚନାଯୋଗ୍ୟ, ତ୍ରିଲୋଚନ କୁମ୍ଭକାର ପରିବାରରେ ଜନ୍ମ ନେଇଥିବାରୁ ପିଲାଦିନୁ ଭାଲୁକୁଣୀ ଓ କଣ୍ଢେଇ ତିଆରି କରିବାରେ ସଉକ ଥିଲା। ବାପା ବୃନ୍ଦାବନ ଓ ମାଅ ଜ୍ୟୋତି ଏହି ମୂର୍ତ୍ତି ନିର୍ମାଣରେ ସହଯୋଗର ହାତ ବଢ଼ାଇଥିଲେ। ସେ ନିକଟସ୍ଥ ସପଲାଙ୍ଗ ଶ୍ରୀରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ କଲାପରେ ଓଳାଭର କଲେଜରେ ବିଏ ପଢ଼ିଥିଲେ। ହେଲେ ସେତେବେଳେ ଓଡ଼ିଶାରେ ଘଟିଥିଲା ୧୯୯୯ ମହାବାତ୍ୟା। ଗରିବ ପରିବାର ହୋଇଥିବାରୁ ଖାଇବାକୁ ନ ପାଇ ତାଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା। ସେ ନିକଟସ୍ଥ ପେଗରପଡା ଗାଁର ନନ୍ଦ ମଉସାଙ୍କ ଘରେ ସିମେଣ୍ଟ କାରିଗର ଭାବେ ମୂର୍ତ୍ତି ଗଢ଼ୁ ଥିଲେ। ଘରର ଶୋଚନୀୟ ଅବସ୍ଥା ନିଜ ଆଖିରେ ଦେଖି ପେଟ ପୋଷିବାକୁ ସେଠାରୁ ପୁରୀ ପଳାଇଥିଲେ। ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ସାରିବା ପରେ ଅଠରନଳା ପାଖରେ ଥିବା ୟୁନିଭରସାଲ ଆର୍ଟ ଆଣ୍ଡ କ୍ରାଫ୍ଟରେ କିଛିଦିନ କାମ କରିଥିଲେ। ପରେ ସେ ବରହମପୁରର ଜଣେ ବନ୍ଧୁଙ୍କ ଘରେ ରହି କାମ କରୁଥିଲେ। ସେଠାରୁ ଦିଲ୍ଲୀ, ମଥୁରା, ବମ୍ବେରେ ରହି ମୂର୍ତ୍ତି ଗଢ଼ିବା କାମ ଜାରି ରଖିଥିଲେ। ତାଙ୍କ ନିଖୁଣ କାମ ଦେଖି ଲୋକେ ପ୍ରଶଂସା କରୁଥିଲେ। ଏହି ଅବସରରେ ଉତ୍ତରପ୍ରଦେଶର ଜଗତ୍‌ଗୁରୁ କ୍ରିପାଳିଜୀ ମହାରାଜଙ୍କ ଆଶ୍ରମରେ ପ୍ରାୟ ୧୫ ବର୍ଷ ଧରି ରହି ବିଭିନ୍ନ ମୂର୍ତ୍ତି ନିର୍ମାଣ କରିଥିଲେ। ତାଙ୍କ ସୁନାମ ଦିନକୁ ଦିନ ବଢ଼ିବାରେ ଲାଗିଲା। ଏହି ଅବସରରେ ଦିଲ୍ଲୀରେ ରହୁଥିବା ବେଳେ ୨୦୨୦ରେ ଜନୈକ ଠିକାଦାରଙ୍କ ପାଖରୁ ଭାରତୀୟ ମିଲିଟାରୀ ଏକାଡେମୀର ମୂର୍ତ୍ତି ନିର୍ମାଣ କରିବାର ଅର୍ଡର ପାଇଥିଲେ। ଏହି ସମୟରେ ଦେଶରେ କରୋନା ମହାମାରୀ ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ମା’ବାପା ଭୟଭୀତ ହୋଇ ତାଙ୍କୁ ଗାଁକୁ ଫେରି ଆସିବାକୁ ପରାମର୍ଶ ଦେଇଥିଲେ।ଗାଁକୁ ଆସିବା ପରେ ବେକାର ହୋଇ ବୁଲୁଥିବା ୩୫ ଜଣ ଯୁବକଙ୍କୁ ଏକଜୁଟ କରି ଏକ ଟିମ୍‌ ଗଠନ କଲେ। ସେ ଟିମ୍‌ର ମୁଖ୍ୟ ହୋଇ ସେନାବାହିନୀର ଯବାନମାନଙ୍କ ବୀରତ୍ୱର ଝଲକ ମୂର୍ତ୍ତି ଗଠନ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ପ୍ରଥମେ ମାଟିରେ ଗଢ଼ି ତାହା ଉପରେ ପ୍ଲାଷ୍ଟର ପ୍ୟାରିସ୍‌ରେ ଶେଷରେ ଫାଇବରରେ କନ୍‌ଭର୍ଟ କରାଯିବ। ଏହି ୨୫ ମୂର୍ତ୍ତି ନ୍ୟାଶନାଲ ଡିଫେନ୍ସ ଏକାଡେମୀରେ ସ୍ଥାନ ପାଉଥିବାରୁ ଗ୍ରାମବାସୀ ଆନନ୍ଦିତ। ତ୍ରିଲୋଚନଙ୍କ ଏହି କାମ ଦେଖି ଗ୍ରାମବାସୀ କହିଛନ୍ତି, ସେ ଆମ ଗାଁର ନାଁ ଦେଶରେ ଟେକ ରଖିଥିବାରୁ ଆମେ ଗର୍ବ ଅନୁଭବ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ: ସନ୍ତୋଷ ପଣ୍ଡା ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୨୮।୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଭବାନୀପାଟଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri