ଜଗତ୍‌ସିଂହପୁରରେ ହେବ ମଡେଲ ବସ୍‌ଷ୍ଟାଣ୍ଡ

ଜଗତ୍‌ସିଂହପୁର ଅଫିସ, ୧୩ା୧୨: ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ଏକ ସ୍ଥାୟୀ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ୧୦ ବର୍ଷ ପୂର୍ବରୁ ପାଖାପାଖି ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ମାତ୍ର ବସ୍‌ ମାଲିକ ସଂଘ, ଲୋକ ପ୍ରତିନିଧି, ବୁଦ୍ଧିଜିବୀଙ୍କ ମତାମତ ନିଆଯାଇ ନ ଥିଲା। ତରବରିଆ ଭାବେ ଜଗତ୍‌ସିଂହପୁର ସହରରୁ ୩ କିଲୋମିଟର ଦୂର ଜଗତସିଂହପୁର-ବାଲିକୁଦା ମୁଖ୍ୟ ରାସ୍ତା ପାର୍ଶ୍ୱ ଯୋଗଧାରୀଠାରେ ସ୍ଥାନ ଚିହ୍ନଟ କରାଯିବା ସହ ସେଠାରେ ବସ ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ଏନେଇ ସମସ୍ୟା ସୃଷ୍ଟି ହୋଇଥିଲା। ଏଥିଯୋଗୁ ଏତେ ଟଙ୍କା ଖର୍ଚ୍ଚ ସତ୍ତ୍ବେ ବସ୍‌ଷ୍ଟାଣ୍ଡଟି କାର୍ଯ୍ୟକ୍ଷମ ହୋଇପାରୁ ନ ଥିଲା। ସୌଭାଗ୍ୟ ସେଠାରେ ୧୫ କୋଟି ଟଙ୍କା ବ୍ୟୟରେ ମଡେଲ ବସ୍‌ଷ୍ଟାଣ୍ଡ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିବା ପରେ ଜଗତ୍‌ସିଂହପୁରରେ ଖୁସିର ପରିବେଶ ସୃଷ୍ଟି ହୋଇଛି ।
ଜଗତ୍‌ସିଂହପୁର ମୁଖ୍ୟ ଡାକଘର ନିକଟ ମୁଖ୍ୟ ରାସ୍ତା ପାର୍ଶ୍ୱରେ୍‌ ପୂର୍ବରୁ ଏକ ବସ୍‌ ଷ୍ଟପ୍‌ ରହିଛି । ସେଠାରେ ବସ୍‌ଗୁଡିକ କିଛି ସମୟ ଅଟକି ପୁଣି ବାହାରି ଯାଉଛି। ଏକକାଳୀନ ୧୦ଟି ବସ୍‌ ରହିଲା ଭଳି ଜାଗା ସେଠାରେ ନାହିଁ । ଏଥିସହ ଉକ୍ତ କମ୍‌ ଜାଗାରେ ଟ୍ରେକରଗୁଡିକ ମଧ୍ୟ ଅଟକୁଛି। ରାସ୍ତା ପାର୍ଶ୍ୱରେ ଖୁବ କମ୍‌ ଜାଗାରେ ଗାଡିଗୁଡିକ ପ୍ରବେଶ ଓ ପ୍ରସ୍ଥାନ କରୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଦୀର୍ଘ ବର୍ଷ ପରେ ସେଠାରେ ଶୌଚାଳୟ ହୋଇଥିଲେ ସୁଦ୍ଧା ଯାତ୍ରୀଙ୍କ ବସିବା ପାଇଁ ବିଶ୍ରାମାଗାର ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇପାରିନାହିଁି। ବସ୍‌ ଷ୍ଟପ ଜମିର କିଛି ପରିମାଣ ପୁରୋହିତପୁର ସୋସାଇଟି ଏବଂ ଅବଶିଷ୍ଟ ଜଗତ୍‌ସିଂହପୁର ପୌରପରିଷଦ ଅଧୀନରେ ରହିଛି। ପୌର ପରିଷଦ ଏହି ଜମିକୁ ବସ୍‌ ମାଲିକ ସଂଘକୁ ଲିଜ୍‌ ସୂତ୍ରରେ ଦେଇଛି। ଏନେଇ ଜଗତ୍‌ସିଂହପୁରରେ ଏକ ବସ୍‌ଷ୍ଟାଣ୍ଡର ଆବଶ୍ୟକତା ଅନୁଭବ କରି ୨୦୦୩ରେ ତତ୍କାଳୀନ ଜିଲାପାଳ ପଦକ୍ଷେପ ନେଇଥିଲେ । ୮ା୩ା୨୦୦୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଧାରୀଠାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ୭୭,୭୬,୭୪୯ ଟଙ୍କା ଓ ଦ୍ୱିତୀୟ ପର୍ଯ୍ୟାୟରେ ପାଖାପାଖି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଆସିଥିବା ଅନୁଦାନ ହେଲା ଏମ୍‌ପି ପାଣ୍ଠିରୁ ୨୦,୮୯,୪୦୧, ରାଜ୍ୟସଭା ସଦସ୍ୟ ୧୧,୯୯,୦୦୦, ବିଧାୟକ ୯ ଲକ୍ଷ, ଜଗତସିଂହପୁର ପୌର ପରିଷଦ ୫,୮୮,୧୩୮ ଏବଂ ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ୩୦,ଲକ୍ଷ ଟଙ୍କା । ଏଥିରେ ୨ଟି ଫାଟକ ନିର୍ମାଣ କରାଯାଇଥିଲା । ବାମ ଫାଟକ ପାର୍ଶ୍ୱରେ ପୋଲିସ ସହାୟତା କେନ୍ଦ୍ର, ଘରୋଇ ବସ୍‌ ମାଲିକ ସଂଘ କାର୍ଯ୍ୟାଳୟ, ୨ଟି ପରିସ୍ରାଗାର (ମହିଳା ଓ ପୁରୁଷ) ତିଆରି ହୋଇଥିଲା। ସାମ୍ନା ପଟ ଶେଷ ଆଡକୁ ୫ଟି ବିଶ୍ରାମାଗାର, ଏହା ପଛକୁ ସୁଲଭ ଶୌଚାଳୟ ଏବଂ ସ୍ନାନାଗାର କରାଯାଇଥିଲା। ଆଲୋକ ବ୍ୟବସ୍ଥା ହୋଇଥିଲା। ଷ୍ଟାଣ୍ଡର ଦକ୍ଷିଣ ପାର୍ଶ୍ୱରେ ୧୪ ଟି ବିଶ୍ରାମାଗାର କୋଠରୀ, ୨ ପରିସ୍ରାଗାର (ମହିଳା, ପୁରୁଷ) ବ୍ୟବସ୍ଥା ହୋଇଥିଲା। ରାସ୍ତା ପାର୍ଶ୍ୱ ଅର୍ଥାତ୍‌ ୨ ଫାଟକ ମଝିରେ ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନ ରଖାଯାଇଥିଲା। ଫାଟକ ବାହାରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। ସମସ୍ତ କାମ ଶେଷ ହେଲା ପରେ ୯ା୧୨ା୨୦୧୨ରେ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ଏବଂ ସମବାୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଶୁଭ ଉଦ୍‌ଘାଟନ କରିଥିଲେ। କିନ୍ତୁ ବସ୍‌ ମାଲିକ ସଂଘ ସେଠାକୁ ବସ୍‌ ନେବାକୁ ରାଜି ହୋଇ ନ ଥିଲେ । ସେମାନଙ୍କ ଯୁକ୍ତି ଥିଲା ଯେହେତୁ ବସ୍‌ଗୁଡିକ ଯୋଗଧାରୀଠାରୁ ପାରାଦୀପ ଯାତାୟାତ ପାଇଁ ଜଗତ୍‌ସିଂହପୁର ଫେରିବାକୁ ପଡ଼ିବ ତେଣୁ ତାହା ଗ୍ରହଣୀୟ ନୁହେଁ। ଏନେଇ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ତେବେ କନ୍ଦରପୁର-ଜଗତ୍‌ସିଂହପୁର-ନୂଆଗାଁ ୫୫ ନଂ. ଜାତୀୟ ରାଜପଥ ଚୂଡ଼ାନ୍ତ ହେଲା ପରେ ଏହି ସମସ୍ୟା ଦୂର ହୋଇଯିବ ବୋଲି ଆଶା କରାଯାଉଛି। କାରଣ ଯୋଗଧାରୀ ନିକଟରେ ଜାତୀୟ ରାଜପଥ ଯାଉଥିବାରୁ ଆଉ ଅସୁବିଧା ହେବ ନାହିଁ। ଉକ୍ତ ସମସ୍ୟା ଦୂର ହୋଇଥିବାବେଳେ କାର୍ଯ୍ୟକ୍ଷମ ହୋଇପାରି ନ ଥିବା ବସ୍‌ଷ୍ଟାଣ୍ଡକୁ ଆଧୁନିକୀକରଣ କରାଯାଇ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବାକୁ ସ୍ଥିର କରାଯାଇଥିବାରୁ ଜିଲାବାସୀ ଖୁସିବ୍ୟକ୍ତ କରିଛନ୍ତି।
ସମ୍ପର୍କରେ ଜଗତ୍‌ସିଂହପୁର ପୂର୍ତ୍ତ ବିଭାଗ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ନିମାଇଁ ଚରଣ ଦାସ କହିଛନ୍ତି, ମଡେଲ ବସ ଷ୍ଟାଣ୍ଡ ପାଇଁ ବରାଦ ହୋଇଛି । ଭିତ୍ତିପ୍ରସ୍ତର ସ୍ଥାପନ ପରେ ଯୋଜନା ଅନୁଯାୟୀ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଗଣେଶ ପୂଜା-ନୂଆଁଖାଇ, ପୌରକେଲାରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଳା ନୂଆଁଖାଇ ପର୍ବ ଅବସରରେ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?