ହାଜତ ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ ହେବ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ପୁରୀ ଓ ସୁନ୍ଦରଗଡ଼ ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାରେ ମଙ୍ଗଳବାର ବିଧାନସଭାରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ। ଉଭୟ ହାଜତ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପ୍ରକ୍ରିୟାରେ ଏନ୍‌ଏଚ୍‌ଆର୍‌ସିର ସମସ୍ତ ଗାଇଡ୍‌ଲାଇନକୁ ଅନୁସରଣ କରାଯିବ। ପୁରୀ ଜେଏମ୍‌ଏଫ୍‌ସି ସିଦ୍ଧାର୍ଥ ମିଶ୍ରଙ୍କୁ ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାୟିତ୍ୱ ଦିଆଯାଇଛି। ସେହିଭଳି ସୁନ୍ଦରଗଡ଼ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାର ତଦନ୍ତ ଏସ୍‌ଡିଜେଏମ୍‌ ଆର୍‌.କେ. ପ୍ରଧାନ କରିବେ। ନ୍ୟାୟିକ ବ୍ୟବସ୍ଥା ଉପରେ ସମସ୍ତେ ବିଶ୍ୱାସ ଓ ଆସ୍ଥା ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରେ ରଖିଥିବା ବିବୃତିରେ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇନି, ବରଂ ଆଇନ ଶୃଙ୍ଖଳା ପରିସ୍ଥିିତି ଶାନ୍ତିପୁର୍ଣ୍ଣ ଓ ନିୟନ୍ତ୍ରଣାଧୀନ ରହିଛି। ସରକାର ସଦାସର୍ବଦା ଆଇନଶୃଙ୍ଖଳା ରକ୍ଷା ଓ ଲୋକଙ୍କ ଧନ ଜୀବନକୁ ପ୍ରାଥମିକତା ଦେଇଆସୁଛନ୍ତି। ରାଜ୍ୟ ସରକାର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରି ଆଇନଶୃଙ୍ଖଳା ରକ୍ଷା ଦିଗରେ ପ୍ରତିଶ୍ରୁତିବଦ୍ଧ। ପୋଲିସ ବିଭାଗର କଠିନ ପରିଶ୍ରମ ଲାଗି ଆଜି ରାଜ୍ୟରେ କରୋନା ନିୟନ୍ତ୍ରଣାଧିନ ରହିଛି। ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଉପରେ ପୋଲିସର ତୀକ୍ଷ୍ଣ୍ନ ଦୃଷ୍ଟି ରହିଥିବାରୁ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ଦେଖାଯାଇନାହିଁ କି ବଡ଼ ଧରଣର ଛାତ୍ର ଅଶାନ୍ତି ମଧ୍ୟ ଦେଖାଯାଇନି। ଡକାୟତି ୫.୫%, ବଳାତ୍କାର ୧୮% ଓ ଅନ୍ୟାନ୍ୟ ଆପରାଧିକ ମାମଲାରେ ୩୦% ହ୍ରାସ ଦେଖାଯାଇଛି। ମାଓବାଦୀ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ପୋଲିସକୁ ଆଖିଦୃଶିଆ ସଫଳତା ମିଳିଛି। କଟକ ଆଇଆଇଏଫ୍‌ଏଲ୍‌ ସୁନା ଲୁଟ୍‌ ଘଟଣାରେ ପୋଲିସ ସଫଳତାର ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଅଟକ ରଖିଥିବା ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ବିବୃତିି ରଖି ମନ୍ତ୍ରୀ ପୋଲିସର ସଫଳତା ବିଷୟରେ କହିଥିଲେ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ହାଜତ ମୃତ୍ୟୁ ପ୍ରସଙ୍ଗ ଗୃହରେ ଉଠାଇଥିଲେ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟରେ ବ୍ରିଟିଶ ଯୁଗ ଚାଲିଥିବା କହିଥିଲେ। ହାଜତ ମୃତ୍ୟୁ ଘଟଣାରେ ସରକାର ଅପରାଧୀଙ୍କୁ ଚତୁରତାର ସହ ଘଣ୍ଟ ଘୋଡ଼ାଉଛନ୍ତି। ଆଇନ ଅନୁଯାୟୀ ହାଜତ ମୃତ୍ୟୁ ପାଇଁ ପୋଲିସ ଦାୟୀ। ୨୦୧୯ରୁ ଇତିମଧ୍ୟରେ ଓଡ଼ିଶାରେ ୭ଟି ହାଜତ ମୃତ୍ୟୁ ଘଟିଛି। କିନ୍ତୁ ଜଣେ ହେଲେ ବି ଦୋଷୀଙ୍କୁ ଦଣ୍ଡ ଦିଆଯାଇନାହିଁ। ୨୦୧୯ ମାର୍ଚ୍ଚରୁ ୨୦୨୦ ଜାନୁୟାରୀ ମଧ୍ୟରେ ୫ହଜାରରୁ ଅଧିକ ଶିଶୁ ନିଖୋଜ ହୋଇଥିବା ବେଳେ ୬୦% ଶିଶୁଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳୁନି। ୨୦ରୁ ଅଧିକ ଆଦିବାସୀ ନାବାଳିକା ନିର୍ଯାତନାର ଶିକାର ହୋଇଛନ୍ତି। ୯୪% ମହିଳା ବିରୋଧୀ ହିଂସାରେ ପୋଲିସ ଦୋଷୀଙ୍କୁ ଚିହ୍ନଟ କରିପାରୁନି କି ସେମାନଙ୍କୁ ନ୍ୟାୟ ମିଳିପାରୁ ନାହିଁ। ମାତ୍ର ୬% ମହିଳା ବିରୋଧୀ ହିଂସାରେ ଦୋଷୀଙ୍କୁ ଦଣ୍ଡଦେଇ ପୋଲିସ ବାହାବା ନେଉଛି। ପୁରୀ ଜିଲା ଥାନାଗୁଡ଼ିକ ଏବେ ଥାର୍ଡ ଡିଗ୍ରୀ କେନ୍ଦ୍ରରେ ପରିଣତ ହୋଇଛି। ହେଲେ ସରକାର ଘଟଣାକୁ ଚାପିବାର ଉଦ୍ୟମ ଜାରି ରଖିଥିବା ସେ କହିଥିଲେ। ଜଣେ ବିଚାରପତିଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ ସହ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ସେ ଦାବି କରିଥିଲେ। ସେହିଭଳି ଗତ ୬ମାସ ହେଲା ପୁରୀରେ ପୋଲିସର ଦମନଲୀଳା ଚାଲିଥିବା ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଥିଲେ। ହାଜତ ମୃତ୍ୟୁର ଶିକାର ହୋଇଥିବା କେ. ରମେଶଙ୍କ ମା’, ବାପାଙ୍କୁ ପୋଲିସ ଉଠାଇନେଇଛି। ଥାନା ଅଧିକାରୀମାନେ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ପୁରୀ ସହରରେ ଶାନ୍ତି ଫେରାଇ ଆଣିବାକୁ ସେ ଦାବି କରିଥିଲେ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି ମନ୍ତ୍ରୀ ଏସି ଚାମ୍ବରରେ ବସି ବିଭାଗ ସମ୍ଭାଳୁଥିବା କହିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ସାଲୁଜା କହିଥିଲେ। ସେହିଭଳି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଅଖିଳେଶ୍ୱର ସିଂଙ୍କ ଉପରେ ବର୍ଷିଥିଲେ। ତାଙ୍କୁ ତୁରନ୍ତ ଗିରଫ କରିବା ସହ ପୁରୀ ହାଜତ ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଥିଲେ। ବିହାର, ଉତ୍ତରପ୍ରଦେଶ ଠାରୁ ଓଡ଼ିଶା ପୋଲିସର ଦାଦାଗିରି ବଢ଼ିଯାଇଥିବା କଂଗ୍ରେସ ବିଧାୟକ କହିଥିଲେ। ଭାଜପା ବିଧାୟକ ଜୟନାରାୟଣ ମିଶ୍ର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ହାଜତ ମୃତ୍ୟୁ ଘଟଣାର ତଦନ୍ତ ଦାବି କରିଥିଲେ। ଗତ ଅକ୍ଟୋବରରୁ ଭୁବନେଶ୍ୱରରେ ଲୁଟେରା ଇନିଂସ ଆରମ୍ଭ ହୋଇଛି। ୨୦୧୯ରୁ ଓଡ଼ିଶା ଅଶାନ୍ତ ରାଜ୍ୟରେ ପରିଣତ ହୋଇଛି। ପୋଲିସର ଅତ୍ୟାଚାର ରାଜ୍ୟରେ ବଢିଯାଇଥିବା ସେ କହିଥିଲେ। ଅପରପକ୍ଷେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ବିଧାୟକ ପ୍ରତାପ ଦେବ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟବସ୍ଥିତ ଥିବା କହିଥିଲେ। ବିରୋଧୀ ମିଛ କହୁଛନ୍ତି। କେ. ରମେଶଙ୍କ ପୋଷ୍ଟମର୍ଟମବେଳେ ତାଙ୍କ ମା’, ବାପା ହସ୍ପିଟାଲରେ ଉପସ୍ଥିତ ଥିବା ପ୍ରତାପ ଦେବ ଭାଜପାକୁ ଟାର୍ଗେଟ କରି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri