୨୦୨୫ରେ ହେବ ଭାରତ-ଚାଇନା ମଧ୍ୟରେ ମହାଯୁଦ୍ଧ!

ଓ୍ବାଶିଂଟନ୍‌,୨୯।୧: ଦୁଇ ବର୍ଷ ମଧ୍ୟରେ ଚାଇନା ଏବଂ ଆମେରିକା ମଧ୍ୟରେ ମହାଯୁଦ୍ଧ ହେବାର ସମ୍ଭାବନା ଅଛି। ଆମେରିକାର ବାୟୁସେନାର ବରିଷ୍ଠ ଜେନେରାଲଙ୍କ ଦାବି ପରେ ବିଶ୍ୱ ଚକିତ ହୋଇଯାଇଛି। ଜେନେରାଲ ମାଇକ ମିନିହାନ କହିଛନ୍ତି, ୨୦୨୫ରେ ଆମେରିକା ଏବଂ ଚୀନ ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇପାରେ। ଏଥିପାଇଁ ସେ ବରିଷ୍ଠ ଅଧିକାରୀଙ୍କ ନିକଟକୁ ଏକ ମେମୋ ପଠାଇଛନ୍ତି ଏବଂ କହିଛନ୍ତି ଯେ, ଚାଇନାର ଏକଛତ୍ରବାଦୀ ଶାସନ ଯେପରି ବଢୁଛି, ଯେକୌଣସି ସମୟରେ ଯୁଦ୍ଧ ଆରମ୍ଭ ହୋଇପାରେ। ସେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସେନା ଅଧିକାରୀଙ୍କୁ କହିଛନ୍ତି।
ଏୟାର ମୋବିଲିଟି କମାଣ୍ଡର ମୁଖ୍ୟ ଜେନେରାଲ ମାଇକ ମିନିହାନ କହିଛନ୍ତି, ମୁଁ ଆଶା କରୁଛି ଯେ ମୁଁ ଯାହା ଭାବୁଛି ତାହା ଭୁଲ ପ୍ରମାଣିତ ହେଛ। ଜଗତର ମଙ୍ଗଳ ପାଇଁ ମୋର ଆଶଙ୍କା ଭୁଲ ହେଉ। ମୋର ଅନ୍ତନିର୍ହିତ ଆତ୍ମା କହୁଛି ଯେ. ମୁଁ ୨୦୨୫ରେ ଯୁଦ୍ଧକ୍ଷେତ୍ରରେ ଲଢିବି।
ଜେନେରାଲଙ୍କ ମତ ପେଣ୍ଟାଗନ୍‌ର ପ୍ରତିନିଧିତ୍ୱ କରୁ ନ ଥିବାବେଳେ ତାଇୱାନ ଉପରେ ନିୟନ୍ତ୍ରଣ ସ୍ଥାପନ କରିବାକୁ ଚାଇନାର ଏକ ସମ୍ଭାବ୍ୟ ପ୍ରୟାସକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଜେନେରାଲ ମିନିହାନ ଆହୁରି ଲେଖିଛନ୍ତି ଯେ, ଉଭୟ ଆମେରିକା ଏବଂ ତାଇୱାନ ୨୦୨୪ରେ ରାଷ୍ଟ୍ରପତି ନିର୍ବାାଚନ କରିବେ ଏବଂ ଏହି ସମୟ ମଧ୍ୟରେ ଚାଇନା ଏହାର ସୁଯୋଗ ନେଇ ତାଇୱାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଏହା ପରେ ପରିସ୍ଥିତି ଏପରି ହୋଇପାରେ ୨୦୨୫ରେ ଆମେରିକା ଏବଂ ଚାଇନା ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା ବଢିବ।
ଅଗଷ୍ଟ ୨୦୨୨ରେ ଆମେରିକାର ସ୍ପିକର ନାନସୀ ପେଲୋସି ତାଇୱାନ ଗସ୍ତରେ ଆସିବା ପରେ ଚାଇନା ଏବଂ ଆମେରିକା ମଧ୍ୟରେ ତିକ୍ତତା ଆହୁରି ବଢିଯାଇଥିଲା। ପେଲୋସିଙ୍କ ତାଇୱାନ ଗସ୍ତକୁ ଚାଇନା ଦୃଢ ବିରୋଧ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri