ଆଠମଲ୍ଲିକରେ ହେବ କଡ଼ା ଟକ୍କର

ବଇଣ୍ଡା,୩ା୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପାଖେଇ ଆସୁଛି ଭୋଟଗ୍ରହଣ ତାରିଖ। ଆଉ ଅଳ୍ପଦିନ ପରେ ହେବ ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷା। ତେଣୁ ଅଧିକରୁ ଅଧିକ ମତଦାତାଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସମର୍ଥନ ହାସଲ ପାଇଁ ଏବେ ଦିନରାତି ଏକ୍‌ କରିଦେଇଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳର ପ୍ରାର୍ଥୀମାନେ। ବିଶେଷକରି ବ୍ଲକର ୩ଟି ଜିଲା ପରିଷଦ ଜୋନ୍‌କୁ ନେଇ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରଚାର ଅଭିଯାନକୁ ଜୋର୍‌ଦାର କରାଯାଇଛି। ଏଠାରେ ପୂର୍ବ ସଫଳତା ଦୋହରାଇବାକୁ ବିଜେଡି ଆଶା ବାନ୍ଧିଥିବାବେଳେ ଭାଜପା କେନ୍ଦ୍ରୀୟ ଯୋଜନାକୁ ମୁଖ୍ୟ ଆୟୁଧ କରି ଭୋଟ୍‌ ମାଗୁଛି। ସେହିପରି କଂଗ୍ରେସ ମଧ୍ୟ ନିଜର ପୂର୍ବ ସ୍ଥିତିରେ ପରିବର୍ତ୍ତନ ପାଇଁ ପ୍ରୟାସ ଜାରି ରଖିଛି। ତେଣୁ ଆଠମଲ୍ଲିକର ୩ ଜିଲା ପରିଷଦ ଜୋନ୍‌ରେ ଏହି ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଭୋଟରମାନେ ପ୍ରକାଶ କରିଛନ୍ତି।
ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ୍‌ରେ ଆସନ୍ତା ୨୦ ତାରିଖରେ ଭୋଟଗ୍ରହଣ ହେବ। ଏଥିପାଇଁ ଗଁାରେ ରାଜନୈତିକ ବାତାବରଣ ବେଶ୍‌ ଉଷ୍ମ ହୋଇଯାଇଛି। ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଭ୍ୟ ପ୍ରାର୍ଥୀମାନେ ଘର ଘର ବୁଲି ଭୋଟରଙ୍କୁ ଭେଟୁଥିବାବେଳେ ବିଜେଡି, ଭାଜପା ଓ କଗ୍ରେସର ଜିଲା ପରିଷଦ ପ୍ରାର୍ଥୀମାନେ ପ୍ରଚାର ଉପରେ ଅଧିକ ଜୋର୍‌ ଦେଉଛନ୍ତି। ୨୦୧୨ ଓ ୨୦୧୭ ନିର୍ବାଚନରେ ଏଠାକାର ୩ଟି ଯାକ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨ ୧୭ରେ ୫ନଂ. ଜୋନ୍‌ର ଭାଜପା ପ୍ରାର୍ଥୀ ଆଭାରାଣୀ ମହାନ୍ତିଙ୍କୁ ୧୧ ହଜାର ୯୧୯ ଓ ବିଜେଡିର ମମତା ମହାକୁଡଙ୍କୁ ୧୨ ହଜାର ୩୧୦ ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ସଂଯୁକ୍ତା ପ୍ରଧାନ ୧ ହଜାର ୩୪୫ ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ ଏହି ଜୋନ୍‌ରୁ ଭରଜପା ପକ୍ଷରୁ ଚିତ୍ତରଞ୍ଜନ ପ୍ରଧାନ, ବିଜେଡିରୁ ରଶ୍ମିରେଖା ମାହାର ଓ କଂଗ୍ରେସରୁ ସୁରେନ୍ଦ୍ର ସାହୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ୨୦୧୭ରେ ୬ନଂ. ଜୋନ୍‌ର ଭାଜପା ପ୍ରାର୍ଥୀ ଟୁନିଲତା ସାହୁଙ୍କୁ ୬ ହଜାର ୯୫୪, ବିଜେଡି ପ୍ରାର୍ଥୀ ବୈଜୟନ୍ତି ଦେହୁରୀଙ୍କୁ ୧୨ ହଜାର ୩୮୬ ଓ କଂଗ୍ରସ ପ୍ରାର୍ଥୀ ପଦ୍ମିନୀ ସାହୁଙ୍କୁ ୪ ହଜାର ୮୮୪ ଭୋଟ ମିଳିଥିଲା। ଚଳିତ ନିର୍ବାଚନରେ ଭଜପା ପକ୍ଷରୁ ରୋହିତ କୁମାର ନାୟକ, ବିଜେଡିରୁ ଯୁଧିଷ୍ଠିର ସିଂହ, କଂଗ୍ରେସରୁ ଶ୍ରୀକାନ୍ତ ଘୋଟା ୬ନଂ. ଜୋନ୍‌ରୁ ପ୍ରାର୍ଥୀ ହୋଇଛନ୍ତି। ୨୦୧୭ରେ ୭ନଂ. ଜୋନ୍‌ର ଭାଜପା ପ୍ରାର୍ଥୀ ବୃନ୍ଦାବନ ସାହୁଙ୍କୁ ୪ ହଜାର ୧୯୯, ବିଜେଡିର ଚିତ୍ତରଞ୍ଜନ କର୍ଣ୍ଣଙ୍କୁ ୮ ହଜାର ୧୭୯ ଓ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ କୁମାର ପ୍ରଧାନଙ୍କୁ ୩ ହଜାର ୧୯୮ ଭୋଟ ମିଳିଥିଲା। ଏଥର ଏହି ଜୋନ୍‌ରୁ ଭାଜପାର ଦୀପିକା ଦେହୁରୀ, ବିଜେଡିର ବବିତା କର୍ଣ୍ଣ ଓ କଂଗ୍ରେସର କବିତା ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ଭାଜପା ପ୍ରାର୍ଥୀଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ ଓ ବରିଷ୍ଠ ନେତା ଭାଗୀରଥି ପ୍ରଧାନ ପ୍ରଚାର ମଙ୍ଗ ଧରିଛନ୍ତି। ବିଜେଡି ପ୍ରାର୍ଥୀଙ୍କ ନିମନ୍ତେ ବିଧାୟକ ରମେଶ ଚନ୍ଦ୍ର ସାଏ ଭୋଟ ମାଗୁଛନ୍ତି। କଂଗ୍ରେସର ବିଜୟାନନ୍ଦ ଚାଉଳିଆ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଘର ଘର ବୁଲୁଛନ୍ତି।

ଲୋକେ କଂଗ୍ରେସକୁ ପସନ୍ଦ କରିବେ
ଆଠମଲ୍ଲିକ ହେଲା କଂଗ୍ରେସ ଗଡ଼। ଏହି ନିର୍ବାଚନରେ ସମସ୍ତ ଜୋନ୍‌ରେ କଂଗ୍ରେସ ବିଜୟଲାଭ କରିବ। କଂଗ୍ରେସ ଅମଳରେ ଆଠମଲ୍ଲିକ ଅଞ୍ଚଳର ବହୁ ବିକାଶ ହୋଇଛି। ତାହାକୁ ଆଧାର କରି ଭୋଟର ଭୋଟ ଦେବେ।
-ବିଜୟାନନ୍ଦ ଚାଉଳିଆ, କଂଗ୍ରେସ ନେତା

୩ ଜୋନ୍‌ ବିଜେଡି ହାତେଇବ
ଆଠମଲ୍ଲିକର ୩ ଜିଲା ପରିଷଦ ଜୋନ୍‌ ପୂର୍ବପରି ବିଜେଡି ଅକ୍ତିଆରକୁ ଆସିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଠମଲ୍ଲିକର ଅନେକ ବିକାଶ କରାଯାଇଛି। ତେଣୁ ଜିଲା ପରିଷଦ ସହ ବ୍ଲକ ଅଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି ହାତେଇବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ

ଭୋଟର ପରିବର୍ତ୍ତନ ଚାହୁଁଛନ୍ତି
ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାର ସୁଫଳ ଆଠମଲ୍ଲିକବାସୀ ମଧ୍ୟ ପାଉଛନ୍ତି। ତେଣୁ ଚଳିତ ନିର୍ବାଚନରେ ଭୋଟରମାନେ ପରିବର୍ତ୍ତନ ଚାହୁଁଛନ୍ତି। ୩ ଜୋନ୍‌ରେ ଭାଜପା ବିଜୟୀ ହେବ।
-ଭାଗୀରଥି ପ୍ରଧାନ, ଭାଜପା ନେତା


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri