ଆଠମଲ୍ଲିକରେ ହେବ କଡ଼ା ଟକ୍କର

ବଇଣ୍ଡା,୩ା୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପାଖେଇ ଆସୁଛି ଭୋଟଗ୍ରହଣ ତାରିଖ। ଆଉ ଅଳ୍ପଦିନ ପରେ ହେବ ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷା। ତେଣୁ ଅଧିକରୁ ଅଧିକ ମତଦାତାଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସମର୍ଥନ ହାସଲ ପାଇଁ ଏବେ ଦିନରାତି ଏକ୍‌ କରିଦେଇଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳର ପ୍ରାର୍ଥୀମାନେ। ବିଶେଷକରି ବ୍ଲକର ୩ଟି ଜିଲା ପରିଷଦ ଜୋନ୍‌କୁ ନେଇ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରଚାର ଅଭିଯାନକୁ ଜୋର୍‌ଦାର କରାଯାଇଛି। ଏଠାରେ ପୂର୍ବ ସଫଳତା ଦୋହରାଇବାକୁ ବିଜେଡି ଆଶା ବାନ୍ଧିଥିବାବେଳେ ଭାଜପା କେନ୍ଦ୍ରୀୟ ଯୋଜନାକୁ ମୁଖ୍ୟ ଆୟୁଧ କରି ଭୋଟ୍‌ ମାଗୁଛି। ସେହିପରି କଂଗ୍ରେସ ମଧ୍ୟ ନିଜର ପୂର୍ବ ସ୍ଥିତିରେ ପରିବର୍ତ୍ତନ ପାଇଁ ପ୍ରୟାସ ଜାରି ରଖିଛି। ତେଣୁ ଆଠମଲ୍ଲିକର ୩ ଜିଲା ପରିଷଦ ଜୋନ୍‌ରେ ଏହି ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଭୋଟରମାନେ ପ୍ରକାଶ କରିଛନ୍ତି।
ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ୍‌ରେ ଆସନ୍ତା ୨୦ ତାରିଖରେ ଭୋଟଗ୍ରହଣ ହେବ। ଏଥିପାଇଁ ଗଁାରେ ରାଜନୈତିକ ବାତାବରଣ ବେଶ୍‌ ଉଷ୍ମ ହୋଇଯାଇଛି। ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଭ୍ୟ ପ୍ରାର୍ଥୀମାନେ ଘର ଘର ବୁଲି ଭୋଟରଙ୍କୁ ଭେଟୁଥିବାବେଳେ ବିଜେଡି, ଭାଜପା ଓ କଗ୍ରେସର ଜିଲା ପରିଷଦ ପ୍ରାର୍ଥୀମାନେ ପ୍ରଚାର ଉପରେ ଅଧିକ ଜୋର୍‌ ଦେଉଛନ୍ତି। ୨୦୧୨ ଓ ୨୦୧୭ ନିର୍ବାଚନରେ ଏଠାକାର ୩ଟି ଯାକ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨ ୧୭ରେ ୫ନଂ. ଜୋନ୍‌ର ଭାଜପା ପ୍ରାର୍ଥୀ ଆଭାରାଣୀ ମହାନ୍ତିଙ୍କୁ ୧୧ ହଜାର ୯୧୯ ଓ ବିଜେଡିର ମମତା ମହାକୁଡଙ୍କୁ ୧୨ ହଜାର ୩୧୦ ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ସଂଯୁକ୍ତା ପ୍ରଧାନ ୧ ହଜାର ୩୪୫ ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ ଏହି ଜୋନ୍‌ରୁ ଭରଜପା ପକ୍ଷରୁ ଚିତ୍ତରଞ୍ଜନ ପ୍ରଧାନ, ବିଜେଡିରୁ ରଶ୍ମିରେଖା ମାହାର ଓ କଂଗ୍ରେସରୁ ସୁରେନ୍ଦ୍ର ସାହୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ୨୦୧୭ରେ ୬ନଂ. ଜୋନ୍‌ର ଭାଜପା ପ୍ରାର୍ଥୀ ଟୁନିଲତା ସାହୁଙ୍କୁ ୬ ହଜାର ୯୫୪, ବିଜେଡି ପ୍ରାର୍ଥୀ ବୈଜୟନ୍ତି ଦେହୁରୀଙ୍କୁ ୧୨ ହଜାର ୩୮୬ ଓ କଂଗ୍ରସ ପ୍ରାର୍ଥୀ ପଦ୍ମିନୀ ସାହୁଙ୍କୁ ୪ ହଜାର ୮୮୪ ଭୋଟ ମିଳିଥିଲା। ଚଳିତ ନିର୍ବାଚନରେ ଭଜପା ପକ୍ଷରୁ ରୋହିତ କୁମାର ନାୟକ, ବିଜେଡିରୁ ଯୁଧିଷ୍ଠିର ସିଂହ, କଂଗ୍ରେସରୁ ଶ୍ରୀକାନ୍ତ ଘୋଟା ୬ନଂ. ଜୋନ୍‌ରୁ ପ୍ରାର୍ଥୀ ହୋଇଛନ୍ତି। ୨୦୧୭ରେ ୭ନଂ. ଜୋନ୍‌ର ଭାଜପା ପ୍ରାର୍ଥୀ ବୃନ୍ଦାବନ ସାହୁଙ୍କୁ ୪ ହଜାର ୧୯୯, ବିଜେଡିର ଚିତ୍ତରଞ୍ଜନ କର୍ଣ୍ଣଙ୍କୁ ୮ ହଜାର ୧୭୯ ଓ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ କୁମାର ପ୍ରଧାନଙ୍କୁ ୩ ହଜାର ୧୯୮ ଭୋଟ ମିଳିଥିଲା। ଏଥର ଏହି ଜୋନ୍‌ରୁ ଭାଜପାର ଦୀପିକା ଦେହୁରୀ, ବିଜେଡିର ବବିତା କର୍ଣ୍ଣ ଓ କଂଗ୍ରେସର କବିତା ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ଭାଜପା ପ୍ରାର୍ଥୀଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ ଓ ବରିଷ୍ଠ ନେତା ଭାଗୀରଥି ପ୍ରଧାନ ପ୍ରଚାର ମଙ୍ଗ ଧରିଛନ୍ତି। ବିଜେଡି ପ୍ରାର୍ଥୀଙ୍କ ନିମନ୍ତେ ବିଧାୟକ ରମେଶ ଚନ୍ଦ୍ର ସାଏ ଭୋଟ ମାଗୁଛନ୍ତି। କଂଗ୍ରେସର ବିଜୟାନନ୍ଦ ଚାଉଳିଆ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଘର ଘର ବୁଲୁଛନ୍ତି।

ଲୋକେ କଂଗ୍ରେସକୁ ପସନ୍ଦ କରିବେ
ଆଠମଲ୍ଲିକ ହେଲା କଂଗ୍ରେସ ଗଡ଼। ଏହି ନିର୍ବାଚନରେ ସମସ୍ତ ଜୋନ୍‌ରେ କଂଗ୍ରେସ ବିଜୟଲାଭ କରିବ। କଂଗ୍ରେସ ଅମଳରେ ଆଠମଲ୍ଲିକ ଅଞ୍ଚଳର ବହୁ ବିକାଶ ହୋଇଛି। ତାହାକୁ ଆଧାର କରି ଭୋଟର ଭୋଟ ଦେବେ।
-ବିଜୟାନନ୍ଦ ଚାଉଳିଆ, କଂଗ୍ରେସ ନେତା

୩ ଜୋନ୍‌ ବିଜେଡି ହାତେଇବ
ଆଠମଲ୍ଲିକର ୩ ଜିଲା ପରିଷଦ ଜୋନ୍‌ ପୂର୍ବପରି ବିଜେଡି ଅକ୍ତିଆରକୁ ଆସିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଠମଲ୍ଲିକର ଅନେକ ବିକାଶ କରାଯାଇଛି। ତେଣୁ ଜିଲା ପରିଷଦ ସହ ବ୍ଲକ ଅଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି ହାତେଇବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ

ଭୋଟର ପରିବର୍ତ୍ତନ ଚାହୁଁଛନ୍ତି
ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାର ସୁଫଳ ଆଠମଲ୍ଲିକବାସୀ ମଧ୍ୟ ପାଉଛନ୍ତି। ତେଣୁ ଚଳିତ ନିର୍ବାଚନରେ ଭୋଟରମାନେ ପରିବର୍ତ୍ତନ ଚାହୁଁଛନ୍ତି। ୩ ଜୋନ୍‌ରେ ଭାଜପା ବିଜୟୀ ହେବ।
-ଭାଗୀରଥି ପ୍ରଧାନ, ଭାଜପା ନେତା


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri