ଚର୍ମବିଣ୍ଡି ରୋଗ ନେଇ ଲାଗିବ କଟକଣା

ଭୁବନେଶ୍ବର, ୫।୪(ବ୍ୟୁରୋ): ରାଜ୍ୟର କିଛି ଅଞ୍ଚଳରେ ଗୋମହିଷାଦିଙ୍କ ମଧ୍ୟରେ ଗତବର୍ଷ ସେପ୍ଟେମ୍ବରରୁ ଚର୍ମବିଣ୍ଡି ରୋଗ ଦେଖାଦେଇଛି। ବର୍ତ୍ତମାନ ସ୍ଥିତିରେ ଗୋମହିଷାଦିଙ୍କ କିଣାବିକା ଏବଂ ରାଜ୍ୟ ଭିତରେ ବାହାରେ ହେଉଥିବା ପରିବହନ ଉପରେ ଲଗାଯାଇଥିବା କଟକଣା ଉଠାଇବା ସମ୍ପର୍କରେ ଏକ ସମୀକ୍ଷା ବୈଠକ ମଙ୍ଗଳବାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
କୃଷିଭବନଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ସ୍ବାଇଁ ଭିଡିଓ କନ୍‌ଫରେନ୍ସରେ ସମସ୍ତ ଜିଲାର ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କଠାରୁ ଜିଲାର ଚର୍ମବିଣ୍ଡି ରୋଗର ସଦ୍ୟତମ ସ୍ଥିତି ସମ୍ପର୍କରେ ବୁଝିଥିଲେ। କଟକଣା ଉଠାଇବା ଓ ଗୋମହିଷାଦି ହାଟର ଆୟୋଜନ ସମ୍ପର୍କରେ ମତାମତ ଲୋଡ଼ିଛନ୍ତି। ବୈଠକରେ ସୀମାନ୍ତବର୍ତ୍ତୀ ଜିଲାର ସିଡିଭିଓମାନଙ୍କୁ ପଡ଼ୋଶୀ ଜିଲାରେ ଚର୍ମବିଣ୍ଡି ରୋଗର ସ୍ଥିତି ସମ୍ପର୍କରେ ମଧ୍ୟ ବୁଝିଛନ୍ତି ା ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀ ସେମାନଙ୍କ ମତାମତ ପ୍ରଦାନ କରିଛନ୍ତି ା ସିଡିଭିଓ ଏବଂ ବରିଷ୍ଠ ଅଧିକାରୀଙ୍କ ମତାମତକୁ ତର୍ଜମାକରି ଖୁବ୍‌ଶୀଘ୍ର ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି। ଚର୍ମବିଣ୍ଡି ରୋଗ ନ ବ୍ୟାପିବା ଦିଗରେ ପଦକ୍ଷେପ ନିଆଯିବ। ବିଭାଗ ପକ୍ଷରୁ ଗୋମହିଷାଦିଙ୍କ କିଣାବିକା ଏବଂ ଆନ୍ତଃରାଜ୍ୟ ଓ ରାଜ୍ୟ ବାହାରେ ପରିବହନ ଉପରେ ଜାରି କରାଯାଇଥିବା କଟକଣା ଉଠାଇବା ସମ୍ପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ଲାଗିଲା ନିଆଁ: ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ପାଇଁ ରକ୍ଷା ପାଇଲେ ଯାତ୍ରୀ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

VIDEO: ଟସ୍‌ ଛାଡି ହଠାତ୍‌ କୁଆଡେ ଚାଲିଗଲେ କ୍ୟାପଟେନ ସୂର୍ଯ୍ୟକୁମାର? ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟରେ, ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ପ୍ରାୟତଃ ବିଜୟ ଏବଂ ପରାଜୟକୁ ଅତିକ୍ରମ କରିଯାଏ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସମାନ ଦୃଶ୍ୟ ଦେଖାଯାଇଥିଲା, ଯେତେବେଳେ ଅଧିନାୟକ…

ଭକ୍ତମୟ ହୋଇଛି କାଳୀଜାଈଙ୍କ ପୀଠ, ଜମୁଛି ଶହଶହ ଭକ୍ତଙ୍କ ଭିଡ଼

କୃଷ୍ଣପ୍ରସାଦ,୮।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ ‎କାଳୀଜାଈଙ୍କ ପୀଠ ପାଲଟିଛି ଭକ୍ତମୟ । ମା’ଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରରୁ…

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ଅନୁରାଗ ଠାକୁର, ୯ ବର୍ଷର ବିଳମ୍ବ ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୮।୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର, ବିସିସିଆଇରେ ପଦରେ ଲାଗିଥିବା ପ୍ରତିବନ୍ଧକ ଉଠାଇବା ନିଷ୍ପତ୍ତିରେ…

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri