ମୋବାଇଲ ଭ୍ୟାନ୍‌ରେ ହେବ କରୋନା ଟେଷ୍ଟ

ଭୁବନେଶ୍ୱର,୨୭।୭(ବ୍ୟୁରୋ)-ଏଣିକି ମୋବାଇଲ ଭ୍ୟାନରେ ହେବ କରୋନା ଟେଷ୍ଟ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଭ୍ୟାନ ବୁଲି ଟେଷ୍ଟିଂ କରିବ। ଗଞ୍ଜାମରେ ମୋବାଇଲ ଭ୍ୟାନ୍‌ ମାଧ୍ୟମରେ କରୋନା ଟେଷ୍ଟ କରାଯାଉଛି। ରାଜ୍ୟର ଆହୁରି ଅନେକ ସ୍ଥାନରେ ଏହିଭଳି ଟେଷ୍ଟ କରିବା ପାଇଁ ପ୍ରସ୍ତାବ ରହିଛି। ରାଜ୍ୟ ସରକାର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି।