ଶିଳ୍ପ ପାଇଁ ଆସିବ ୪ ନୂଆ ପଲିସି

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଏବେସୁଦ୍ଧା ୯ଟି ସ୍ବତନ୍ତ୍ର ନୀତି ଆଣିଛନ୍ତି। ଏହାମଧ୍ୟରେ ଆପାରେଲ ପଲିସି, ବାୟୋଟେକ୍ନୋଲୋଜି ପଲିସି, ଓଡ଼ିଶା ଫୁଡ୍‌ ପ୍ରୋସେସିଂ ପଲିସି, ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଡେଭଲପ୍‌ମେଣ୍ଟ ପଲିସି, ହେଲ୍‌ଥକେୟାର ଇନ୍‌ଭେଷ୍ଟମେଣ୍ଟ ପ୍ରମୋଶନ ପଲିସି, ଓଡ଼ିଶା ଷ୍ଟାର୍ଟଅପ୍‌ ପଲିସି, ଟୁରିଜମ୍‌ ପଲିସି, ଫାର୍ମାସ୍ୟୁଟିକାଲ ପଲିସି ଏବଂ ରିନ୍ୟୁଏବୁଲ୍‌ ଏନର୍ଜି ପଲିସି ରହିଛି। ଆଗାମୀଦିନରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ପଲିସି’, ‘ବିପିଓ ପଲିସି ୨୦୨୦’, ‘ଓଡ଼ିଶା ଷ୍ଟେଟ୍‌ ଡାଟା ପଲିସି ୨୦୨୦’ ଏବଂ ‘ଆଇଟି ଆଣ୍ଡ୍‌ ଇଲେକ୍ଟ୍ରୋନିକ୍ସ ପଲିସି’ ଭଳି ୪ଟି ନୂଆ ପଲିସି ଆଣିବାକୁ ସରକାର ଯୋଜନା କରିଛନ୍ତି ବୋଲି ଏମ୍‌ଏସ୍‌ଏମ୍‌ଇ ଏବଂ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ତଥ୍ୟ ଦେଇଛନ୍ତି। ରାଜ୍ୟରେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ପାଇଁ ଗତ ୫ବର୍ଷରେ ୭୯ ଶିଳ୍ପମେଳାରେ ଓଡ଼ିଶା ଅଂଶଗ୍ରହଣ କରିବା ସହ ଆୟୋଜନ କରିଛି। ଏହାମଧ୍ୟରୁ ଓଡ଼ିଶା ଭିତରେ ୨୪ଟି ଏବଂ ଓଡ଼ିଶା ବାହାରେ ୫୫ଟି ଶିଳ୍ପମେଳା କରାଯାଇଛି। କରୋନା ମହାମାରୀ ଯୋଗୁ ୨୦୨୦-୨୧ ବର୍ଷରେ ୨ଟି ଶିଳ୍ପମେଳା ଭର୍ଚୁଆଲ ପ୍ଲାଟ୍‌ଫର୍ମରେ କରାଯାଇଛି। ଏହି ଶିଳ୍ପମେଳା ଦ୍ୱାରା ରାଜ୍ୟ ସରକାର ବିପୁଳ ପରିମାଣର ପୁଞ୍ଜିନିବେଶ ଆକୃଷ୍ଟ କରିପାରିଛନ୍ତି। ବିଭିନ୍ନ ସଂସ୍ଥା ଦ୍ୱାରା ମୋଟ ୬,୨୬,୩୫୯.୫୩ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୨୮୬ଟି ପ୍ରସ୍ତାବ ଦାଖଲ ହୋଇଛି। ରାଜ୍ୟ ଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ ଏହାମଧ୍ୟରୁ ୨୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଫଳରେ ଓଡ଼ିଶାରେ ୫,୨୮,୬୦୯ କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭବ ହୋଇଛି।
ମାଇକ୍ରୋ ଆଣ୍ଡ ସ୍ମଲ୍‌ ଏଣ୍ଟରପ୍ରାଇଜେସ୍‌ କ୍ଲଷ୍ଟର ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ୍‌ (ଏମ୍‌ଏସ୍‌ଇସିଡିପି) ଯୋଜନା ମାଧ୍ୟମରେ କଟକ ଜିଲାର ଇନ୍ଦ୍ରାଣୀପାଟଣାଠାରେ ଏକ ଇଞ୍ଜିନିୟରିଂ କ୍ଲଷ୍ଟର ପ୍ରତିଷ୍ଠା କରିବାକୁ ସରକାର ଯୋଜନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଇସିଡିପି ନିୟମାବଳୀ ଅନୁଯାୟୀ ୨୫ଟି ସମାନ ବା ଆନୁଷଙ୍ଗିକ ଉତ୍ପାଦ ପ୍ରସ୍ତୁତ କରୁଥିବା ଏମ୍‌ଏସ୍‌ଏମ୍‌ଇକୁ କ୍ଳଷ୍ଟର ମାନ୍ୟତା ଦେବାର ନିୟମ ରହିଛି। ରାଜ୍ୟ ସରକାରଙ୍କ ଇନ୍‌ଭେଷ୍ଟମେଣ୍ଟ ଫ୍ରେଣ୍ଡଲି ମନୋଭାବ ରାଜ୍ୟର ବୃହତ୍‌, ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପକୁ ଆଉପାଦେ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶେଷକରି ଇଲେକ୍ଟ୍ରୋନିକ୍ସ, ଆଇଟି ଓ ଆଇଟି ସମ୍ପର୍କିତ ଷ୍ଟାର୍ଟଅପ୍‌ ପାଇଁ ଏବେ ଓଡ଼ିଶା ପ୍ରଥମ ପସନ୍ଦ ପାଲଟିଛି। ବେଙ୍ଗାଲୁରୁ, ଚେନ୍ନାଇ ଭଳି ସହର ତୁଳନାରେ କମ୍‌ ଟ୍ରାଫିକ୍‌, କମ୍‌ ପ୍ରଦୂଷଣ ଭୁବନେଶ୍ୱରକୁ ଏବେ ଆଇଟି କମ୍ପାନୀଗୁଡିକର ପ୍ରଥମ ପସନ୍ଦରେ ପରିଣତ କରିଛି। କେବଳ ଭୁବନେଶ୍ୱର ନୁହେଁ, ବ୍ରହ୍ମପୁର, ରାଉରକେଲା ଏବଂ ବାଲେଶ୍ୱରକୁ ମଧ୍ୟ ସମାନଭାବେ ପ୍ରାଥମିକତା ଦିଆଯାଉଛି। ଓଡ଼ିଶା ଷ୍ଟାର୍ଟଅପ୍‌ କାଉନ୍‌ସିଲ୍‌ ତଥ୍ୟ ଅନୁଯାୟୀ ୨୦୧୦ରୁ ୨୦୨୦ ମଧ୍ୟରେ ରାଜ୍ୟରେ ୨୦୯ଟି ଇଲେକ୍ଟ୍ରୋନିକ୍ସ, ଆଇଟି ଓ ଆଇଟି ସମ୍ପର୍କିତ ଷ୍ଟାର୍ଟଅପ୍‌ ଶିଳ୍ପ ପ୍ରତିଷ୍ଠା ହୋଇଛି। ଏହି ଷ୍ଟାର୍ଟଅପ୍‌ଗୁଡ଼ିକୁ ଇଡ୍‌କୋ ଏବଂ ଇପିକଲ୍‌ ମାଧ୍ୟମରେ ରାଜ୍ୟ ସରକାର ଜମି ଏବଂ ଅଫିସ ଗୃହ ଯୋଗାଇ ଦେଇଛନ୍ତି। ଭୁବନେଶ୍ୱରର ଓକାକ୍‌ ଟାଓ୍ବାରରେ ବର୍ତ୍ତମାନ ୧୬ଟି ଷ୍ଟାର୍ଟଅପ୍‌ ସଂସ୍ଥାକୁ ଇନ୍‌କ୍ୟୁବେଶନ ଏବଂ ୧୪ଟି ଆଇଟି କମ୍ପାନୀକୁ ସ୍ଥାନ ଯୋଗାଇ ଦିଆଯାଇଥିବାବେଳେ ଆଗାମୀଦିନରେ ଏଠାରେ ଆହୁରି ୨୦ଟି ଇନ୍‌କ୍ୟୁବେଶନ ଓ ୧୨,୯୯୪ ବର୍ଗଫୁଟ ଜାଗା ଷ୍ଟାର୍ଟଅପ୍‌ ଓ ଆଇଟି କମ୍ପାନୀକୁ ଦିଆଯିବ ବୋଲି ମନ୍ତ୍ରୀ ମିଶ୍ର ବିଧାନସଭାରେ ତଥ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri