ଶିଳ୍ପ ପାଇଁ ଆସିବ ୪ ନୂଆ ପଲିସି

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଏବେସୁଦ୍ଧା ୯ଟି ସ୍ବତନ୍ତ୍ର ନୀତି ଆଣିଛନ୍ତି। ଏହାମଧ୍ୟରେ ଆପାରେଲ ପଲିସି, ବାୟୋଟେକ୍ନୋଲୋଜି ପଲିସି, ଓଡ଼ିଶା ଫୁଡ୍‌ ପ୍ରୋସେସିଂ ପଲିସି, ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଡେଭଲପ୍‌ମେଣ୍ଟ ପଲିସି, ହେଲ୍‌ଥକେୟାର ଇନ୍‌ଭେଷ୍ଟମେଣ୍ଟ ପ୍ରମୋଶନ ପଲିସି, ଓଡ଼ିଶା ଷ୍ଟାର୍ଟଅପ୍‌ ପଲିସି, ଟୁରିଜମ୍‌ ପଲିସି, ଫାର୍ମାସ୍ୟୁଟିକାଲ ପଲିସି ଏବଂ ରିନ୍ୟୁଏବୁଲ୍‌ ଏନର୍ଜି ପଲିସି ରହିଛି। ଆଗାମୀଦିନରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ପଲିସି’, ‘ବିପିଓ ପଲିସି ୨୦୨୦’, ‘ଓଡ଼ିଶା ଷ୍ଟେଟ୍‌ ଡାଟା ପଲିସି ୨୦୨୦’ ଏବଂ ‘ଆଇଟି ଆଣ୍ଡ୍‌ ଇଲେକ୍ଟ୍ରୋନିକ୍ସ ପଲିସି’ ଭଳି ୪ଟି ନୂଆ ପଲିସି ଆଣିବାକୁ ସରକାର ଯୋଜନା କରିଛନ୍ତି ବୋଲି ଏମ୍‌ଏସ୍‌ଏମ୍‌ଇ ଏବଂ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ତଥ୍ୟ ଦେଇଛନ୍ତି। ରାଜ୍ୟରେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ପାଇଁ ଗତ ୫ବର୍ଷରେ ୭୯ ଶିଳ୍ପମେଳାରେ ଓଡ଼ିଶା ଅଂଶଗ୍ରହଣ କରିବା ସହ ଆୟୋଜନ କରିଛି। ଏହାମଧ୍ୟରୁ ଓଡ଼ିଶା ଭିତରେ ୨୪ଟି ଏବଂ ଓଡ଼ିଶା ବାହାରେ ୫୫ଟି ଶିଳ୍ପମେଳା କରାଯାଇଛି। କରୋନା ମହାମାରୀ ଯୋଗୁ ୨୦୨୦-୨୧ ବର୍ଷରେ ୨ଟି ଶିଳ୍ପମେଳା ଭର୍ଚୁଆଲ ପ୍ଲାଟ୍‌ଫର୍ମରେ କରାଯାଇଛି। ଏହି ଶିଳ୍ପମେଳା ଦ୍ୱାରା ରାଜ୍ୟ ସରକାର ବିପୁଳ ପରିମାଣର ପୁଞ୍ଜିନିବେଶ ଆକୃଷ୍ଟ କରିପାରିଛନ୍ତି। ବିଭିନ୍ନ ସଂସ୍ଥା ଦ୍ୱାରା ମୋଟ ୬,୨୬,୩୫୯.୫୩ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୨୮୬ଟି ପ୍ରସ୍ତାବ ଦାଖଲ ହୋଇଛି। ରାଜ୍ୟ ଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ ଏହାମଧ୍ୟରୁ ୨୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଫଳରେ ଓଡ଼ିଶାରେ ୫,୨୮,୬୦୯ କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭବ ହୋଇଛି।
ମାଇକ୍ରୋ ଆଣ୍ଡ ସ୍ମଲ୍‌ ଏଣ୍ଟରପ୍ରାଇଜେସ୍‌ କ୍ଲଷ୍ଟର ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ୍‌ (ଏମ୍‌ଏସ୍‌ଇସିଡିପି) ଯୋଜନା ମାଧ୍ୟମରେ କଟକ ଜିଲାର ଇନ୍ଦ୍ରାଣୀପାଟଣାଠାରେ ଏକ ଇଞ୍ଜିନିୟରିଂ କ୍ଲଷ୍ଟର ପ୍ରତିଷ୍ଠା କରିବାକୁ ସରକାର ଯୋଜନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଇସିଡିପି ନିୟମାବଳୀ ଅନୁଯାୟୀ ୨୫ଟି ସମାନ ବା ଆନୁଷଙ୍ଗିକ ଉତ୍ପାଦ ପ୍ରସ୍ତୁତ କରୁଥିବା ଏମ୍‌ଏସ୍‌ଏମ୍‌ଇକୁ କ୍ଳଷ୍ଟର ମାନ୍ୟତା ଦେବାର ନିୟମ ରହିଛି। ରାଜ୍ୟ ସରକାରଙ୍କ ଇନ୍‌ଭେଷ୍ଟମେଣ୍ଟ ଫ୍ରେଣ୍ଡଲି ମନୋଭାବ ରାଜ୍ୟର ବୃହତ୍‌, ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପକୁ ଆଉପାଦେ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶେଷକରି ଇଲେକ୍ଟ୍ରୋନିକ୍ସ, ଆଇଟି ଓ ଆଇଟି ସମ୍ପର୍କିତ ଷ୍ଟାର୍ଟଅପ୍‌ ପାଇଁ ଏବେ ଓଡ଼ିଶା ପ୍ରଥମ ପସନ୍ଦ ପାଲଟିଛି। ବେଙ୍ଗାଲୁରୁ, ଚେନ୍ନାଇ ଭଳି ସହର ତୁଳନାରେ କମ୍‌ ଟ୍ରାଫିକ୍‌, କମ୍‌ ପ୍ରଦୂଷଣ ଭୁବନେଶ୍ୱରକୁ ଏବେ ଆଇଟି କମ୍ପାନୀଗୁଡିକର ପ୍ରଥମ ପସନ୍ଦରେ ପରିଣତ କରିଛି। କେବଳ ଭୁବନେଶ୍ୱର ନୁହେଁ, ବ୍ରହ୍ମପୁର, ରାଉରକେଲା ଏବଂ ବାଲେଶ୍ୱରକୁ ମଧ୍ୟ ସମାନଭାବେ ପ୍ରାଥମିକତା ଦିଆଯାଉଛି। ଓଡ଼ିଶା ଷ୍ଟାର୍ଟଅପ୍‌ କାଉନ୍‌ସିଲ୍‌ ତଥ୍ୟ ଅନୁଯାୟୀ ୨୦୧୦ରୁ ୨୦୨୦ ମଧ୍ୟରେ ରାଜ୍ୟରେ ୨୦୯ଟି ଇଲେକ୍ଟ୍ରୋନିକ୍ସ, ଆଇଟି ଓ ଆଇଟି ସମ୍ପର୍କିତ ଷ୍ଟାର୍ଟଅପ୍‌ ଶିଳ୍ପ ପ୍ରତିଷ୍ଠା ହୋଇଛି। ଏହି ଷ୍ଟାର୍ଟଅପ୍‌ଗୁଡ଼ିକୁ ଇଡ୍‌କୋ ଏବଂ ଇପିକଲ୍‌ ମାଧ୍ୟମରେ ରାଜ୍ୟ ସରକାର ଜମି ଏବଂ ଅଫିସ ଗୃହ ଯୋଗାଇ ଦେଇଛନ୍ତି। ଭୁବନେଶ୍ୱରର ଓକାକ୍‌ ଟାଓ୍ବାରରେ ବର୍ତ୍ତମାନ ୧୬ଟି ଷ୍ଟାର୍ଟଅପ୍‌ ସଂସ୍ଥାକୁ ଇନ୍‌କ୍ୟୁବେଶନ ଏବଂ ୧୪ଟି ଆଇଟି କମ୍ପାନୀକୁ ସ୍ଥାନ ଯୋଗାଇ ଦିଆଯାଇଥିବାବେଳେ ଆଗାମୀଦିନରେ ଏଠାରେ ଆହୁରି ୨୦ଟି ଇନ୍‌କ୍ୟୁବେଶନ ଓ ୧୨,୯୯୪ ବର୍ଗଫୁଟ ଜାଗା ଷ୍ଟାର୍ଟଅପ୍‌ ଓ ଆଇଟି କମ୍ପାନୀକୁ ଦିଆଯିବ ବୋଲି ମନ୍ତ୍ରୀ ମିଶ୍ର ବିଧାନସଭାରେ ତଥ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri