ଗଞ୍ଜାମର ୧୫୧ହାଇସ୍କୁଲ ହେବ ୫ଟି ରୂପାନ୍ତରିତ

ଛତ୍ରପୁର,୧୮।୭(ସନ୍ତୋଷ ପାଢ଼ୀ ): ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜ଼ିଲାର ଆଉ ୧୫୧ଟି ହାଇସ୍କୁଲ ୫ଟି ଆଧାରରେ ରୂପାନ୍ତରିତ କରାଯିବ। ମଙ୍ଗଳବାର ୫ଟି ସଚିବ ଭି. କେ ପାଣ୍ଡିଆନ ଅନଲାଇନ ଜରିଆରେ ଏସମ୍ପର୍କରେ ଏକ ଆଲୋଚନା ବୈଠକ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ରୁପାରନ୍ତିତ କାର୍ଯ୍ୟ ଶେଷ କରିବାକୁ ୫ଟି ସଚିବ ଉକ୍ତ ବୈଠକରେ ଗଞ୍ଜାମ ଜ଼ିଲା ପ୍ରଶାସନଙ୍କୁୁ ନିର୍ଦ୍ଦେଶ ଦେଇଛନ୍ତି।