ଦିନ ଥିଲା କେହି କାହା ମୁହଁ ଚାହୁଁ ନ ଥିଲେ, ଆଉ ଏବେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଭଉଣୀ ତନିଶା ମୁଖାର୍ଜୀଙ୍କ ସମ୍ପର୍କୀୟ ତଥା ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତିନିଜଣଙ୍କୁ କଳା ଡ୍ରେସ୍‌ରେ ଦେଖିବାକୁ ମିଳିଛି। ଏହା ସହିତ କାଜଲ ନିକଟରେ ମୁକ୍ତିଲାଭ କରିଥିବା ରାଣୀଙ୍କ ଅଭିନୀତ ଫିଲ୍ମ ‘ମିସେସ୍‌ ଚାଟାର୍ଜୀ ବନାମ ନରଓ୍ବେ’ ଦେଖି ଏକ ରିଭ୍ୟୁ ଦେଇଛନ୍ତି। ସେ ଏହି ଫିଲ୍ମକୁ ‘ନିଶ୍ଚୟ ଦେଖିବା’ ବୋଲି କହିଛନ୍ତି। ରାଣୀ ଏବଂ କାଜଲଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିବା ଫଟୋରୁ ଜଣାପଡ଼େ। କିନ୍ତୁ ଏକ ସମୟ ଥିଲା ଯେତେବେଳେ ଦୁହେଁ ପରସ୍ପରର ମୁହଁ ଦେଖିବାକୁ ବି ପସନ୍ଦ କରୁ ନ ଥିଲେ। କେବଳ ଏତିକି ନୁହେଁ, କାଜଲ ରାଣୀଙ୍କ ସୁପରହିଟ୍‌ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ରୁ ବାହାର କରିବାକୁ ଚେଷ୍ଟା ବି କରିଥିଲେ।

ରାଣୀ ବଲିଉଡ୍‌ରେ ପ୍ରବେଶ କରିବା ବେଳକୁ କାଜଲ ବଲିଉଡ୍‌ରେ ପ୍ରସିଦ୍ଧ ଅଭିନେତ୍ରୀ ହୋଇସାରିଥିଲେ। କାଜଲ ଏବଂ ରାଣୀ ସମ୍ପର୍କୀୟ ଅଟନ୍ତି। ସେମାନଙ୍କର ଉଭୟ ପିତା ସୋମୁ ମୁଖାର୍ଜୀ ଏବଂ ରାମ ମୁଖାର୍ଜୀ ସମ୍ପର୍କୀୟ ଥିଲେ। ଲୋକେ ଭାବିଥିଲେ କାଜଲ ରାଣୀଙ୍କୁ ସାହାଯ୍ୟ କରିବେ ଏବଂ ତାଙ୍କୁ ଇଣ୍ଡଷ୍ଟ୍ରିରେ ମାର୍ଗଦର୍ଶନ କରିବେ। କିନ୍ତୁ ଏହା କେବେ ହୋଇ ନ ଥିଲା।  କାଜଲ ତାଙ୍କ ବାଟରେ ବାଧା ସୃଷ୍ଟି କରିଥିଲେ।

କାଜଲ ଏବଂ ରାଣୀଙ୍କ ମଧ୍ୟରେ ବିବାଦ ହେବାର କାରଣ ହେଉଛି ସମ୍ପତ୍ତି ବିବାଦ। ଯାହା ଉଭୟ ପରିବାରରେ ବର୍ଷ ବର୍ଷ ଧରି ଚାଲିଆସୁଥିଲା। ଯେତେବେଳେ ରାଣୀ ୟଶରାଜ ଫିଲ୍ମର ପ୍ରିୟ ଅଭିନେତ୍ରୀ ତଥା ସ୍ବର୍ଗତଃ ୟଶ ଚୋପ୍ରାଙ୍କ ସ୍ଥାନ ନେଇଥିଲେ ସେତେବେଳେ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ି ଯାଇଥିଲା। ୟଶ ଚୋପ୍ରାଙ୍କ ପୁଅ ଆଦିତ୍ୟ ଚୋପ୍ରା ଆସିବା ପରେ ରାଣୀ ୟଶରାଜ ଫିଲ୍ମସର ପ୍ରିୟ ଅଭିନେତ୍ରୀ ହୋଇଥିଲେ।

Share