ବିଧାୟକ ପ୍ରାର୍ଥୀ ହେଲେ ବିରୋଧ ଥୟ

କୁଚିଣ୍ଡା,୨୦ା୨(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀକୁ ଦେଖିଲେ ୨୦୦୯ରେ ସୀମା ପୁନର୍ନିଦ୍ଧାରଣ ହେବାଠାରୁ ଏଠାରେ କୌଣସି ନେତା ଦ୍ୱିତୀୟ ଥର ଜିତିପାରି ନାହାନ୍ତି। ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନରୁ ୨୦୦୯ରେ କଂଗ୍ରେସର ରାଜେନ୍ଦ୍ର କୁମାର ଛତ୍ରିଆ, ୨୦୧୪ରେ ଭାଜପାର ରବିନାରାୟଣ ନାଏକ ଓ ୨୦୧୯ରେ ବିଜେଡିରୁ କିଶୋର ଚନ୍ଦ୍ର ନାଏକ ବିଧାୟକ ହୋଇଥିଲେ। କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଥିବା କିଶୋର ୨୦୧୯ ନିର୍ବାଚନ ପୂର୍ବରୁ ଭାଜପାରୁ ଆସି ବିଜେଡି ଟିକେଟରେ ଲଢ଼ିଥିଲେ। ସେ ମାତ୍ର ୩,୫୦୮ଖଣ୍ଡ ଭୋଟ ବ୍ୟବଧାନରେ ଭାଜପାର ରବିନାରାୟଣ ନାଏକଙ୍କୁ ପରାଜିତ କରିଥିଲେ। ହେଲେ ବିଧାୟକ ହେବା ପରଠାରୁ ତାଙ୍କୁ ଦଳୀୟ ଅସନ୍ତୋଷର ଶିକାର ହେବାକୁ ପଡୁଛି। ଗତ କିଛିଦିନ ହେବ ଦଳୀୟ ଗୋଷ୍ଠୀ କନ୍ଦଳ ସେଠାରେ ତୀବ୍ର ରୂପ ନେଇଛି। ଆଗାମୀ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରାଗଲେ ଖୋଲାଖୋଲି ଭାବେ ତାଙ୍କୁ ବିରୋଧ କରାଯିବ ବୋଲି ଥୋକେ କହୁଥିବା ଶୁଣିବାକୁ ମିଳୁଛି। କୁହାଯାଉଛି ଠିକା କାମକୁ ନେଇ ଜମନକିରା ବ୍ଲକରେ ଜଣେ ସମିତିସଭ୍ୟଙ୍କୁ ଜେଲ ପଠାଇବା, କୁଲୁଣ୍ଡିଠାରେ ତାଙ୍କୁ ବିରୋଧ କରାଯିବାରୁ କର୍ମୀଙ୍କ ମଧ୍ୟରେ ହାତାହାତି ହେବା, କେଶାଇବାହାଲ ପଞ୍ଚାୟତ ବୈଠକରେ ବିରୋଧ ଏବଂ କୁଚିଣ୍ଡାରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଭାରେ ଅସନ୍ତୁଷ୍ଟଙ୍କ ପକ୍ଷରୁ ବିରୋଧ କରାଯିବା କିଶୋରଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ଏପରି କି ବିଧାୟକଙ୍କ ଅନୁପସ୍ଥିତିରେ ଅସନ୍ତୁଷ୍ଟ ଗୋଷ୍ଠୀ ରକ୍ତଦାନ ଶିବିର ଆୟୋଜନ କରିବା ସହ ବନ୍ଧୁମିଳନ ନାମରେ ବିଭିନ୍ନ ବ୍ଲକରେ କାର୍ଯ୍ୟକ୍ରମ କରାଯିବା ଦଳୀୟ ଅସନ୍ତୋଷକୁ ପଦାରେ ପକାଇଛି।
ଆଲୋଚନା ହେଉଛି, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (ଏସ୍‌ଡିଏ)ର ପୂର୍ବତନ ସଭାପତି ତଥା ଓଡ଼ିଶା କେନ୍ଦୁପତ୍ର ସଂଘ ସଭାପତି ଥିବା ବିଜୟ କୁମାର ମହାନ୍ତିଙ୍କ ହାତରେ ଏକ ବଡ଼ ଭୋଟ ବ୍ୟାଙ୍କ ରହିଛି। କେନ୍ଦୁପତ୍ର ସଂଘକୁ ବିଧାୟକ କିଶୋର ଅଣଦେଖା କରୁଥିବାରୁ ଏଠାରୁ ସେ ପୁଣି ପ୍ରାର୍ଥୀ ହେଲେ ତାଙ୍କୁ ବିରୋଧ କରାଯିବ ବୋଲି ବିଜୟ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି। ଏଭଳି ସମୟରେ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଏବଂ ବର୍ତ୍ତମାନ କୁଚିଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ଭୁବନେଶ୍ୱର କିଷାନ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିସହିତ ବିଜେଡିରୁ ଟିକେଟ ଆଶାୟୀଙ୍କ ମଧ୍ୟରେ ମନୋରଞ୍ଜନ ଭୋଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ଯୁବନେତା ମହେନ୍ଦ୍ର ବାଘ ଏବଂ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ ସଭାପତି ଶୋଭାରାମ ପଧାନ ପ୍ରମୁଖଙ୍କ ନାମ ଚର୍ଚ୍ଚାକୁ ଆସିଛି। ବର୍ତ୍ତମାନର ବିଧାୟକଙ୍କୁ ବହୁ ଆଡ଼ୁ ବିରୋଧ କରାଯାଉଥିବାରୁ କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ନୂଆ ମୁହଁ ଦେଲେ ନିର୍ବାଚନରେ ବିଜୟ ହେବାର ଅଧିକ ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି।
ଭାଜପା ରାଜ୍ୟ ଉପସଭାପତି ତଥା କୁଚିଣ୍ଡାର ପୂର୍ବତନ ବିଧାୟକ ରବିନାରାୟଣ ନାଏକ କୁଚିଣ୍ଡାରୁ ପ୍ରାର୍ଥୀ ହେବା ନେଇ ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ୨୦୧୯ ନିର୍ବାଚନ ରଣନୀତିରେ ହୋଇଥିବା ତ୍ରୁଟିକୁ ସୁଧାରି ସଙ୍ଗଠନ ସଜାଡ଼ିବାରେ ରବିନାରାୟଣ ଲାଗିପଡ଼ିଛନ୍ତି। ତୃଣମୂଳ ସ୍ତରରେ ତାଙ୍କର ଲୋକ ସମ୍ପର୍କ ଭଲ ରହିଥିବା ନେଇ ଆଲୋଚନା ହେଉଥିବାରୁ ଭାଜପା ସେଠାରେ ଶାସକ ଦଳକୁ କଡ଼ା ଟକ୍କର ଦେଇପାରେ ବୋଲି କଥା ଉଠିଲାଣି। ମନେପକାଇ ଦିଆଯାଇପାରେ ଯେ, ବିଧାୟକ କିଶୋର ଚନ୍ଦ୍ର ନାଏକ ଓ ବିଜେଡି ଟିକେଟ ପାଇବାକୁ ଆଶା ବାନ୍ଧିଥିବା ଭୁବନେଶ୍ୱର କିଷାନ ଉଭୟେ ଭାଜପାରୁ ଆସିଥିଲେ। ଶାସକ ଦଳରୁ ଯିଏବି ଟିକେଟ ପାଆନ୍ତୁ ନା କାହିଁକି ସିଧାସଳଖ ଭାଜପା ପ୍ରାର୍ଥୀ ରବିନାରାୟଣ ନାଏକଙ୍କ ସହ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି।
ଓ ଭାଜପା ଭଳି କଂଗ୍ରେସ ସଙ୍ଗଠନ ସେଭଳି ସୁଦୃଢ଼ ନ ଥିଲେ ମଧ୍ୟ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କ ବ୍ୟକ୍ତିଗତ ଭାବେ ଲୋକଙ୍କ ସହ ପରିଚୟ ଥିବାରୁ ସେ ଏଥର ଉତ୍ତମ ପ୍ରଦର୍ଶନ କରିବେ ବୋଲି ତାଙ୍କ ଶୁଭେଚ୍ଛୁ ଓ ସମର୍ଥକମାନେ କହୁଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ଟିକେଟ ଆଶାୟୀ ରାଜେନ୍ଦ୍ର ନିଜ ହିସାବରେ ସମ୍ପର୍କ ବଢ଼ାଇ ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri