ହାଟଡିହୀ/ଛେନାପଦୀ,୨୪ା୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନାକୁ ଯାତାୟାତ କରିବା ପାଇଁ ରାସ୍ତା ନିର୍ମାଣ ନିମନ୍ତେ ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଶିଳାନ୍ୟାସ କରିଛନ୍ତି। ପ୍ରଥମେ ଥାନାଧିକାରୀ ଧର୍ମେନ୍ଦ୍ର ନଡ଼ିଆ ପିଟି ରାସ୍ତାର ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସ ସମୟରେ ହରମୋହନ ଶାସିନୀ, ସୁଶାନ୍ତ ଜେନା, ସୁନୀଲ ନାୟକ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ରାସ୍ତା ନିର୍ମାଣ ନିମନ୍ତେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଅନୁମୋଦନ ହୋଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଥାନା ରାସ୍ତା ଜବରଦଖଲରେ ଥିଲା। ମାପଚୁପ କରାଯାଇ ଜବରଦଖଲ ହଟା ଯାଇଥିଲା। ଅପରପକ୍ଷେ ଗତ ବିଜେଡି ସରକାର ଶାସନରେ ଥିବା ବେଳେ ଅଞ୍ଚଳବାସୀଙ୍କ ଅଭିଯୋଗ ଏବଂ ଦାବି ସତ୍ତ୍ୱେ ସ୍ଥାୟୀ ରାସ୍ତା ନିର୍ମାଣ ହୋଇ ପାରି ନ ଥିଲା। ଦୀର୍ଘବର୍ଷ ପରେ ଥାନାକୁ ଏବେ ସ୍ଥାୟୀ ରାସ୍ତା ନିର୍ମାଣ ହେବ। ତେବେ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ପୂର୍ବରୁ ପ୍ରଶାସନ ନିକଟରେ ଦାବି ଏବଂ ଅଭିଯୋଗ କରିଥିଲେ।